ମାଇ ହାତୀର ଗଳିତ ମୃତଦେହ କାଜୁ ବଗିଚା ରେ ଠାବ ।

 


ଭଞ୍ଜନଗର -୧୫/୦୩ (ପ୍ରଫୁଲ୍ଲ କୁମାର ମହାରଣା ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ କଦଳିଗଡ ନିକଟ ଏକ କାଜୁ ବଗିଚାରୁ ରବିବାର ଏକ ମାଇ ହାତୀର ଗଳିତ ମୃତ ଦେହ ଠାବ କରାଯାଇଛି । ମୃତ ହାତୀଟିର ବୟସ ୫ ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ। ବନବିଭାଗ ଅଧିକାରୀ  ମାନେ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଚଳାଇଛନ୍ତି। ସୂଚନା ଯୋଗ୍ୟ ଯେ ହାତୀ ମୃତ୍ୟୁ କିପରି ହେଲା  ଏହାର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି କହିଛନ୍ତି।

Post a Comment

Previous Post Next Post