ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୨୫/୦୩/୨୦୨୬ :-ଆଜି ନାଗରିକ ସୁରକ୍ଷା କାନୁନ୍ ସେବାର ରାଜ୍ୟ ମୁଖ୍ୟ ଅଧକ୍ଷ ଶ୍ରୀ ସନ୍ତୋଷ କୁମାର ହୋତା ହଠାତ୍ ଏକ ଖବର ଶୁଣି ଗଂଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଳକର ରାମଚନ୍ଦ୍ରପୁର ପଞ୍ଚାୟତର ଧର୍ମରାୟ ପୁର ଶାସନ ଗ୍ରାମରେ ତା ୨୨/୩/୨୦୨୬ ରିଖ ଦିନ ସନ୍ଧ୍ୟା ବେଳେ ପହଞ୍ଚି ୧୫ ମାର୍ଚ୍ଚ ରୋଡ ଦୁର୍ଘଟଣାରେ ମରିଯାଇଥିବା କାହ୍ନ ମିଶ୍ର ନାମକ ଏକ ଯୁବକଙ୍କ ଘରକୁ ଯାଇ ତାଙ୍କ ବାପାଙ୍କ ବୟାନ ନେଇଥିଲେ, ଏବଂ ତାଙ୍କ ସହ ଆମ ରାଜ୍ୟର ନାଗରିକ ସୁରକ୍ଷା କାନୁନ୍ ସେବା ଟ୍ରଷ୍ଟର ସାଧାରଣ ସମ୍ପାଦକ ଇପିଲି ସୁବାସ ଚନ୍ଦ୍ର,ରାଜ୍ୟ ମୂଖ୍ୟ ମିଡିଆ ଦାୟିତ୍ୱରେ ଥିବା ବି ଶ୍ରୀନିବାସ ପାତ୍ର ଏବଂ ରାଜ୍ୟ ଅଧକ୍ଷଭାବେ କାର୍ଯ୍ୟରତ ଶ୍ରୀ ଭଗବାନ ପାତ୍ର ଏବଂ ଗଂଜାମ ଜିଲ୍ଲା ଅଧକ୍ଷ ଶ୍ରୀ କିରଣ କୁମାର ସାହୁ ଏବଂ ଅନ୍ୟ ସଂଗଠନରେ କାର୍ଯ୍ୟରତ ମେମ୍ବର ମାନେ ଥିଲେ | ରାଜ୍ୟ ଅଧ୍ୟକ୍ଷ କହିବା କଥା ଯେ ଗୋଟେ ଗରିବ ପରିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଟି ନିଜ ଘର ଚଳାଇବା ପାଇଁ ରୋଗୀ ମାଆଙ୍କୁ ନେଇ ସୁଦୂର ଭୁବନେଶ୍ୱର ପ୍ରାଇଭେଟ୍ ହସ୍ପିଟାଲ୍ ରେ ଚିକିଛା କରି ଫେରୁ ଥିବା ବାଟରେ ଏପରି ଦୁର୍ଘଟଣା ହୋଇ ଆଖି ବୁଜି ଦେବା ପରେବି ପ୍ରଶାସନ ତରଫରୁ ସହାୟତା ପାଇଁ ନିବେଦନ କରିବା ପରେବି କିଛି ମିଳୁନି, ମରିଯିବା ପରେ ବି ନିଜ ଆଖି ଦୁଇଟା କୁ ଏମ୍ସ ହସ୍ପିଟାଲ୍ କୁ ଦାନ ଦେଇ ଏକ ବିରାଟ ବାର୍ତ୍ତା ସମାଜ କୁ ଦେଇଛନ୍ତି | ସ୍ଥାନୀୟ ସରପଞ୍ଚ ଦାୟିତ୍ୱରେ ଥିଲେବି କିଛି ସାହାଯ୍ୟର ହାତ ବଢ଼ାଇ ନାହାଁନ୍ତି, ଏ ସବୁ ବିଷୟ ରେ କାର୍ଯ୍ୟରତ ତହସିଲଦାର ଏବଂ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଜଣା ଯାଇଛି ଏବଂ ନାଗରିକ ସୁରକ୍ଷା କାନୁନ୍ ସେବା ଟ୍ରଷ୍ଟର ରାଜ୍ୟ ଅଧ୍ୟକ୍ଷ ୫୦୦୦ (ପାଞ୍ଚ ହଜାର) ଟଙ୍କା ସାହାଯ୍ୟର ହାତ ବଢ଼ାଇ ଛନ୍ତି | ଗଂଜାମ ଜିଲ୍ଲାପାଳ ଏବଂ ସ୍ଥାନୀୟ ଅଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି ଗରିବ ପରିବାର ପ୍ରତି କିଛି ଅନୁକମ୍ପା ରାଶି ପ୍ରଦାନ କଲେ ବାପାମାଆ ବଞ୍ଚିବାର କିଛି ରାସ୍ତା ପାଇବେ ବୋଲି, ନାଗରିକ ସୁରକ୍ଷା କାନୁନ୍ ସେବା ଟ୍ରଷ୍ଟର ରାଜ୍ୟ ଅଧକ୍ଷ ଏବଂ ତାଙ୍କ ସହକର୍ମୀ ମାନେ ସଦାସର୍ବଦା ନଜର ରଖିଛନ୍ତି ଯେ ସମାଜରେ ଥିବା କିଛି ଏପରି ସମସ୍ୟାରେ ପୀଡ଼ିତ ଲୋକ ଯଦି କିଛି ସାହାଯ୍ୟ ଲୋଡ଼ନ୍ତି ସବୁବେଳେ ଲୋକଙ୍କ ସହ ଅଛନ୍ତି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ସନ୍ତୋଷ କୁମାର ହୋତା ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କିଛିବି ସହାୟତା ମିଳିନାହିଁ ବୋଲି ସ୍ଥାନୀୟ ଗ୍ରାମବାସୀ କହୁଛନ୍ତି।
Tags:
ଆଞ୍ଚଳିକ


