Dainty ଗୁରୁକୃପା ଆବାସିକ ବିଦ୍ୟାଳୟ ତରଫରୁ କାନିକା ପ୍ରସାଦ ବଣ୍ଟନ।


ଭଞ୍ଜନଗର -୧୨/୦୫ (ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ର ଐତିହାସିକ ଠାକୁରାଣୀ ଯାତ୍ରା ଚାଲି ଥିବା ବେଳେ ,ଏହି ଯାତ୍ରାକୁ ଦୂରଦୂରନ୍ତରୁ ବହୁ ଭକ୍ତଙ୍କ ସମାଗମ ହେଇଛି।ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ପ୍ରଶାସନ ଓ ଯାତ୍ରା କମିଟି ସବୁ ପ୍ରକାର ତତ୍ପରତା ପ୍ରକାଶ କରିଥିବା ବେଳେ ଏହି ଯାତ୍ରା କୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବା ପାଇଁ ବହୁ ସାମାଜିକ ଅନୁଷ୍ଠାନ ସହଯୋଗ କରୁଛନ୍ତି।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ସହର ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ Dainty ଗୁରୁକୃପା ଆବାସିକ ବିଦ୍ୟାଳୟ   ତରଫରୁ କାନିକା ଅନ୍ନ ଭୋଗ ବଣ୍ଟନ କରାଯାଇଛି।ଅନୁଷ୍ଠାନ ତରଫରୁ ଆଜି ପ୍ରାୟ ୩୫୦୦ ଜଣଙ୍କୁ ଅନ୍ନ ଭୋଗ ବଣ୍ଟନ କରାଯାଇଛି।ସୂଚନା ଯୋଗ୍ୟ ଭଞ୍ଜନଗର  ଐତିହାସିକ ଠାକୁରାଣୀ ଯାତ୍ରା ପାଇଁ ଏହି ଭୋଗ ବଣ୍ଟନ କାର୍ଯ୍ୟକ୍ରମ  ହୋଇଥିଲା। ଏହି ବିଦ୍ୟାଳୟ ର ସଭାପତି S. ସୂର୍ଯ୍ୟ ନାରାୟଣ ଦୋରା, ସମ୍ପାଦକ  ସୁବ୍ରତ ଷଡ଼ଙ୍ଗୀ, ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ,ଓ ଶିଶିର ସାହୁ ଙ୍କ ନେତୃତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଫୁଲ୍ଲ ସାର, ରଞ୍ଜନ ସାର, ବାଦଲ ସାର,ଲିଙ୍କନ, କାର୍ତ୍ତିକ, ବିଶ୍ୱାଳ, ଏବଂ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରି ଥିଲେ।  Dainty ଗୁରୁକୃପା ଆବାସିକ ବିଦ୍ୟାଳୟ ଆଗକୁ ଏହିପରି ଅନେକ ସମାଜ ସେବୀ କାର୍ଯ୍ୟକ୍ରମ କରିବାର ଲକ୍ଷ ରଖିଛି।

Post a Comment

Previous Post Next Post