କୃଷ୍ଣପ୍ରସାଦ (ଦୁର୍ଗା ଚରଣ ସ୍ୱାଇଁ)ଙ୍କ ରିପୋର୍ଟ ମୋ ନିୟୁଜ ଓଡିଶା
ରାଜ୍ୟରେ ବିଜେପି ସରକାର କ୍ଷମତାରେ ଥିବା ବେଳେ ବିଜେଡ଼ିର ଦୁର୍ଗ ଭାବେ ପରିଚିତ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ସମୟାନୁକ୍ରମେ ବିରୋଧି ବିଜେଡ଼ି ଦଳ ଦୁର୍ବଳ ହେବାରେ ଲାଗିଛି । ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡ଼ିର ଅନେକ ତୁଙ୍ଗ ନେତା ଏବେ ବିଜେପି ମୁହାଁ ହୋଇଥିବା ଜଣାପଡିଛି । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ପଞ୍ଚାୟତ ସ୍ତରରେ ଶାସକ ଦଳ ବେଶ ସୁବିଧା ଜନକ ସ୍ଥିତିରେ ଥିବା ବେଳେ ବିରୋଧି ବିଜେଡ଼ି ଦଳ ବେଳକୁ ବେଳ ଲୋକପ୍ରିୟତା ହରାଉଥିବା ଜଣାପଡିଛି । ଶୁକ୍ରବାର ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ଉପସ୍ଥିତିରେ ବିଜେଡ଼ିର ତୁଙ୍ଗ ନେତା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ୨୮ନଂ ଜୋନ ଜିଲ୍ଲା ପରିଷଦ କୈଳାଶ ଚନ୍ଦ୍ର ପରିଡ଼ା,ଚିଲିକା ନୂଆପଡା ପଞ୍ଚାୟତ ସରପଞ୍ଚ କବିତା ଜେନା, ବଡ଼ଝାଡ଼ ପଞ୍ଚାୟତ ସରପଞ୍ଚ ସୁମିତ୍ରା ପାହାଣ, ତିତିପ ପଞ୍ଚାୟତ ସମିତିସଭ୍ୟା ସଂଯୁକ୍ତା ସେଠୀ,ପୂର୍ବତନ ସମିତିସଭ୍ୟ କୃଷ୍ଣ ଚନ୍ଦ୍ର ଜେନା, ଦୁର୍ଯ୍ୟୋଧନ କାଣ୍ଡି, ପୂର୍ବତନ ସରପଞ୍ଚ ସତ୍ୟ ନାରାୟଣ ମହାରଣା, ଯୁବନେତା ବସନ୍ତ ନାୟକ, ଜିତେନ୍ଦ୍ର ବେହେରା, ବସନ୍ତ ପରିଡ଼ା, ଦେବାଶିଷ ପଲେଇ, ସଞ୍ଜୟ ପ୍ରଧାନ, ପ୍ରଦୀପ କୁମାର ପଲେଇ, ରଞ୍ଜନ ବାରିକ ପ୍ରମୁଖ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଥିବା ଜଣାପଡିଛି । ଦଳ ପକ୍ଷରୁ ରାଜ୍ୟ ସଭାପତି ସମସ୍ତଙ୍କୁ ଦଳୀୟ ଟୋପି ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏକଦା ବିଜେଡ଼ିର ମଙ୍ଗୁଆଳ ସାଜିଥିବା ଏହି ତୁଙ୍ଗ ନେତା ମାନେ ଏବେ ଦଳ ଛାଡ଼ି ବିଜେପିରେ ଯୋଗଦେଇଥିବାରୁ ଶାସକ ଦଳର ସଂଗଠନ ବେଳକୁ ବେଳ ମଜବୁତ ହେବାରେ ଲାଗିଛି । ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପସଭାପତି ଡ଼ ଯତୀନ ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା ଐଶ୍ଚଜ୍ୟା ବିଶ୍ୱାଳ, ବିଧାୟକ ସରୋଜ ପାଢ଼ୀ, ରାଜ୍ୟ ସମ୍ପାଦକ ସରୋଜ କର,ବ୍ରହ୍ମଗିରି ବିଧାୟିକାଙ୍କ ପ୍ରତିନିଧି ଉତ୍ତମ କୁମାର ତରେଇ, ପୁରୀ ସାଂସଦଙ୍କ ପ୍ରତିନିଧି ହରିହର ଦାଶ,ବ୍ଳକ ଆତ୍ମା କମିଟି ଅଧ୍ୟକ୍ଷ ସଞ୍ଜୟ କୁମାର ସେଠୀ,କୃଷ୍ଣପ୍ରସାଦ ମଣ୍ଡଳ ବିଜେପି ସଭାପତି ସଂଗ୍ରାମ କେଶରୀ ଜେନା, ସାତପଡ଼ା ମଣ୍ଡଳ ବିଜେପି ସଭାପତି ପ୍ରଦୀପ୍ତ କୁମାର ବେହେରା, ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ବିଶ୍ୱାଳ, ପିରିଜିପୁର ପଞ୍ଚାୟତ ସରପଞ୍ଚ ଇଂ ମଳୟ କୁମାର ଜେନା, ଗୋପୀନାଥପୁର ପଞ୍ଚାୟତ ସରପଞ୍ଚ ସରୋଜ କୁମାର ଲେଙ୍କା, ଅଲଣ୍ଡା ପଞ୍ଚାୟତ ବିଜେପି ସଭାପତି ଶରତ ଚନ୍ଦ୍ର ଜେନା, ସିଆଣ୍ଡି ପଞ୍ଚାୟତ ସମିତିସଭ୍ୟ ଲଳିତ କୁମାର ତରେଇ, ବରିଷ୍ଠ ନେତା ନବ କିଶୋର ଜେନା, ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କରତାଳି ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।



