ପବନ ବର୍ଷାରେ ଉଡିଗଲା ଘରର ଛପର।

 


 କନ୍ଧମାଳ :୦୧/୦୬/୨୦୨୬ (କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗାଉପରସାହି ଗ୍ରାମପଞ୍ଚାୟତ ର ବାଲିଗଟା ସ୍ଲୁକିପଙ୍ଗା ଗ୍ରାମ ଠାରେ କାଳବୈଶାଖୀ ବର୍ଷା ପବନ ଯୋଗୁଁ ଶ୍ରୀଶରତ ଦିଗାଲ ର ଘର ସମ୍ପୁର୍ଣ୍ଣ ଭାବେ ଭାଙ୍ଗି କାଳବୈଶାଖୀ ଉଡେଇ ନେଇଛି। ଏହିପରି ବାଲନ୍ଧାପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗିଉଗାଡି ଗ୍ରାମ ର ନିଜୁଗାଣା ସାହିର ମନ୍ଧଦରି ଦିଗାଲ ଘରର ଛପର ସମ୍ପୁର୍ଣ୍ଣ ଉଡେଇ ନେଇଛି। ସେହିପରି ଅନେକ ଗ୍ରାମରେ କାଳବୈଶାଖୀ ତାଣ୍ଡବ ରଚିଥିବାର ଦେଖିବାକୁ ମିଳିଛି  । ଯେଉଁ ମାନଙ୍କର ଘର ଭାଙ୍ଗିଯାଇଛି। ସେହି ଲୋକମାନେ ରହିବାପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଶରତ ଦିଗାଲ ରାଜଶ୍ଵ ନିରିକ୍ଷକ କାର୍ଯ୍ୟାଳୟ କୁ ଯାଇ ରାଜସ୍ଵ ନିରିକ୍ଷକ କୁ ଦରଖାସ୍ତ ଦେଇଛି ବୋଲି କହିଛନ୍ତି। ସୁଚନା ଅନୁସାରେ ସୋମବାର ଦିନ ପାଙ୍ଗାଉପରସାହି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇ ସରପଞ୍ଚ ଜରିଆରେ ଦରଖାସ୍ତ ଦେବି କହି ମତପ୍ରକାଶ କରିଛନ୍ତି। ପବନରେ ଘର ସମ୍ପୁର୍ଣ୍ଣ ଭାଙ୍ଗିଥିବା ଦିଗାଲ କହିବା ଅନୁଯାୟୀ ମୋତେ ବ୍ଲକ ପ୍ରଶାସନ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଲେ ମୁଁ ଘର ଟିଏ କରିବି ବୋଲି ଦାବିକରି ଛନ୍ତି ସେହିପରି ଅନେକ ଗ୍ରାମର ଲୋକମାନେ ଘର ସମ୍ପୁର୍ଣ୍ଣ ଘର ଭାଙ୍ଗି ଯାଇଥିବା ମଧ୍ୟ୍ୟ ସୂଚନା ମିଳିଛି ।ଗ୍ରାମର ଲୋକମାନେ ନିଜ ରାଜସ୍ଵ ନିରିକ୍ଷକ କାର୍ଯ୍ୟାଳୟ କୁ ଯାଇ ଜରିପାଲ ମୋଧ୍ୟ ସାହାଯ୍ୟ ପାଇଛନ୍ତି। ବୋଲି ଅଞ୍ଚଳ ବାଶି ମତପ୍ରକାଶ କରିଛନ୍ତି। ଯେଉଁ ଲୋକମାନେ ପାଇନାହାନ୍ତି ।ସେହି ଲୋକମାନେ ପାଇବେ ବୋଲି କହିଛନ୍ତି। ସ୍ଥାନୀୟ ସରପଞ୍ଚ ଓ ଆର୍ ଆଇ ଅଧିକାରୀ

Post a Comment

Previous Post Next Post