ସ୍ୱାସ୍ଥ୍ୟକର୍ମୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 


         

କୃଷ୍ଣପ୍ରସାଦ ତା ୫, ୨(ପିଏନଏସ)

             ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ତିତିପ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ତିନି ଦଶନ୍ଧି ଧରି କାର୍ଯ୍ୟ କରୁଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରଭାତନଳିନୀ ଦୀକ୍ଷିତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।  ତିତିପ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡା. ଗଗନ ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାକ୍ତନ ଚିକିତ୍ସା ଅଧିକାରୀ ଡା ସନ୍ତୋଷ କୁମାର ବେହେରା ଯୋଗଦେଇଥିଲେ ।  ବିଦାୟୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ଉପଢୌକନ ପୁଷ୍ପଗୁଚ୍ଛ ପ୍ରଦାନ କରାଯିବା ସହ ତାଙ୍କର କାର୍ଯ୍ୟ ଦକ୍ଷତା, ସମୟାନୁବର୍ତ୍ତିତା, ନିଷ୍ଠାପରତା ଓ ସମସ୍ତଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଉପରେ ଆଲୋଚନା କରିବା ସହିତ ଅବଶିଷ୍ଟ ଜୀବନ ଖୁସିରେ ଅତିବାହିତ ହେବାକୁ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ତିତିପ ଏବଂ ଗୋମୁଣ୍ଡିଆ ପଞ୍ଚାୟତ ଅଧିନ ସମସ୍ତ ଅଙ୍ଗନବାଡି, ଆଶା କର୍ମୀ ସମେତ ଫାର୍ମାସିଷ୍ଟ ତପନ କୁମାର ତରେଇ, ବିଭୁତି ଭୂଷଣ ବିଶ୍ୱାଳ, ଜିତେନ୍ଦ୍ର କୁମାର ସେଠୀ, ଦେବାଶିଷ ବାରିକୀ, ପିଙ୍କି ଜେନା, ସତ୍ୟଭାମା ଘଡେଇ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Post a Comment

Previous Post Next Post