ସାନଖେମୁଣ୍ଡି ବିଜେପି ତରଫରୁ ବଙ୍ଗ ବିଜୟ ଉଛବ ପାଳନ |


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୦୪/୦୫/୨୦୨୬ :- ଆଜି ଭାରତୀୟ ଜନତା ପାର୍ଟିର ଆସାମ,ପଂଡୁଚେରୀ ଓ ପଶ୍ଚିମବଙ୍ଗରେ ହୋଇଥିବା ବାମ୍ପର ବିଜୟର ବିଜୟ ଉଛବ ପାଳନ କଲା ସାନଖେମୁଣ୍ଡି ବିଜେପି | ଆସାମରେ ୧୦୨ ଆସନ ପାଇ ପୁଣି ଥରେ ବିଜେପି ସରକାର ଗଢିବା ବେଳେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରକୁ ମୂଳ ଉତ୍ପାଟନ କରି ଭାରତୀୟ ଜନତା ପାର୍ଟି ୨୧୦ ସିଟ ଅଧିକାର କରି ସରକାର ଗଢିବା ଓ ପଂଡୁଚେରୀରେ ୧୮ ଆସନର ପୁର୍ଣ ବହୁମତ ହାସିଲ କରି ସରକାର ଗଢିବା ଖୁସିରେ ସାନଖେମୁଣ୍ଡି ବିଜେପି ତରଫରୁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପାଟପୁର ଠାରେ ଓ ଧରାକୋଟ ଜଗନ୍ନାଥ ମନ୍ଦିର ନିକଟରେ ବାଣ ଫୁଟାଇ ଓ ପରସ୍ପରଙ୍କୁ ମିଠା ଖୁଆୟି ବିଜୟ ଉଛବ ପାଳନ କରିଥିବା ଦେଖିବାକୁ ମିଳିଛି |ଭାରତର ସମସ୍ତ ରାଜ୍ୟ ଉଛବ ପାଳନ କରୁଥିଲା ବେଳେ ଓଡ଼ିଶାରେ ଏହା ଦୀପାବଳି ଉଛବ ଭଳି ପାଳନ ହୋଇଛି |ଏହି ବିଜୟ ଦେଶର କୋଟି କୋଟି ଜନସାଧାରଣଙ୍କ ମୋଦି ସରକାରଙ୍କ ପ୍ରତି ଅଗାଧ ବିଶ୍ୱାସ ଓ ଆସ୍ଥାର ପ୍ରତିଫଳନ । ଏହି ଶୁଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବିଜୟ ଉତ୍ସବରେ ସାମିଲ ହୋଇ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଲେ | ଉକ୍ତ ଉଛବରେ ସାନଖେମୁଣ୍ଡି ବିଧାୟକ ପାର୍ଥି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଇଂ ଉତ୍ତମ କୁମାର ପାଣିଗ୍ରାହୀ, ଶଙ୍କର ପାଣିଗ୍ରାହୀ, ଶିବ ପାତ୍ର, ଅନିଲ ନାୟକ, ଗରିବ ନାଇକ,ଅଜୟ ପଣ୍ଡା, କୁମାର ଗୌଡ଼,ସୁବାଷ ସ୍ୱାଇଁ,ସୁଦାମ ଗୌଡ଼,ପିଣ୍ଟୁ ପ୍ରଧାନ,ଭଜରାମ ବିଶୋୟୀ ,ରଞ୍ଜନ ସ୍ୱାଇଁ,ଯୋଗୀନ୍ଦ୍ର ଗୌଡ଼, ହୃଷିକେଶ ପଣ୍ଡା,ସୁଶାନ୍ତ ଖୁଣ୍ଟିଆ,ପ୍ରଶାନ୍ତ ଭାଇ ସମେତ ଧରାକୋଟ ବ୍ଲକର ସମସ୍ତ ପଞ୍ଚାୟତର ଶତାଧିକ ଟାଣୁଆ ବିଜେପି କାର୍ଯ୍ୟକର୍ତା ଯୋଗ ଦେଇ ବିଜୟ ଉଛବ ପାଳନ କରିଥିବା ଦେଖିବାକୁ ମିଳିଛି | 

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

           ମୋ ନିଯୁଜୁ ଓଡିଶା

Post a Comment

Previous Post Next Post