ଭଞ୍ଜନଗର କବିସମ୍ରାଟ ମିଡ଼ିଆ କ୍ଲବ ର ବନ୍ଧୁତ୍ୱ ପୂର୍ଣ୍ଣ ହୋଲି ଖେଳ ପାଳିତ।


ଭଞ୍ଜନଗର -୦୫/୦୩(ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା ) ଭଞ୍ଜନଗର  ଉପଖଣ୍ଡ ର ଅଗ୍ରଣୀ ଅନୁଷ୍ଠାନ କବିସମ୍ରାଟ ମିଡ଼ିଆ କ୍ଳବ ର ସଦସ୍ୟ ମାନଙ୍କ ଦ୍ୱାରା ରଙ୍ଗର ପର୍ବ ହୋଲି ଖେଳ ବହୁ ଉତ୍ସାହ ର ସହ ପାଳିତ ହୋଇଯାଇଛି।ବହୁ ଆବାହନ କାଳରୁ ପାଳିତ ହୋଇଆସୁଥିବା ଶ୍ରୀ ରାଧା କୃଷ୍ଣ ଙ୍କ ପବିତ୍ର ରଙ୍ଗ ଖେଳ ହୋଲି କୁ ଭଞ୍ଜନଗର

ମିଡ଼ିଆ କ୍ଳବ ର ସଦସ୍ୟ ମାନେ ବାଉଁଶଲୁଣ୍ଡି ଗ୍ରାମ ଠାରୁ ବାହାରି ଭଞ୍ଜନଗର ଥାନା, ବିଭିନ୍ନ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ସହ ସମସ୍ତ ଜନସାଧାରଣ, ବିଭିନ୍ନ ଅନୁଷ୍ଠାନ, ଆଦି ଅଞ୍ଚଳ କୁ ଭ୍ରମଣ କରି ଏହି ପବିତ୍ରହୋଲି ପର୍ବ କୁ ପାଳନ କରିଥିଲେ। ସଭାପତି ପ୍ରଦୀପ ସ୍ୱାଇଁ, ସମ୍ପାଦକ ଚିନ୍ମୟ ଵେବର୍ତ୍ତା, ସହ ସମ୍ପାଦକ ପୁରୁଷୋତ୍ତମ ମହାପାତ୍ର, ଉପଦେଷ୍ଟା ଦଣ୍ଡପାଣି ପ୍ରଧାନ, ସଂଜୀବ ପାତ୍ର, ସଦସ୍ୟ ପ୍ରଫୁଲ୍ଲ,ଦୁର୍ଗାମାଧବ, ରଂଜିତ, ନବ, ସପନ, ସୁନୀଲ, ଅଶୋକ,ଆଦି ଏହି ହୋଲି ଉତ୍ସବ ରେ ସାମିଲ ହୋଇଥିଲେ । ଏହା ଦ୍ୱାରା ବନ୍ଧୁତ୍ୱ, ଭାଇଚାରା, ର ସମ୍ପର୍କ, ଜନସାଧାରଣ ଙ୍କ ଠାରେ ସୁସମ୍ପର୍କ କିପରି ସୁଦୃଢ ହୋଇପାରିବ,ଲକ୍ଷ୍ୟ ନେଇ ମିଡ଼ିଆ କ୍ଳବ ବନ୍ଧୁତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମ କରିଥିଲା। ଶେଷରେ ଅନୁଷ୍ଠାନ ର ସଭାପତି ପ୍ରଦୀପ ସ୍ୱାଇଁ ସମସ୍ତ ସଦସ୍ୟ ମାନଙ୍କୁ ପଇଡ଼ ପାନୀୟ ଦେବା ସହ ସମସ୍ତ ସଦସ୍ୟ ମାନଙ୍କ ଠାରେ ଏହିପରି ବନ୍ଧୁତ୍ୱ ରହୁ ବୋଲି ଉତ୍ସାହିତ କରିଥିଲେ।

Post a Comment

Previous Post Next Post