ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ "ପଖାଳ ଦିବସ" ପାଳନ


ଭଞ୍ଜନଗର -୨୧/୦୩(ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା ) ମାର୍ଚ୍ଚ  ୨୦ ବିଶ୍ବ ପଖାଳ ଦିବସ। ଓଡ଼ିଶାର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ପାଳନ ହେଉଛି ପଖାଳ ଦିବସ। ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ର ପ୍ରତୀକ ପଖାଳ। ପ୍ରତିଟି ଓଡ଼ିଆଙ୍କ ସ୍ବାଭିମାନ ଏବଂ ଗୌରବ ସହିତ ଜଡିତ ପଖାଳ। ଓଡ଼ିଆଙ୍କ ଜୀବନ ଜୀବିକା ସହିତ ସଂପର୍କ ଥିବା ପଖାଳ କୁ ନେଇ ଗର୍ବ କରେ ସମଗ୍ର ଓଡ଼ିଆ ଜାତି। ଆଜି ସବୁଆଡେ ପଖାଳ ଦିବସ ପାଳନର ଖୁସିର ମାହୋଲ। ସେହିପରି ଆଜି ବଡ଼କୋଦଣ୍ଡା କ୍ଲଷ୍ଟର ତରଫରୁ ପଖାଳ ଦିବସ ପାଳନ କରାଯାଇଥିଲା। ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଉଥିବା ବଡ଼କୋଦଣ୍ଡା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟାହ୍ନ ଭୋଜନ ବିରତି ସମୟରେ ପଖାଳ ଦିବସ ପାଳନ ସହିତ ଦହି ପଖାଳ ର ମଜା ନେଇଥିଲେ। ସିଆରସିସି ଙ୍କ ଉଦ୍ୟମରେ ଆୟୋଜନ କରାଯାଇଥିବା ଏହି ପଖାଳ ଦିବସରେ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଶିକ୍ଷା କର୍ମଚାରୀ ତଥା ପାଚିକା ସହାୟିକା ଏହି କାର୍ଯ୍ୟକ୍ରମରେ ଭାଗ ନେଇ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସଂପାଦନ କରିଥିଲେ।

Post a Comment

Previous Post Next Post