ଶଙ୍କର ପାଣିଗ୍ରାହୀ ମୋ ନିୟୁଜୁ ଓଡିଶା ଧରାକୋଟ ୧୬/୦୬/୨୦୨୬:- ଆଜି ଧରାକୋଟ ବ୍ଲକ ପରିସର ସମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ୍ ବିଶି, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ,ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ଧରାକୋଟ ବିଡିଓ ତୃପ୍ତି ମୟୀ ଜେନା, ସ୍ଥାନୀୟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସୌରଭ ପ୍ରଧାନ, ପ୍ରମୁଖ ମଞ୍ଚାସୀନ ହୋଇ ସମସ୍ତ ଅଭିଯୋଗ କାରୀଙ୍କ ଅଭିଯୋଗ ଶୁଣିଥିଲେ ତାହାର ତୁରିତ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ |ଏହି ଜିଲ୍ଲା ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମରେ ୧୩୫ ଗୋଟି ଅଭିଯୋଗ ଆସିଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ନିଦ୍ଧେଶ ଦିଆଯାଇଥିଲା | ଉକ୍ତ ଅଭିଯୋଗ ମଧ୍ୟରେ ତାଲପାଟଣା ସ୍ତିତ ମଦ ଦୋକାନ ଉଛେଦ,ମୁଣ୍ଡମରାଇ ଗ୍ରାମରେ ସାହି ମଧ୍ୟରେ ଥିବା ମଦ ଦୋକାନ ଉଛେଦ,ମନରେଗା ରେ ଘଟିଥିବା ଅହେତୁକ ଦୁର୍ନୀତି,ପ୍ରତ୍ୱେୟକ ପାଞ୍ଚାୟତରେ ବଣ୍ଟା ହୋଇଥିବା ବେ ଆଇନି ଅନ୍ତର୍ଦ୍ୱୟ ଆବାସ ଭଳି ଅନେକ ଅଭିଯୋଗ ଦେଖିବାକୁ ମିଳିଥିଲା | ସେଥୀ ମଧ୍ୟରେ ଭତା,ରାସନ କାର୍ଡ,ପ୍ରଧାନ ମନ୍ତ୍ରୀ ଆବାସ,ପାନୀୟ ଜଳ ଭଳି ସମସ୍ୟାର ଅଭିଯୋଗ ଦେଖିବାକୁ ମିଳିଛି | ସେଥୀ ମଧ୍ୟରେ କିଛି ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ,ଭତା ବଣ୍ଟନ ଓ ଭିର୍ଣ୍ଣ କ୍ଷମା ମାନଙ୍କୁ ଟ୍ରାଇ ସାଇକେଲ ସମସ୍ତ ମୁଖ୍ୟ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା | ଏହା ସହ ଦୁରାରୋଗ୍ୟ ରେ ପିଡୀତ କମାଶାସନ ଗ୍ରାମର ତ୍ରିଲୋଚନ ଦାସ ଙ୍କୁ ରେଡ଼କ୍ରସ୍ ପାଣ୍ଠିରୁ ଦଶ ହଜାର ଟଙ୍କା ଦିଆଯାଇ ଥିବା ବେଳେ ସ୍ବାସ୍ଥ୍ୟ ସେବା ତୁରନ୍ତ ଯୋଗାଇବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ , ଯୋଗାଣ,ଜଳ ପରିମଳ, ପୂର୍ତ୍ତ ବିଭାଗ,ଜାତୀୟ ରାଜପଥ ମହିଳା ଶିଶୁ ସୁରକ୍ଷା ବିଭାଗ, ମୃତ୍ତିକା ସଂରକ୍ଷଣ,ପଶୁ ପାଳନ ବିଭାଗ, ମତ୍ସ୍ୟ ବିଭାଗ, ଉଦ୍ୟାନ, ବ୍ୟାଙ୍କ୍, ସ୍ବାସ୍ଥ୍ୟ, ପଞ୍ଚାୟତ ରାଜ, କୃଷି ବିଭାଗ,ଜଳ ସେଚନ,ରାଜସ୍ବ ବିଭାଗ, ଶିକ୍ଷା, ଜଙ୍ଗଲ ପରିବେଶ, ସାମାଜିକ ସୁରକ୍ଷା,ଶ୍ରମ ବିଭାଗ ସହ କ୍ଷୁଦ୍ର ଜଳ ସେଚନ ସହ ଡ୍ରେନେଜ ବିଭାଗ, ବ୍ଲକର ସମସ୍ତ ଲାଇନ୍ ବିଭାଗର ଜିଲ୍ଲା ସ୍ତରର ଅଧିକାରୀମାନଙ୍କ ସହ ବ୍ଲକ ସ୍ତରର ସମସ୍ତ ପଦାଧିକାରୀ ଏହି ଜିଲ୍ଲା ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ଆଜିର କାର୍ଯ୍ୟକ୍ରମ କୁ ବ୍ଲକ୍ ପ୍ରୋଜେକ୍ଟ କୋଡିନେଟର କୃଷ୍ଣ କାନ୍ତ ପଣ୍ଡା ବ୍ଲକ କର୍ମଚାରୀ ଅମେଶ ବେହେରା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଚିନ୍ ପାତ୍ର ଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


