ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ବଡକୋଦଣ୍ଡା ସରସ୍ବତୀ ଶିଶୁ ମନ୍ଦିର ରେ ପାଳିତ।

 

  

ଭଞ୍ଜନଗର -୨୦/୦୩(ପ୍ରଫୁଲ୍ଲ କୁମାର ମହାରଣା )ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ବଡକୋଦଣ୍ଡା ସରସ୍ବତୀ ଶିଶୁ ମନ୍ଦିର ରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଓ ନିଷ୍କ୍ରମନ ଉତ୍ସବ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଜବାହାର ହାଇସ୍କୁଲ ର ସଂସ୍କୃତ ଶିକ୍ଷକ ସାଜନ ସ୍ୱାଇଁ, ଶିକ୍ଷକ ମୋହନ ସାହୁ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଗୌରୀକ ଧୂଜା କୁ ପୂଜନ କରିବା ସହ ରାଷ୍ଟ୍ରୀୟ ନବବର୍ଷ ଓ ନିଷ୍କ୍ରମନ ଉତ୍ସବ ସମ୍ବନ୍ଧରେ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ସାଜନ ସ୍ଵାଇଁ ମନ୍ତବ୍ୟ ଦେଇଥିବା ବେଳେ ସଂକୁଳ ପ୍ରମୁଖ ପ୍ରସନ୍ନ କୁମାର ପ୍ରଧାନ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ବିଷୟରେ ମାର୍ଗ ଦର୍ଶନ କରାଇଥିଲେ। ବିଦ୍ୟାଳୟ କୁ ଆସିଥିବା ଛାତ୍ର, ଛାତ୍ରୀ ମାନଙ୍କୁ ମିଷ୍ଟାନ ବଣ୍ଟନ କରିବା ସହ ନୈସ୍ୟ ଭୋଜି ର ଆୟୋଜନ ହୋଇଥିଲା। ବିଦ୍ୟାଳୟ  ର କୈଳାଶ ଗୁରୁଜୀ, ଏ ସନ୍ତୋଷିନୀ ଗୁରୁମା, ଯମୁନା ଗୁରୁମା, ସସ୍ମିତା ଗୁରୁମା,ଏବଂ ଅନ୍ୟ ସମସ୍ତ ଗୁରୁଜୀ,ଗୁରୁମା ଓ ବିଦ୍ୟାଳୟ ର କର୍ମଚାରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଅଶୋକ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post