ଚିଲିକା ହ୍ରଦ ମଧ୍ୟରେ ଥିବା କୃଷ୍ଣପ୍ରସାଦ ବ୍ଲକର ହରିପୁର ବାସିନ୍ଦା ଲୋକଙ୍କ ପାଇଁ ଡିଜିଟାଲ୍ ସେବା ଏବେ ଏକ ବଡ଼ ଦୁଃସ୍ୱପ୍ନ ପାଲଟିଛି ରିଲାଏନ୍ସ ଜିଓ ପରି ପ୍ରତିଷ୍ଠିତ କମ୍ପାନୀର ନେଟୱର୍କ ସେବା ଏଠାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ଫଳରେ ହରିପୁରବାସୀ ବିଶେଷ କରି ଛାତ୍ରଛାତ୍ରୀମାନେ ନେଟୱର୍କ ଟିକେ ପାଇବା ପାଇଁ ମିଟର ମିଟର ଦୂର ବିପଦସଙ୍କୁଳ ଅବସ୍ଥାରେ ଯିବାକୁ ବାଧ୍ୟ ହେଉଛନ୍ତି ହରିପୁରର କୋମଳମତି ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ପାଠପଢ଼ା ଏବଂ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ସମ୍ବନ୍ଧୀୟ ତଥ୍ୟ ପାଇବା ପାଇଁ ଗ୍ରାମଠାରୁ ଦୂରରେ ଥିବା ଉଚ୍ଚା ବନ୍ଧ କିମ୍ବା ପାହାଡ଼ିଆ ସ୍ଥାନକୁ ଯାଇ ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି ନେଟୱର୍କ ଅଭାବରୁ ସେମାନଙ୍କର ଶିକ୍ଷା ଗ୍ରହଣରେ ବଡ଼ ବାଧା ସୃଷ୍ଟି ହେଉଛି ନେଟୱର୍କ ଖୋଜିବା ପାଇଁ ଛାତ୍ରଛାତ୍ରୀମାନେ ଅନେକ ସମୟରେ ବିପଦପୂର୍ଣ୍ଣ ଘର ଉପରେ ଚଢ଼ୁଛନ୍ତି କିମ୍ବା ନିଛାଟିଆ ସ୍ଥାନକୁ ଯାଉଛନ୍ତି, ଯେଉଁଠାରେ ବନ୍ୟଜନ୍ତୁ କିମ୍ବା ସରୀସୃପଙ୍କ ଭୟ ଲାଗି ରହିଥାଏ ହରିପୁର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ଜିଓ କମ୍ପାନୀ ପ୍ରତି ମାସରେ ମୋଟା ଅଙ୍କର ରିଚାର୍ଜ ଟଙ୍କା ନେଉଛି, କିନ୍ତୁ ଗ୍ରାମରେ ସେବା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ଆମେ ଡିଜିଟାଲ୍ ଇଣ୍ଡିଆ କଥା ଶୁଣୁଛୁ, କିନ୍ତୁ ହରିପୁରରେ ଆମ ପିଲାମାନଙ୍କୁ ପାଠ ପଢିବା ପାଇଁ ନେଟୱର୍କ ମିଳୁନାହିଁ, ବୋଲି ଜଣେ ସ୍ଥାନୀୟ ଅଭିଭାବକ କ୍ଷୋଭର ସହ କହିଛନ୍ତି ହରିପୁର ବାସିନ୍ଦା ଏହି ସମସ୍ୟା ପାଇଁ ହରିପୁର ସ୍ଥାନୀୟ ବୁଦ୍ଧିଜୀବୀ କଠୋର ଦାବି କରିଛନ୍ତି ଚିଲିକା ଟାପୁର ଅଞ୍ଚଳରେ ତୁରନ୍ତ ଏକ ନୂତନ ଶକ୍ତିଶାଳୀ ମୋବାଇଲ୍ ଟାୱାର ସ୍ଥାପନ କରାଯାଉ
Tags:
ଆଞ୍ଚଳିକ


