କନ୍ଧମାଳ:୦୫/୦୫/୨୦୨୬.
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ଅନ୍ତର୍ଗତ ଶାଶିପଦର ଗ୍ରାମ ରାଜେନିପ୍ଡିଆ ସାହି ରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି। ଏହି ସାହିରେ ୧୮ ପରିବାର ବସବାସ କରନ୍ତି। ଫଳରେ ସ୍ଥାନୀୟ ଜନସାଧାରଣ ପିଇବା ପାଣିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର କହିଛନ୍ତି ସାହିର ବାସିନ୍ଦାମାନେ। ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କର ଆଗ୍ରହ ନଥିବା କାରଣରୁ ବସୁଧା ପାଇପ୍ ଟିର ମରାମତି ହୋଇ ପାରୁନାହିଁ । ଯାହାକି ପାଣି ପାଇଁ ବହୁତ ଅସୁବିଧା ହେଉଛନ୍ତି ଜନସାଧାରଣ। ଏନେଇ ଫିରିଙ୍ଗିଆ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କନିଷ୍ଠ ଯନ୍ତ୍ରୀ ଅମର ବେହେରା ଙ୍କୁ ପଚାରିବାରୁ ତଦନ୍ତ କରି ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।ଅନ୍ୟ ପଟେ ଦେଖିବାକୁ ବାକି ରହିଲା ଖବର ପ୍ରକାଶ ପରେ କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି ତାହା ଅପେକ୍ଷା ରେ ଗ୍ରାମବାସୀ।


