କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତିଭୂମି ପରଖିଲେ କୟାକଳ୍ପ ଟିମ

 


            

କୃଷ୍ଣପ୍ରସାଦ ତା ୫, ୨

             ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦେଶକ ଡ଼ ମନୋରଞ୍ଜନ ହାତିଙ୍କ  ନେତୃତ୍ୱରେ ଆସିଥିବା କୟାକଳ୍ପ ଦଳ ଗୁରୁବାର କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଟିମ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ବିଭାଗର କୋଠରୀ ସହ ଅସ୍ତ୍ରୋପଚାର ଗୃହ, ଲେବର ରୁମ, ରୋଗୀ ଶଯ୍ୟା, ସୁରକ୍ଷା ପାଚେରୀ, ଅଳିଆ ଆବର୍ଜନା କୁଣ୍ଡ, ନିରାମୟ ଏବଂ ଡ୍ରେନେଜ ବ୍ୟବସ୍ଥା ନିରୀକ୍ଷଣ କରିଥିଲେ। ସୂଚନା ଯୋଗ୍ୟ ୨୦୧୫ରୁ ରାଜ୍ୟ ସରକାର ଭିତିଭୂମି ଏବଂ ପରିମଳ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଡାକ୍ତରଖାନା ଗୁଡ଼ିକୁ ପୁରସ୍କାର ରାଶି ଦେବାର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ୱତନ୍ତ୍ର ଟିମ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତିଭୂମିକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରୁଛନ୍ତି। କାୟାକଳ୍ପ ଟିମର ଗସ୍ତକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର, ହର୍ବାଲ ଗାଡେନ, ରୋଗୀ ଶଯ୍ୟା, କାନ୍ଥକୁ ପରିସ୍କାର କରାଯିବା ସହିତ ବିଭିନ୍ନ ରଙ୍ଗରେ ଚିତ୍ରିତ କରି ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଟିମ ସଦସ୍ୟ ମାନେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ବିଭାଗକୁ ଅନୁଧ୍ୟାନ କରି ଖୁସି ବ୍ୟକ୍ତ କରିବା ସହିତ ପୁରୀ ଜିଲ୍ଲାର ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ଦେଖି ସାରିବା ପରେ କେଉଁଟି ଉନ୍ନତମାନର ଜଣାପଡିବ ବୋଲି କହିଛନ୍ତି। ସାଧାରଣତଃ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ, ରୋଗୀ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଲେ ଡାକ୍ତରଖାନା ପରିବେଶ ସ୍ୱଚ୍ଛ, ସୁନ୍ଦର ଏବଂ ସବୁଜିମାରେ ପରିଣତ ହେବ ବୋଲି ଟିମର ସଦସ୍ୟ ମାନେ ସୂଚନା ଦେଇଥିଲେ। ଚଳିତ ବର୍ଷ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ବିଭିନ୍ନ ବିଭାଗରେ ଉନ୍ନତ ମାନର କାର୍ଯ୍ୟ କରିବା ସହିତ ପରିବେଶକୁ ଉନ୍ନତ କରିଛନ୍ତି ବୋଲି କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ ନବ କିଶୋର କର ପ୍ରକାଶ କରିଛନ୍ତି। ଏହି କାୟାକଳ୍ପ ଟିମ ସଦସ୍ୟ ଡ଼. ମନୋରଞ୍ଜନ ହାତି, ଜିଲ୍ଲା କୀଟ ତତ୍ୱ ବିଶାରଦ ବିଜନ କୁମାର ପାତ୍ର,ପିଏମଆଇ ରାଜ୍ୟ ପ୍ରୋଗ୍ରାମ ଅଫିସର ରୁବି ରାଉତ,ଜିଲ୍ଲା ଆଶା ସହକାରୀ ପରିଚାଳକ ଅଶୋକ କୁମାର ସାହୁ, ରାଜ୍ୟ ମାତୃ ମଙ୍ଗଳ ପରିଚାଳନା ବିଭାଗର ସୌମ୍ୟଶ୍ରୀ ମହାପାତ୍ର ପ୍ରମୁଖ ପରିଦର୍ଶନ କରିଥିଲେ।, କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ଼ ନବ କିଶୋର କର, ଡ଼ ସୁଜ୍ଞାନୀ ମହାରଣା, ଡ଼ ନିବେଦିତା ରାୟ ବକ୍ସି,ବିପିଏମ ଦେବାଶିଷ ମିଶ୍ର, ଚିକିତ୍ସାଳୟ ବିତ୍ତ ପରିଚାଳକ ସଂଜୀତ କୁମାର ସୁନ୍ଦରାୟ, ଫାର୍ମାସିଷ୍ଟ ତାପସ ବେହେରା, ଅଜୟ କୁମାର ରଣା, ଷ୍ଟାପ ନର୍ସ ମୁକ୍ତା କିଷାନ, ବିଶ୍ୱ ଭାରତୀ ବେହେରା, ସୁନିତା ବେହେରା, ସୁଶାନ୍ତ କୁମାର ପଣ୍ଡା,ସୁନୀଲ କୁମାର ଜେନା, ସୁଶାନ୍ତ କୁମାର ଦଳେଇ ସମେତ ଚିକିତ୍ସାଳୟର ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।

Post a Comment

Previous Post Next Post