ବସ୍ ଟ୍ରକ ମୁହାଁମୁହିଁ ଧକ୍କା, ଡ୍ରାଇଭରକଂ ମୃତ୍ୟୁ, ୧୫ ରୁ ଉର୍ଦ୍ଧ୍ବ ବସ୍ ଯାତ୍ରୀ ଆହତ

କୋଦଳା 

ବସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା। ଶନିବାର ସକାଳୁ ସକାଳୁ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଟ୍ରକ ଡ୍ରାଇଭରକଂ ମୃତ୍ୟୁ ଘଟିଛି। ସେପଟେ ବସ୍ ରେ ଥିବା ୧୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ନାବାଳକ ଅବସ୍ଥା ସଂକଟାପନ୍ନ ରହିଛି। ଗଞ୍ଜାମ କୋଦଳା ନିକଟସ୍ଥ ବାଲି ଢାବା ମୁଖ୍ୟ ରାସ୍ତାରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। 

ପୋଲସରା ରୁ ପୁରୀ ଅଭିମୁଖେ ଯାଉଥିବା ଦୁର୍ଗା ମାଧବ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ସହ କଟକରୁ କୋଦଳା ଅଭିମୁଖେ ଆସୁଥିବା ଏକ ମୃଦୁ ପାନୀୟଜଳ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।  ଫଳରେ ବସରେ ବସିଥିବା ଯାତ୍ରୀ ମାନେ ଆହତ ହୋଇଥିବା ବେଳେ ଟ୍ରକ ଡ୍ରାଇଭର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ବସ୍ ରେ ଥିବା ୧୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସେଥିମଧ୍ୟରୁ 

ପ୍ରମିତ କୁଣ୍ଡୁ ନାମକ ଜଣେ ୭ ବର୍ଷର ନାବାଳକ ଗୁରୁତର ହୋଇଛନ୍ତି। ତାକୁଂ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ କୋଦଳା ଥାନା ପୋଲିସ, ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ଯ ଟ୍ରକ ଡ୍ରାଇଭରକଂ ଖାମଖିଆଲି ଯୋଗୁଁ ଟ୍ରକ ଟି ବସ୍ କୁ ପିଟିଥିବା କୁହାଯାଉଛି। ସେପଟେ ଦୁର୍ଘଟଣା ପରେ ଆସିକା - ଭୁବନେଶ୍ବର ରାଜ୍ଯ ରାଜପଥ ଅବରୋଧ ହୋଇଛି। ଉଭୟ ଟ୍ରକ ଓ ବସ୍ କ୍ଷତିଗ୍ରସ୍ତ ହୋଇ ରାସ୍ତା ଉପରେ ରହିଥିବାରୁ ଗମନାଗମନ ରେ ବାଧା ଉପୁଜିଛି।


Post a Comment

Previous Post Next Post