ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ସାବା ୧୩/୦୨/୨୦୨୬ :-ଆଜି ଧରାକୋଟ ଅଗ୍ନି ଶ୍ରମ ବାହିନୀଙ୍କ ଦ୍ୱାରା ସାବା ପଞ୍ଚାୟତ ସ୍ତିତ ସାବା ଆଶ୍ରମ ବିଦ୍ୟାଳୟ ପରିସର ମଧ୍ୟରେ ନିଆଁ ଲିଭା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ସଚେତନ କାର୍ଯ୍ୟକ୍ରମକୁ ଧରାକୋଟ ଅଗ୍ନି ଶ୍ରମ ବାହିନୀ ଦଳ ପ୍ରତ୍ୟୋକ ଜନ ଗହଳି ସ୍ଥାନ,ଶିକ୍ଷା କେନ୍ଦ୍ର ତଥା ସରକାରୀ କାର୍ଯ୍ୟାଳୟ ନିକଟକୁ ଯାଇ ୫ ପ୍ରକାର ନିଆଁ ଲିଭା କୌଶଳ ଅଙ୍ଗାର,ତେଲ,ଧାତୁ,ଗ୍ୟାସ ଓ ରୋଷେଇ ଶାଳ ନିଆଁ ଲିଭା କୌଶଳ ଶିଖାଇବା ସହ ପାଣିରେ ବୁଡି ଯାଉଥିବା ଲୋକଙ୍କୁ ରସି ଅଥବା ଲୁଗା ସାହାଯ୍ୟରେ ବଞ୍ଚାଇବା କୌଶଳ,କରେଣ୍ଟ ଲାଗିଲେ ଲୁଗା ସାହାଯ୍ୟରେ ଝିକିଦେବା ବା ବାଡ଼ି ସାହାଯ୍ୟରେ ବାଡେଇବା ,ଶରୀରରେ ନିଆଁ ଲାଗିଗଲେ ତଳେ ଗଡ଼ିବା,ଗଛ ପଡି ରାସ୍ତା ଅବରୋଧ ହୋଇଥିଲେ କେମିତି ସଫା କରିବା ଓ ସଡକ ଦୁର୍ଘଟଣା ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ଭଳି କୌଶଳ ଶିଖାଇ ଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟ କ୍ରମ ଡବ୍ଲୁ .ଇ.ଓ ମେଡ଼ାମଙ୍କ ନିର୍ଦେଶ କ୍ରମେ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ସମସ୍ତେ ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ସମସ୍ତ ରୋଷେଇ ସହାୟିକା ମାନେ ଉପସ୍ଥିତ ରହି ଘରେ ରୋଷାଇ ସମୟରେ ଯଦି ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଏ ତେବେ କିଭଳି ଲିଭାଇବେ ଶିଖିଥିବା ଦେଖିବାକୁ ମିଳିଛି | ଉକ୍ତ ସଚେତନ କାର୍ଯ୍ୟ କ୍ରମରେ ଧରାକୋଟ ଅଗ୍ନିଶ୍ରମ କେନ୍ଦ୍ର ଉପ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ, ଅଗ୍ନି ଯୋଦ୍ଧା ଏସ.ରଥ, କେ.ସି.ପ୍ରଧାନ, ଏ.ଦଳେଇ,ଯେ.ମଝି, ପି.କେ.ସ୍ୱାଇଁ,ଦୁଷ୍ମନ୍ତ କୁମାର ପ୍ରଧାନ, ଆଶୁତୋଷ ଦଳାଇ, ଯୁଧିଷ୍ଠିର ମଝି ପ୍ରମୁଖ ଉପସ୍ଥିତ ରହି ସଚେତନ କରାଇଥିବା ଦେଖିବାକୁ ମିଳିଛି | ଶ୍ରୀ ସାହୁ ନିଆଁ ଲିଭାଇ ବାର ୫ଟି କୌଶଳ ୧- ଟିପା ସାହାଯ୍ୟରେ, ୨-ଓଦା ଚାଦର ସାହାଯ୍ୟରେ,୩- ବାଲ୍ଟି ସାହାଯ୍ୟରେ.୪-ନିଆଁ ଲିଭା ଗ୍ୟାସ ସାହାଯ୍ୟରେ ଓ ରେଗୁଲେଟର ବନ୍ଦ କରି ଓ ଜଙ୍ଗଲରେ ନିଆଁ ଲାଗିଲେ ବ୍ଲୋର ସାହାଯ୍ୟରେ କିଭଳି ନିଆଁ ଆୟତ କରାଯିବ କୌଶଳ ଦେଖାଇଥିଲେ | ସେହି ସଚେତନ କାର୍ଯ୍ୟକ୍ରମରେ କର୍ମୀ ମାନେ ଉପସ୍ଥିତ ରହି ନିଆଁ କିଭଳି ଲିଭାଇବେ ସିଖୀ ମନରୁ ଡରକୁ ବାହାର କରି ଆତ୍ମା ନିର୍ଭର ହୋଇଥିବା ଦେଖିବାକୁ ମିଳିଛି | ଅଗ୍ନି ଯୋଦ୍ଧା ମାନଙ୍କ ଏଭଳି ପ୍ରଦର୍ଶନ ପାଇଁ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମୀ ମାନେ ଧନ୍ୟବାଦ ଜଣାଇଥିଲେ |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


