କୃଷ୍ଣପ୍ରସାଦ -(ଦୁର୍ଗା ଚରଣ ସ୍ୱାଇଁ)ଙ୍କ ଠାରୁ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ଚିଲିକା ନୂଆପଡା ସ୍ଥିତ ନାରାୟଣ ବିଦ୍ୟାପୀଠର ୬୫ ତମ ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ପ୍ରବୀର ଚନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଚିଲିକା ନୂଆପଡା ଗ୍ରାମ୍ୟ କମିଟି ସଭାପତି ନଳିନୀକାନ୍ତ ଜେନା, ମୁଖ୍ୟବକ୍ତା ବିଆରସିସି ସିଧେଶ୍ୱର କରଣ, ସମ୍ମାନୀତ ଅତିଥି ଭାବେ ବ୍ରହ୍ମଦେବତୀ ସ୍ୱୟଂ ସହାୟିକା ଗୋଷ୍ଠୀର ବରିଷ୍ଠ ସଦସ୍ୟା ସାଗରୀକା ଜାଲି, ସତ୍ୟଭାମା ସାମଲ ପ୍ରମୁଖ ଯୋଗଦେଇ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶାରୀରିକ ଶିକ୍ଷକ ଅଶୋକ କୁମାର ସାମଲଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଭଲିବଲ, କ୍ରିକେଟ, ଖୋ ଖୋ, କବାଡି, ଦୌଡ଼ କୁଦ, ଉଚ୍ଚ ଡିଆଁ, ଲମ୍ବ ଡିଆଁ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ କରକମଳରେ ମାନପତ୍ର ସହିତ ଟ୍ରଫି ପ୍ରଦାନ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ଦିଲେଶ୍ୱର ନାୟକ, ଶିକ୍ଷୟତ୍ରୀ ଅମ୍ବିକା ନାୟକ, ଅର୍ଚ୍ଚନା ଆଚାରୀ, ମୁଖ୍ୟ କିରାଣୀ ଦୟାନିଧି ମାଝୀ, ଗୋପାଳ ସାହୁ, ବିଜୟ ଜେନା, ଦିନେଶ ଜେନା ପ୍ରମୁଖ ଉତ୍ସବ ଆୟୋଜନରେ ସହଯୋଗ କରିଥିଲେ ।


