thଧରାକୋଟ ଥାନାରେ ଯୁଭେଣ୍ଟିକା ସେଲର ଶୁଭାରମ୍ଭ


ଶଙ୍କରପାଣିଗ୍ରାହମୋନିଯୁଜୁ ଓଡିଶା ଧରାକୋଟ,୦୮/୦୫/୨୦୨୬:-ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ବର୍ଷରୁ ୧୯ ବର୍ଷ ବୟସର କିଶୋର ଓ କିଶୋରୀ ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବା ପାଇଁ ପ୍ରତ୍ୟେକ ଥାନାରେ ଜୁଭେଣ୍ଟିକା ସେଲ ର ଶୁଭାରମ୍ଭ ହୋଇଛି । ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ, ଇନ୍ସପେକ୍ଟର ଅଞ୍ଜଳି ବେହେରା, ସି ଡି ପି ଓ ସୁନିଲ ପ୍ରଭା ରଥ,ଶିଶୁ କଲ୍ୟାଣ ପୋଲିସ ଅଧିକାରୀ ସସ୍ମିତା ପଣ୍ଡା ପ୍ରମୁଖ ଆଜିର ସଚେତନତା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କିଶୋର ଓ କିଶୋରୀ ମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଇଥିଲେ । ଉପସ୍ଥିତ ଅଧିକାରୀ ମାନେ ସାଇବର ସୁରକ୍ଷା,କିଶୋର କିଶୋରୀ ନିର୍ଯାତନା ବିଷୟରେ ସଚେତନ ହେବା,ସେମାନଙ୍କ ଡିଜିଟାଲ ଅଧିକାର,ସୁରକ୍ଷିତ ଅନ ଲାଇନ ବ୍ୟବହାର ସହ ପୀଡିତା ଓ ଆଇନ ସହ ସଂଘର୍ଷରତ ଶିଶୁର ସୁରକ୍ଷା ଓ ଅଧିକାର ବିଷୟରେ ସଚେତନ କରାଇବା ସହ ଥାନାରେ ସେମାନଙ୍କ ପ୍ରତି କରାଯାଉଥିବା ସାବଲୀଳ ବ୍ୟବହାର ସମ୍ପର୍କରେ ଅବଗତ କରାଯାଇଥିଲା । ଆଜିର ବୈଠକରେ ସୁପରଭାଇଯର ସୁଶୀଳା ମଲିକ, ପଦ୍ମାବତୀ ମଲିକ ଙ୍କ ସମେତ ଅଙ୍ଗନୱାଡି କର୍ମୀ, ଅଭିଭାବକ ମାନେ ଉପସ୍ଥିତ ରହିଥିଲେ ।

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

         ମୋ ନିଯୁଜୁ ଓଡିଶା

Post a Comment

Previous Post Next Post