କଟକ ଠାରେ ଭଞ୍ଜନଗରର ୬ ଶିକ୍ଷାବିତ ସମ୍ବର୍ଦ୍ଧିତ।

 


ଭଞ୍ଜନଗର : ୦୩/୦୩ (ରିପୋର୍ଟ-ପ୍ରଫୁଲ୍ଲ କୁମାର ମହାରଣା) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଓଡ଼ିଶାର ସର୍ବବୃହତ୍ ଜାତୀୟ ଶିକ୍ଷାନୀତି ସମୀକ୍ଷା ସମ୍ମିଳନୀ ୨୦୨୬ କଟକ ସାରଳା ଭବନରେ ଆୟୋଜିତ ହୋଇଯାଇଛି। ଉକ୍ତ ଅବସରରେ ଶତାଧିକ ଶିକ୍ଷକ, ଅଧ୍ୟାପକ, ଅଧ୍ୟକ୍ଷ ଏବଂ ପ୍ରଫେସରମାନଙ୍କୁ ନିୟମ ଅନୁସାରେ ଚୟନ କରାଯାଇ ଗୋପବନ୍ଧୁ ଶିକ୍ଷାରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ସମସ୍ତେ ବିଶିଷ୍ଟ ଶିକ୍ଷାବିତ୍ ଗୋପବନ୍ଧୁ ବିଶ୍ୱାଳଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଆନୁଷ୍ଠାନିକ ଭାବେ କଟକର ମେୟର ସୁବାସ ସିଂହ ଉଦ୍‌ଘାଟନ କରି ବିକଶିତ ରାଷ୍ଟ୍ର ଗଠନରେ ଜାତୀୟ ଶିକ୍ଷାନୀତି ବିଭିନ୍ନ ଧାରାକୁ ବ୍ୟାଖ୍ୟା କରିଥିଲେ। ମୁଖ୍ୟ ଅତିଥି ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ଆଧ୍ୟାତ୍ମିକ ଶିକ୍ଷା ଛାତ୍ର ସମାଜକୁ ମାର୍ଜିତ ଏବଂ ଶୃଙ୍ଖଳିତ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅସୀମ ଅମିତାଭ ଦାଶ, ପ୍ରଫେସର ବନ ବିହାରୀ ମିଶ୍ର ଏବଂ ଲଲାଟେନ୍ଦୁ ବଡୁ ଯୋଗଦାନ କରି କୈବଲ୍ୟ ସାହିତ୍ୟ ସଂସଦ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ଏକବିଂଶ ଶତାବ୍ଦୀରେ ଗବେଷଣାତ୍ମକ ଶିକ୍ଷାର ଗୁରୁତ୍ୱ ବୃଦ୍ଧି ପାଇଛି। ଶିକ୍ଷାବିତ୍ ମାନଙ୍କ ବିକଶିତ ରାଷ୍ଟ୍ର ଗଠନ ପାଇଁ ଦାୟିତ୍ୱବୋଧ ବହୁଗୁଣିତ ହୋଇଛି। ଉକ୍ତ ଅବସରରେ ଚାରୋଟି ସମ୍ପାନରେ "ବିକଶିତ ରାଷ୍ଟ୍ର ଗଠନରେ ଜାତୀୟ ଶିକ୍ଷାନୀତିର ସମସ୍ତ ଧାରା ପ୍ରୟୋଗ ଆବଶ୍ୟକ।’ ଶୀର୍ଷକ ବିଷୟରେ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଲୋହରାଖଣ୍ଡି ସାହିତ୍ୟ ସଂସଦର ୬ଜଣ ଶିକ୍ଷାବିତ ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରା, ଶ୍ରୀମତୀ କଳ୍ପନା କୁମାରୀ ପ୍ରଧାନ, ଶ୍ରୀମତୀ ଲୋପାମୁଦ୍ରା ରଥ, ଶ୍ରୀମତୀ ପ୍ରଣତି ପାଣିଗ୍ରାହୀ, ତ୍ରିନାଥ ବେହେରା, ଶିଶିର କୁମାର ସ୍ୱାଇଁ ସମ୍ବର୍ଦ୍ଧିତ ହୋଇଥିଲେ।

Post a Comment

Previous Post Next Post