ଉଦଯାପିତ ହେଲା ଶାଖା ଓ ଉପ ଶାଖା ପାଣକୁଳ ସମାଜ ର ବାର୍ଷିକ ସାଧାରଣ ଅଧିବେଶନ ବନ୍ଧୁ ମିଳନ ସମ୍ମିଳନୀ

 


କନ୍ଧମାଳ :୨୫/୦୩/୨୦୨୬

କନ୍ଧମାଳ ଜିଲ୍ଲାରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପକାରୀ ପଞ୍ଚାୟତ ପକାରୀ ସରୁପଡା ସାହି ଠାରେ ଅନୁଷ୍ଠିତ ହୋଇଥିବା ପାଣ କୁଳ ସମାଜ ସେବା ସମିତି ଉପଶାଖା  ପକାରୀ ର ବାର୍ଷିକ ସାଧାରଣ ଅଧିବେଶନ ବନ୍ଧୁ ମିଳନ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଯାପିନୀ ଅବସରରେ ଫିରିଙ୍ଗିଆ ବ୍ଲକ ପାଣ ସମାଜ ସେବା ସମିତି ସଭାପତି ଚନ୍ଦ୍ରମୋହନ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଶାଖା ସଭାପତି ନିରଞ୍ଜନ ଦିଗାଲ, ଶାଖା ଉପସଭାପତି ଗୋବିନ୍ଦ ଦିଗାଲ, ଶାଖା ସମ୍ପାଦକ କେଶବ ଦିଗାଲ, ଶାଖା ସହ ସମ୍ପାଦକ ରାଜୁ ଦିଗାଲ,ଶାଖା ବରିଷ୍ଠ ଉପଦେଷ୍ଟା ଚକ୍ରପତି ଦିଗାଲ,ପକାରୀ ପାଣ କୁଳ ସମାଜ ସଭାପତି ସଞ୍ଜୟ ଦିଗାଲ, ସମ୍ପାଦକ ବଳରାମ ଦିଗାଲ, ସହ ସମ୍ପାଦକ ଜନେକ ଦିଗାଲ,ପାଣ କୁଳ ସମାଜ ଯୁବ ବାହିନୀ ବାମନ ଦିଗାଲ,କୋଷାଦକ୍ଷ ସଞ୍ଜୟ ଦିଗାଲ ପୂର୍ବତନ ସଭାପତି ଅରୁଣ ଦିଗାଲ, ଉପଦେଷ୍ଟା କପିଶ୍ଵର ଦିଗାଲ,ପାଙ୍ଗାଉପରସାହି ପଞ୍ଚାୟତ ଉପଶାଖା ସଭାପତି ଦିଲୀପ ଦିଗାଲ,ରତଙ୍ଗ ପଞ୍ଚାୟତ ଉପଶାଖା ସଭାପତି ପାଉଲ ଦିଗାଲ, ପୂର୍ବତନ ଶାଖା ସମ୍ପାଦକ ମାଧବ ଦିଗାଲ, ଶାଖା କୋଷାଧ୍ୟକ୍ଷ ମହାନ୍ତି ଦିଗାଲ, ସ୍ଵତନ୍ତ୍ର ମୁଖ୍ୟବକ୍ତା ମିହିର ଦିଗାଲ ଯୋଗ ଦେଇଥିଲେ। ଦିନ ତମାମ ପାଣ କୁଳ ସମାଜ ର ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ଉପରେ ଆଲୋଚନା କରାଯିବା ପରେ ଶୃଙ୍ଖଳିତ ସମାଜ ଗଠନ ସହ,ନିଶା ନିବାରଣ , ଶିକ୍ଷା ଉପରେ ଉପସ୍ଥିତ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ମିହିର ଦିଗାଲ ଉପସ୍ଥିତ ପାଣ କୁଳ ସମାଜ କଲ୍ୟାଣ କମିଟିର ସମସ୍ତ ସଦସ୍ୟ ଙ୍କୁ ଆଧ୍ୟାତ୍ମିକ ଜ୍ଞାନ ସୁ ଶିକ୍ଷା ପ୍ରଦାନ ସହ ପ୍ରତ୍ୟେକ ପରିବାରରେ ନିଜର ପୁଅ ଝିଅ ଓ ପିତାମାତାଙ୍କୁ ଯନ୍ ନେବା ସହ ଦାୟିତ୍ଵ ନିର୍ବାହ କରିବାକୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।୨୪ ଖଣ୍ଡ ପଞ୍ଚାୟତ ଉପଶାଖାର ଥିବା ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଆଲୋଚନା ପରେ ଗ୍ରାମ୍ୟ କମିଟିର ସଭାପତି ମାନଙ୍କୁ ନିଜ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଆଲୋଚନା ପରେ ଗ୍ରାମ୍ୟ ସଭାପତି ମାନଙ୍କୁ ନିଜ ଅଞ୍ଚଳର ସ୍ବଜାତି ଲୋକଙ୍କୁ ପରିଚାଳନା କରିବା ନିମନ୍ତେ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଶାଖା ଯୁବ ସଂଗଠକ ସମ୍ପାଦକ ଅଶୋକ ଦିଗାଲ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  । ଗୋଛାପଡା ଶାଖାର ପକାରୀ ଉପଶାଖା ସରୁପଡା ଏବଂ ୧୦ ଗୋଟି ପଞ୍ଚାୟତ ର ସଭାପତି ନିରଞ୍ଜନ ଦିଗାଲ,ସଞ୍ଜୟ ଦିଗାଲ , ସଂକୀର୍ତ୍ତନ ଦିଗାଲ, ମୁକୁନ୍ଦ ଦିଗାଲ,ପତାନା ଦିଗାଲ,ଜଗା ଦିଗାଲ,ପୁରେନ୍ଦ୍ର ଦିଗାଲ, କାର୍ତ୍ତିକ ଦିଗାଲ ବଶିଷ୍ଠ ଦିଗାଲ, ରତ୍ନାକର ଦିଗାଲ, ଦୁର୍ଯ୍ୟୋଧନ ଦିଗାଲ,ଜିବରଧନ ଦିଗାଲ, ତୁଷାର ଦିଗାଲ, ଲମ୍ବୋଦର ଦିଗାଲ ,ଯୁବ ସାମ୍ବାଦିକ ବ୍ରମରବର ନାୟକ,ମୃତ୍ୟୁଞ୍ଜୟ ଦିଗାଲ,ରାଜିବ ଦିଗାଲ,  ଙ୍କ ସହ ଶାଖା ର ସମସ୍ତ କର୍ମକର୍ତ୍ତା ଓ ଅଞ୍ଚଳ ବାସି ସହଯୋଗ କରିଥିଲେ । ବାର୍ଷିକ ସାଧାରଣ ବୈଠକରେ ୨୪ ଖଣ୍ଡ ପଞ୍ଚାୟତ ର ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ଯୁବକ ଯୁବତୀ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Post a Comment

Previous Post Next Post