ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବେଲଗୁଣ୍ଠା ରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ*

 


   ବେଲଗୁଣ୍ଠା-୧୯/୦୩(ପ୍ରଫୁଲ୍ଲ କୁମାର ମହାରଣା) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବେଲଗୁଣ୍ଠା ଠାରେ ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ *ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ* ମହା ସମାରୋହରେ ପାଳିତ ହୋଇ ଯାଇଛି । ପରିଚାଳନା ସମିତିର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ସ୍ୱାଇଁ  ,ଉପ ସଭାପତି ଶ୍ରୀ କାଳୀଚରଣ ପାଢ଼ୀ ,ଉପଦେଷ୍ଟା  ଶ୍ରୀ ରବୀନ୍ଦ୍ର ନାଥ ରଥ , ଶ୍ରୀ ମଧୁସୂଦନ ମହାପାତ୍ର , ଚିନଂ ଚିଦାନନ୍ଦ ପାତ୍ର,ସମ୍ପାଦକ ଶ୍ରୀ ପବିତ୍ର କୁମାର ସାହୁ , ଯୁଗ୍ମ ସମ୍ପାଦକ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର , କୋଷାଧ୍ୟକ୍ଷ ଶ୍ରୀ ଚିନଂ.ରବୀନ୍ଦ୍ରନାଥ ସୁବୁଦ୍ଧି, ସଦସ୍ୟା ଶ୍ରୀମତୀ ଚିନଂ. ସୁଜାତା ସୁବୁଦ୍ଧି, ଶ୍ରୀମତୀ ରାଧାରାଣୀ ସେଠୀ , ପ୍ରମୁଖ ଶୁଭେଚ୍ଛୁ ମାନେ ଦୀପ ପ୍ରଜ୍ଜ୍ୱଳନ କରି  କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ  କରିଥିଲେ।  ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର  ବରିଷ୍ଟ ସ୍ୱୟଂସେବକ ଶ୍ରୀ ଦିଲ୍ଲୀପ  କୁମାର ରେଡ୍ଡି  ଗୈରିକ ଧ୍ବଜ ଉଦ୍ଦେଶ୍ୟରେ ଆଦ୍ୟ ପ୍ରଣାମ ଜ୍ଞାପନ କରି ଥିବା ବେଳେ ଅନୁଷ୍ଠାନର  ପ୍ରଧାନାଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଗୀତା ଗୁରୁମା ରାଷ୍ଟ୍ରୀୟ ନବବର୍ଷ ବିଷୟରେ ମନ୍ତବ୍ୟ ରଖିଥିଲେ। ଅନୁଷ୍ଠାନର କୈଳାଶ ଗୁରୁଜୀ, ପ୍ରଫୁଲ୍ଲ ଗୁରୁଜୀ, ରାଜୀବ ଗୁରୁଜୀ, ବସନ୍ତ ଗୁରୁଜୀ, ଲକ୍ଷ୍ମଣ ଗୁରୁଜୀ, ପ୍ରଶାନ୍ତ ଗୁରୁଜୀ,ଗୀତା ଗୁରୁମା,ମାଧୁରୀ ଗୁରୁମା, ଭାରତୀ ଗୁରୁମା, ପ୍ରଣୀତା ଗୁରୁମା, ନିରୁ ଗୁରୁମା, ମିନତୀ ଗୁରୁମା,ଜୟନ୍ତୀ ଗୁରୁମା, କଳ୍ପନା ଗୁରୁମା, ମଧୁ ଗୁରୁମା, ସଂଜ୍ଞା ଗୁରୁମା, ତପସ୍ୱିନୀ ଗୁରୁମା, ବିଦେଶିନୀ ଗୁରୁମା, ଦୀପ୍ତି ଗୁରୁମା, ଜ୍ୟୋତ୍ସ୍ନା ଗୁରୁମା,ଏବଂ ସମସ୍ତ ସେବାବ୍ରତୀ  ,ଶିଶୁ ତଥା ପରିଚାଳନା ସମିତି ସଦସ୍ୟ, ସଦସ୍ୟା ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଓ ବାହାନ ଚାଳକ ମାନଙ୍କ ଦ୍ୱାରା ବିଶାଳ ପଥ ସଞ୍ଚାଳନ କରି ରାଷ୍ଟ୍ରୀୟ ନବବର୍ଷର ମହତ୍ତ୍ୱ ଓ ଆଦର୍ଶର ବାର୍ତ୍ତା ପ୍ରଚାର କରାଯାଇଥିଲା । ଇତ୍ୟବସରରେ ବ୍ରହ୍ମା, ଶ୍ରୀରାମ ପରିବାର, ଶ୍ରୀ ଯୁଧିଷ୍ଠିର ପରିବାର , ଭାରତ ମାତା, ଲକ୍ଷ୍ମୀବାଈ ,ଡକ୍ଟର୍   ଜୀ,ଶ୍ରୀଗୁରୁଜୀ ତଥା ନର୍ତ୍ତକ ନର୍ତ୍ତକୀ ଆଦିଙ୍କ ଝାଙ୍କି ପ୍ରଦର୍ଶନ ଏବଂ  ବିଦ୍ୟାଳୟ ଘୋଷ୍ ଦଳ ଦ୍ବାରା ରଥ ଶୋଭାଯାତ୍ରା କରି ବର୍ଣ୍ଣାଢ଼୍ୟ ପରିବେଶରେ  ବେଲଗୁଣ୍ଠା ସହର ପରିକ୍ରମା ଓ ପଥ ସଞ୍ଚଳନ କରାଯାଇଥିଲା I ଆମ ଅଞ୍ଚଳର ସମସ୍ତ ସାମ୍ବାଦିକ ତଥା ବେଲଗୁଣ୍ଠାବାସୀ ଉତ୍ସାହର ସହ ଏହି କାର୍ଯ୍ୟକ୍ରମ କୁ ସ୍ୱାଗତ ଓ ଅଭିନନ୍ଦନ କରି ଉପଭୋଗ ଥିଲେ । ଶିକ୍ଷା ସହ ଏଭଳି ଭବ୍ୟ କାର୍ଯ୍ୟକ୍ରମ ର ଆୟୋଜନ କରି  ଅନୁଷ୍ଠାନର ସେବାବ୍ରତୀ ମାନେ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ  ହୋଇ ଥିଲେ ।ଶେଷରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ପବିତ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post