ଧରାକୋଟ ଶାନ୍ତି ଝର ଠାରେ ସଂସଦ ପ୍ରତିନିଧିଙ୍କ ଦ୍ୱାରା ବନ୍ଧୁ ମିଳନ କାର୍ଯ୍ୟକ୍ରମ |

ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୧୨/୦୨/୨୦୨୬ :- ଆଜି ଧରାକୋଟ ସ୍ତିତ ଶାନ୍ତି ଝର ଠାରେ ଭାରତୀୟ ଜନତା ପାର୍ଟି ଆସ୍କା ସଂସଦୀୟ କ୍ଷେତ୍ରର ସଂସଦ ପ୍ରତିନିଧି ଶ୍ରୀ ମୁନା ପ୍ରଧାନଙ୍କ ନେତୃତ୍ୱରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି |ଉକ୍ତ କାର୍ଯ୍ୟକ୍ରମରେ ପାଖାପାଖି ଅଞ୍ଚଳର ପ୍ରାୟ ୪୦୦ରୁ ଉର୍ଧ ବିଜେପି କର୍ମୀ ଉପସ୍ଥିତ ଥିବା ନଜରକୁ ଆସିଥିଲା | କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଦଳକୁ ତଳ ସ୍ତରରୁ ସୁଦୃଢ କରି ଆଗାମୀ ଦିନରେ ଆସୁଥିବା ପଞ୍ଚାୟତ ନିର୍ବାଚନରେ ଦଳକୁ ସଫଳ କରିବା | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଉପ ସଭାପତି ଗୋପାଳ କୃଷ୍ଣ ମଲ୍ଲିକ, ଏମ,ପି ପ୍ରତିନିଧି ମୁନା ପ୍ରଧାନ,ସାଧାରଣ ସମ୍ପାଦକ ହୃଷିକେଶ ସାହୁ,ପୂର୍ବତନ ମଣ୍ଡଳ ସଭାପତି ଅଶୋକ ନାୟକ,କାଁହୁ ପ୍ରଧାନ,ଜାହଡା ମଣ୍ଡଳ ସଭାପତି,ଯୁବ ନେତା ଚିନ୍ମୟ ରେଡ୍ଡୀ,ମିଲୁ ସ୍ୱାଇଁ,ବୁଧିଆ ନାୟକ,ଲାଲକୃଷ୍ଣ ଭାଇ ପ୍ରମୁଖ ଯୋଗ ଦେଇଥିଲେ |ବହୁତ ଦିନରୁ ଧରାକୋଟ ଅଂଚଳରେ କୌଣସି ଦଳୀୟ କାର୍ଯ୍ୟକ୍ରମ ହୋଇନଥିବା ବେଳେ ଆଜିର କାର୍ଯ୍ୟକ୍ରମ କର୍ମୀ ମାନଙ୍କ ମନବଳ ବଢାଇବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନେକ କର୍ମୀ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି |ଉକ୍ତ ଅନୁପସ୍ଥିତକୁ କେନ୍ଦ୍ର କରି ବନ୍ଧୁ ମିଳନ ନାମରେ ନୂତନ ସଙ୍ଗଠନର ଗନ୍ଧ ବାରି ହେଉଥିବା କର୍ମୀଙ୍କ ଠାରୁ ସୂଚନା ମିଳିଛି |   

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

Post a Comment

Previous Post Next Post