ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

 


ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଘୋଡାପଡା ପଂଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି  , ସରପଞ୍ଚ ନୃସିଂହଁ ପ୍ରଧାନ, ସହକାରୀ ଯନ୍ତ୍ରୀ ପ୍ରଦୀପ ସାହୁ,ଜିପିଡିଓ ସୁଧିର ପ୍ରଧାନ,ବି ଭି ଓ ଭବାନୀ ଶଙ୍କର ତ୍ରିପାଠୀ,   ପି ଇ ଓ ରଞ୍ଜିତ ନାୟକ,  ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା ,ଶୁଭଶ୍ରୀ ମହାରଣା ,ଯୋଗାଣ ଅଧିକାରୀ ବାଦଲ ବେହେରା ,କୃଷି ଅଧିକାରୀ ରାମଲାଲ ସାମଦ , ବି ପି ସି ଚନ୍ଦ୍ର ଶେଖର ବେହେରା, ବି ଏଲ ସି ଦେବରାଜ ବେହେରା,ସହକାରୀ ଉଦ୍ୟାନ ଅଧିକାରୀ ସୁଭାଶିଷ ପାତ୍ର, ସହକାରୀ ମସ୍ଚ୍ୟ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ  ରହି  ଅଭିଯୋଗ ଶୁଣାଣୀ କରିଥିଲେ ।  ବ୍ଲକ କର୍ମଚାରୀ, ପଂଚାୟତ କର୍ମଚାରୀ  ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।ଏଥିରେ ବିଭିନ୍ନ ଅଭିଯୋଗ ଆଗତ ହୋଇଥିଲା ବେଳେ ସମସ୍ତ ଅଭିଯୋଗକୁ ଶୁଣାଣି କରି ନିର୍ଧାରିତ ବିଭାଗକୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ସୁପାରିଶ କରିଛନ୍ତି ବେଗୁନିଆପଡ଼ା  ଜିପିଡିଓ ସୁଧିର ପ୍ରଧାନ।  


Post a Comment

Previous Post Next Post