ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟ ଠାରେ ମା ସରସ୍ବତୀ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ସପ୍ତଦଶ ବାର୍ଷିକ ଉତ୍ସବ ରେ ଅଞ୍ଚଳ ର ବିଶିଷ୍ଟ ବ୍ୟକ୍ତି ରାମଚନ୍ଦ୍ର ବୈରୀଗଞ୍ଜନ ସଭାପତି ତ୍ବ କରିଥିଲେ। ମାନସିଂହ ସାହିତ୍ୟ ସଂସଦ ର ସଭାପତି ଶିକ୍ଷାବିତ ବିଷ୍ଣୁ ପ୍ରସାଦ ଦଳେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଭାବେ ଯୁବ ସାମାଜିକ କର୍ମୀ ତଥା ଅବସର ପ୍ରାପ୍ତ ସୈନିକ ଦୀପକ କୁମାର ଜେନା କୁନି କୁନି ପିଲା ମାନେ ହେଉଛନ୍ତି ଦେଶର ଭବିଷ୍ୟତ ଶିଶୁ ମନ୍ଦିର ରେ ସେମାନେ ନିଜକୁ ଭଲ ମଣିଷ ଭାବେ ଗଢି ତୋଳିବା ପାଇଁ ଉପଦେଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଭାରତୀୟ ଶିକ୍ଷା ବିକାଶ ର ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଶୋଇ ଯୋଗଦେଇ ଉତ୍ତମ ଶିକ୍ଷା ଅର୍ଜନ କରି ଦେଶ ଜାତୀ ର ମାନ ରଖିବା ପାଇଁ କହିଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଉଲ୍ଲାସ ଚନ୍ଦ୍ର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମଥୁରା ମଠlଧୀଶ ସୁନ୍ଦର ରାମଦାସ ମହାରାଜ, ଶିକ୍ଷା ବିତ ବ୍ରଜ କିଶୋର ଗୌଡ଼, ସଦାନନ୍ଦ ଗୌଡ଼, ପୂର୍ବତନ ସରପଞ୍ଚ ଅଜୟ କୁମାର ବିଶ୍ୱାଳ ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ବିଦ୍ୟାଳୟ ର ଶିକ୍ଷ୍ୟାର୍ଥୀ ମାନେ ଗୀତ, ନାଚ, ଆଦି କଳା ପ୍ରଦର୍ଶନ କରିଥିଲେ। ବିଭିର୍ଣ୍ଣ ବିଭାଗରେ କୃତି ଅର୍ଜନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ମାନପତ୍ର, କପ, ସିଲ ଆଦି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି ଶିଶୁମନ୍ଦିର ରେ ବହୁ କୃତି ଶିକ୍ଷାର୍ଥୀ ରାଜ୍ୟର ବହୁ ଉଚ୍ଚ ପଦ ପଦବୀରେ କାର୍ଯ୍ୟରତ ଥିବାରୁ ବିଦ୍ୟାଳୟ ବହୁ ପ୍ରଶଂସା ସାଉଁଟି ଥିଲା। ଯୁବ ପ୍ରବଚକ ପ୍ରଶାନ୍ତ କୁମାର ପଲେଇ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ସହଯୋଗ କରିଥିଲେ।
କୃଷ୍ଣପ୍ରସାଦ ରୁ ପିଙ୍କୁନ୍ ଜେନା ରିପୋର୍ଟ


