ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଭଞ୍ଜନଗର ୦୫/୦୫/୨୦୨୬:- ଉତ୍କଳ କଲ୍ଯାଣ ସାହିତ୍ୟ ସଂସ୍କୃତି ସଂସଦ,ତନରଡା,ଭଞ୍ଜନଗର ଆନୁକୁଲ୍ଯରେ ମହାରାଜ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ୧୩୫ ତମ ଜୟନ୍ତୀ ଡେନିଟି ଗୁରୁକୃପା ଆବାସିକ ବିଦ୍ୟାଳୟ ପରିସର ମଧ୍ଯରେ ସଭାପତି ଆଇନଜୀବୀ ଦିଲ୍ଲୀପ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ କବି ତଥା ଭାରତୀୟ ଷ୍ଟେଟବ୍ଯାଙ୍କ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ବଳରାମ ସ୍ବାଇଁ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ଯ ଅତିଥି ରୂପେ ଐତିହାସିକ କବି ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି,ମୁଖ୍ଯ ବକ୍ତା ରୂପେ ପ୍ରଫେସର ଡଃ ସନ୍ତୋଷ ଆପଟ୍ଟ ଥିବାବଳେ ଗାଳ୍ପିକ, କବି ଶ୍ରୀଯୁକ୍ତ ମୋତିଲାଲ ପତି ,ଭଞ୍ଜ କବି ଶ୍ରୀ ଶ୍ଯାମା ପ୍ରସାଦ ମିଶ୍ର, ଅଧ୍ୟାପକ ଡଃ ଧ୍ବଜାରାମ ରାଉତ, ରୋଟାରିଆନ ରଞ୍ଜିତ କୁମାର ବାରିକ, ବିଦ୍ୟାଳୟର କାର୍ଯ୍ଯକାରୀ କମିଟିର ମୁଖ୍ଯ ସୁବ୍ରତ କୁମାର ଷଡଙ୍ଗୀ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ସାମ୍ବାଦିକ ଶ୍ରୀଯୁକ୍ତ କାର୍ତ୍ତିକେଶ୍ଵର ପ୍ରଧାନ ସଂଯୋଜନା କରିଥିଲେ ।ମୁଖ୍ଯ ବକ୍ତା ଶ୍ରୀଯୁକ୍ତ ଆପଟ୍ଟ ମହାରାଜ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ସମ୍ପୂର୍ଣ୍ଣ ଜୀବନୀ ତଥା ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ଭିତ୍ତିଭୂମି ମହାରାଜାଙ୍କ ଦ୍ବାରା ହୋଇଥିଲା ବୋଲି ମତ ପ୍ରକାଶ କରିଥିଲେ । ପୂର୍ଣ୍ଣାଙ୍ଗ ଭାବେ ଆବଶ୍ୟକୀୟ ଉତ୍କଳର ଶିଳ୍ପ, ଉଚ୍ଚଶିକ୍ଷା,ସଡକପଥ, ରେଳପଥ,କଳାଶିକ୍ଷା , ସଂସ୍କୃତି ପାଇଁ ପଦ୍ମାଳୟା ରଙ୍ଗମଞ୍ଚ, ଉତ୍କଳ ବିଶ୍ୱବିଦ୍ୟାଳୟ,ସଂସ୍କୃତ ଟୋଲ,ଶିଳ୍ପର ବିକାଶ, ଶିଙ୍ଗ ଶିଳ୍ପର ବିକାଶ, ଭୁବନେଶ୍ୱର ରାଜଧାନୀ ଗଠନ କରିବା ପାଇଁ ପ୍ରସ୍ତାବ ଗୃହିତ କରିଥିଲେ । କଟକଠାରେ ଧାନ ଗବେଷଣା କେନ୍ଦ୍ର, ସର୍ବୋପରି ଇଂଲଣ୍ଡ ଗୋଲଟେବୁଲ ବୈଠକରେ ଯୋଗ ଦେଇ ଆମ ଭାଷା,ସାହିତ୍ୟ,ଲୋକକଳା, ଖାଦ୍ୟପେୟ ,ଓଡିଶା ରାଜ୍ଯର କ୍ଷେତ୍ରଫଳ ନିର୍ଦ୍ଧାରିତ କରିବା ପାଇଁ ମହାରାଜ ଉପସ୍ଥାପନା କରିଥିଲେ । ମୁଖ୍ଯ ଅତିଥି ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି ସୌଭାଗ୍ଯବଶତଃ ଆମ ଉତ୍କଳର ପ୍ରଧାନ ମନ୍ତ୍ରୀ ମହାରାଜ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ ହୋଇଥିଲେ,ଯାହାକି କାହାର ଭାଗ୍ଯରେ ନଥିଲା । ମହାରାଜ ଗଜପତିଙ୍କ ଦେଶ ମିଶ୍ରଣର ଅବଦାନ ଅଦ୍ବିତୀୟ । ଆମ ରାଜ୍ଯରେ ଭେଷଜ ଚିକିତ୍ସାଳୟ ଓ ମହା ବିଦ୍ୟାଳୟ (ମେଡିକାଲ କଲେଜ) ଓ ଉଚ୍ଚନ୍ୟାୟାଳୟ (ହାଇକୋର୍ଟ) ତଥା ସ୍ବତନ୍ତ୍ର ରାଜ୍ଯ ଗଠନ ଓ ସ୍ବାଭିମାନ ପାଇଁ ମହାରାଜ ଉତ୍କଳ ସମ୍ମିଳନୀ ଗଠନ କରିଥିବା କଥାଆଲୋକପାତ କରିଥିଲେ ଏବଂ ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ମୋତିଲାଲ ପତି ସମଗ୍ର ଓଡିଆ ଜାତି ତାଙ୍କ ନିକଟରେ ଚିରରୂଣୀ ହେବ ବୋଲି ମତ ପ୍ରକାଶ କରିଥିଲେ । ଏ ଅବସରରେ ଶ୍ରୀଯୁକ୍ତ ବଳରାମ ସ୍ବାଇଁ ମହାରାଜ କୃତି ଛାତ୍ରଛାତ୍ରୀମାନଙ୍କୁ ଉଚିତ ଶିକ୍ଷାଦାନ ଓ ବୃତ୍ତି ପ୍ରଦାନ କରିବା ସହ ନିଷ୍ପେଷିତ ଅବହେଳିତ ଜନତା ଅଞ୍ଚଳକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ ସଂକଳ୍ପ ନେଇଥିଲେ।ଅନ୍ଯତମ ଅତିଥି ଶ୍ଯାମା ମିଶ୍ର ଓ ଡଃ ରାଉତ ଉତ୍କଳର ମଉଡ଼ମଣି ବୋଲି ତଥା ଖୁବ୍ କମ୍ ସମୟରେ ଉନ୍ନତ ରାଜ୍ୟ ଗଠନ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି ଏବଂ ସମ୍ପାଦକ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ପ୍ରତିମୂର୍ତ୍ତି ଆମ ରାଜ୍ୟର ପ୍ରତ୍ଯେକ ଜିଲ୍ଲା ମୁଖ୍ୟାଳୟ,ସଦରମହକୁମା ଏବଂ ରାଜଧାନୀର ମୁଖ୍ୟାଳୟରେ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ସରକାରଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଥିଲେ । ଆମ ରାଜ୍ୟର ମୁଖ୍ଯ ଶିକ୍ଷାକେନ୍ଦ୍ର ଓ ସରକାରୀ ଯୋଜନାକୁ ବିଶେଷଭାବେ ମହାରାଜ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ନାମରେ କରିବା ପାଇଁ ନବେଦନ ଜଣାଇଥିଲେ । ପରବର୍ତ୍ତି ସମୟରେ ଆୟୋଜିତ କାର୍ଯ୍ଯକ୍ରମରେ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ପ୍ରିୟଙ୍କା ବେହେରା, ଦିପ୍ତିମୟୀ ପ୍ରଧାନ,ଅନୁଶ୍ରୀ ସେଠୀ,ଆଶିନାଁ କହଁରଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଆମ ଅଞ୍ଚଳର ଯୁବ ସମାଜସେବୀ ସନ୍ତୋଷ ଜେନା,କବୟିତ୍ରୀ ଡାକ୍ତର ଗାୟତ୍ରୀ ସାହୁ,ଡଃ ସଦାନନ୍ଦ ତ୍ରିପାଠୀ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନେହଲତା ବିଷୋୟୀ,ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ଶିକ୍ଷୟିତ୍ରୀ ଲୋପାମୁଦ୍ରା ବିଷୋୟୀ,ଶିକ୍ଷକ ଅକ୍ଷୟ ସ୍ବାଇଁ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମହାରଣାଙ୍କୁ ମୁଖ୍ଯ ଅତିଥି ସମ୍ମାନୀତ କରିଥିଲେ ।କବି ସୁନୀଲ ପାଣି ଉପସ୍ଥିତ ଥିଲେ ସାଇ ଆଦିତ୍ଯ ଜେନା,ପି .ଚାନ୍ଦିନୀ ଆଚାରୀ,ରାମଚନ୍ଦ୍ର ଦୋରା ପ୍ରମୁଖ ପରିଚାଳନା କରିଥିଲେ । ପରିଶେଷରେ ଶ୍ରୀଯୁକ୍ତ ସୁବ୍ରତ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


