ବଳରାମପୁରରେ ସରକାରଙ୍କ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ... ଅଭିଯୋଗ କାରୀ କଲେ ଅଭିଯୋଗ |


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ବଳରାମପୁର ତା ୧୧/୦୫/୨୦୨୬:- ଆଜି ବଳରାମପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମଟି ବଳରାମପୁର ପଞ୍ଚାୟତର ପଞ୍ଚାୟତ ଭବନ ଠାରେ ଦୁତୀୟ ଥର ପାଇଁ ସକାଳ ୭ ଘଣ୍ଟା ଠାରୁ ସକାଳ ୧୦ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜଣା ପଡିଛି | କାର୍ଯ୍ୟକ୍ରମରେ ଧରାକୋଟ ବ୍ଲକର ସମସ୍ତ ବିଭାଗୀୟ କାର୍ଯ୍ୟରତ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ଅସୁବିଧା ବୁଝିବା ସହ ଆସୁ ସମାଧାନର ପନ୍ଥା ତିଆରି କରିଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମରେ ଧରାକୋଟ ତହସିଲଦାର ଶ୍ରୀ ଲମ୍ବୋଦର ମାରାଣ୍ଡି ,ଅତିରିକ୍ତ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଭବାନୀ ଶଙ୍କର ପ୍ରଧାନ ,ସିଡିପିଓ ମେଡମ,ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଅଞ୍ଜନ କୁମାର ଦାସ,ଗୃହ ବିଭାଗ,ଶ୍ରମ ଅଧିକାରୀ,କୃଷି ଅଧିକାରୀ,ଯୋଗାଣ ଅଧିକାରୀ,ନାଗରିକ ସୁରକ୍ଷା ଅଧିକାରୀ,ଶକ୍ତି ବିଭାଗ,ରାଜସ୍ବ ବିଭାଗ,ପଞ୍ଚାୟତ ଅଧିକାରୀ ରମେଶ ଚନ୍ଦ୍ର ପୃଷ୍ଟି ,ଏ.ଡି.ଇ.ଓ କୃଷ୍ଣ ଚନ୍ଦ୍ର ଗୌଡ଼, ଏ.ପି.ଓ ନନ୍ଦିନୀ ଦାସ, ଡବ୍ଲୁ.ଇ.ଓ. ଅନନ୍ୟ ପଣ୍ଡା, ଏ.ସି.ପି ଅମରେଶ ବେହେରା,ଯୋଗାଣ ସହାୟକ ନୀଳମାଧବ ପ୍ରଧାନ, ସ୍ୱାସ୍ଥ୍ୟ କର୍ମୀ,ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ମାଲିକ,ସରପଞ୍ଚ ପ୍ରତିନିଧି ରାଜନ ମାଲିକ,ସମିତି ସଭ୍ୟ ଜୋସେଫ ମଣ୍ଡଳ,ନାୟାବ ସରପଞ୍ଚ ପ୍ରଫୁଲ୍ଲ ବେହେରା,ବରିଷ୍ଠ ସମାଜ ସେବି ଭାଲୁ ଗୌଡ଼,ବିଭୁତି ସ୍ୱାଇଁ,ରୋହିତ ସ୍ୱାଇଁ ଓ ଅନେକ ସ୍ବେଚ୍ଛାସେବୀଙ୍କ ସହ ଅନେକ ବରିଷ୍ଠ ରାଜନେତା କର୍ମୀଙ୍କ ମିଳିତ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ସୂଚନା ଥାଉକି ସରକାରଙ୍କ ଏଭଳି ଜନ ଶୁଣାଣି କାର୍ୟ୍ଯକରମର ମୁଖ୍ୟ ଉଦ୍ଧେଷ୍ୟ ଲୋକଙ୍କ ସମସ୍ୟାକୁ ମୂଳରୁ ଉତ୍ପାଟନ କରିବା ଏବଂ ସମସ୍ତ ସରକାରୀ ସୁବିଧା ଲୋକଙ୍କ ପାଖକୁ ସୁବିଧାରେ ପହଞ୍ଚାଇବା | ଉକ୍ତ ଜଣ ଶୁଣାଣୀରେ ୧୩ ଜଣ ଅଭିଯୋଗ କାରି ପହଁଚି ଅଭିଯୋଗ ଦାଖଲ କରିଥିବା ସୂଚନା ଧରାକୋଟ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଦେଇଥିଲେ | ଅତିରିକ୍ତ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଭବାନୀ ଶଙ୍କର ପ୍ରଧାନ କହିଥିଲେ ସମସ୍ୟା ମଧ୍ୟରେ ବାର୍ଦ୍ଧକ୍ୟ ଭତା ,ରାସନ କାର୍ଡ ଓ ଗୃହ ଜନିତ ସମସ୍ୟା ଦେଖିବାକୁ ମିଳିଛି ସେ କହିଛନ୍ତି  ସମସ୍ତ ସମସ୍ୟାର ଆସୁ ସମାଧାନ ହେବ | 

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

           ମୋ ନିଯୁଜୁ ଓଡିଶା

Post a Comment

Previous Post Next Post