ସରକାରୀ ନିୟମକୁ ମାନୁ ନାହାନ୍ତି କର୍ମଚାରୀ,ଭାତ ଟଙ୍କା ଉଠାଣ ବେଳେ ଦୁର୍ଘଟଣାର ଶିକାର ହେଲେ ବୃଦ୍ଧ |


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୨୫/୦୩/୨୦୨୬:- ଆଜି ସମସ୍ତଙ୍କୁ ଚକିତ କଲାଭଳି ଘଟଣା ଘଟିଛି ପଳଉପଲ୍ଲୀ ନିକଟରେ | ଓଲମ୍ବା ପଞ୍ଚାୟତ ସ୍ତିତ ମହୁଲପଲ୍ଲୀ ଗ୍ରାମର ଏକ ପରିବାରରୁ ଦୁଇ ବୃଦ୍ଧଙ୍କ ସହ ଅନ୍ୟ ଦୁଇ ଜଣ ଧରାକୋଟ ବେଙ୍କରୁ ଟଙ୍କା ଉଠାଇ ଘର ଅଭିମୁଖେ ଯାଉଥିବା ବେଳେ ପଳଉପଲ୍ଲୀ ନିକଟରେ କୌଣସି କାରଣରୁ ଯାତ୍ରୀ ବାହି ଅଟୋ ଭରାସାମ୍ୟ ହରାଇ ରାସ୍ତା କଡରେ ଥିବା ବଡ ଗଛରେ ଧକା ହୋଇ ଦୁର୍ଘଟଣା ଘଟି ଥିବା ଦେଖିବାକୁ ମିଳିଛି |ଉକ୍ତ ଦୁର୍ଘଟଣାରେ ଏକ ପରିବାରରୁ ଚାଲାକଙ୍କ ସହ ଚାରିଜଣ ଦୁର୍ଘଟଣାର ଶିକାର ହୋଇ ଧରାକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିଛିତ ହେଉଥିବା ବେଳେ ଚାଳକଙ୍କ ଅବସ୍ଥା ସାଙ୍ଘାତିକ ଥିବା ଜଣାପଡିଛି | ସୂଚନା ଥାଉକି ଅତ୍ୟଧିକ ବୃଦ୍ଧ,ବୃଦ୍ଧା ହୋଇଗଲେ ହାତର ଟିପ ବାୟୋମେଟ୍ରିକରେ କାମ କରେନାହିଁ ତେଣୁ ଟଙ୍କା ଉଠାଇବା ପାଇଁ ବେଙ୍କ ଉପରେ ନିର୍ଭର କରିବାକୁ ପଡିଥାଏ | ଅନେକ ସମୟରେ ଅନେକ ବୃଦ୍ଧ ବେଙ୍କ ଯିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ଯଦି ଆଜି ଦୁର୍ଘଟଣା ଘଟିଛି ତାହା ପାଇଁ ଭାତ ବଣ୍ଟନ କରୁଥିବା ଅଧିକାରୀ ମାନେ ସମ୍ପୂର୍ଣ ଦାୟୀ ବୋଲି କହିଥିଲେ ସମ୍ପୃକ୍ତ ହିତାଧିକାରୀ | ସୂଚନା ଅନୁସାରେ ଯେଉଁମାନେ ଅତ୍ୟଧିକ ବୃଦ୍ଧ,ବୃଦ୍ଧା ବ୍ୟକ୍ତି ସରକାରଙ୍କ ନିୟମ ଅନୁସାରେ ହିତାଧିକାରୀ ମାନଙ୍କ ଘରେ ଭାତ ଦେବା ନିୟମ ରହିଥିବା ବେଳେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଓଳମ୍ବ ପଞ୍ଚାୟତରେ | ଏହାର ସଠିକ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳ ବସି | 

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

           ମୋ ନିଯୁଜୁ ଓଡିଶା

Post a Comment

Previous Post Next Post