(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ ଆସିଥିବା କଳାକାର, ଜିଲ୍ଲା ସଂସ୍କୃତି ପରିଷଦ ଏବଂ ରାଜ୍ୟ ସଂସ୍କୃତି ବିଭାଗ ର କଳାକାର ଙ୍କ ନୃତ୍ୟ ଓ ସଂଗୀତରେ ଫାଟି ପଡୁଛି 13 ତମ ମହାନଗର ମହୋତ୍ସବର. ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ 13 ତମ ମହାନଗର ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟରେ ଉପସ୍ଥାପନା ହୋଇଥିଲା କବିତା ଆସର.ଏହି ଅବସରରେ ଚିକିଟି ସ୍ଥିତ ବାହୁଦା ସାହିତ୍ୟ ସଂସଦ ପକ୍ଷରୁ ସହିଁତା ମହାନ୍ତି ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା କବିତା ଆସର. ଏଥିରେ 30ଜଣ କବି, କାବ୍ୟୟତ୍ରୀ ନିଜ ନିଜ ସ୍ୱରଚିତ କବିତା ପାଠ କରିଥିଲେ. କବି ସାମ୍ପ୍ରତିକ ଯୁଗପୋଯୋଗୀ ପରିସ୍ଥିତି କୁ ଆଧାରିତ କବିତା କୁ ଉପସ୍ଥାପନା କରିଥିବା ବେଳେ କିଛି କବି ପୁରାତନ କଥାବସ୍ତୁ ଆଧାରିତ କରି କବିତା ଉପସ୍ଥାପନା କରିଥିଲେ. କବିତା ଆସର ର ଅନ୍ତିମ ପର୍ଯ୍ୟାୟ ରେ ସମସ୍ତ କବି ଓ କାବ୍ୟୟତ୍ରୀ ଙ୍କୁ ମାନପତ୍ର ଓ ଉପଢୌକନ ରେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲା ମହାନଗର ମହୋତ୍ସବ କମିଟି.ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ.ଏହି ଅବସରରେ କମିଟି ସଭାପତି ଗୋପାଳ ପଟ୍ଟନାୟକ.ନାଗେଶ୍ୱର ପୃଷ୍ଟି, ସମ୍ପାଦକ ନାରାୟଣ ମହାଙ୍କୁଡ, ଉପସଭାପତି ଅନିଲ କୁମାର ପାତ୍ର, ମିହିର ତ୍ରିପାଠୀ ଏବଂ ରାମ ପ୍ରସାଦ ସାମଲ, ସହ ସମ୍ପାଦକ ଶିବ ନାରାୟଣ ପଣ୍ଡା, ଶଙ୍କର ଗୋସ୍ୱାମୀ, ସାଂସ୍କୃତିକ ସଂଯୋଜକ କାର୍ତ୍ତିକ ପାଣିଗ୍ରାହୀ,ସାଂସ୍କୃତିକ ସମ୍ପାଦକ ସୁଦିପ ସାହୁ, ମିଡ଼ିଆ ସଂଯୋଜକ ମୃତ୍ୟୁଞ୍ଜୟ ସାହୁ, ଅଭିରାମ ପାତ୍ର, ପ୍ରଶାନ୍ତ ପ୍ରତିନିଧି,ସୁଦର୍ଶନ ପରିଡା, ରୁଦ୍ର ନାରାୟଣ ନାୟକ, ଗୋକୁଳ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ.ମହାନଗର ମହୋତ୍ସବର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଥିଲେ ପୁଣି ଥରେ ସେହି ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ ଅବସରରେ କୁନି କୁନି କଳାକାର ମାନେ ପ୍ରଥମେ କିଛି ସଚେତନତା ଧର୍ମୀ ନାଟକ ଧର୍ମପଦ ପରିବେଷଣ କରିଥିଲେ. ଏହା ପରେ ପରେ କଳାକାର ମାନେ ବିଭିନ୍ନ ଆଧୁନିକ, ଶାସ୍ତ୍ରୀୟ, ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ.ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାର ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିଥିଲେ ମୁଖ୍ୟଅତିଥି ତଥା ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା.ଏହି ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଦିଗପହଣ୍ଡିର ବିଚିତ୍ର ବର୍ଣାଳୀ ର କଳାକାର ଆଲୋକ ବିଷୋୟୀ ଏବଂ ସାଥି ପରିବେଷଣ କରିଥିଲେ ପଶୁମୁଖା ନୃତ୍ୟ. ମହାନଗର ମହୋତ୍ସବର ଚତୁର୍ଥ ରଜନୀର କାର୍ଯକ୍ରମକୁ ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ କାର୍ତ୍ତିକ ପାଣିଗ୍ରାହୀ. ମଙ୍ଗଳବାରର ପଞ୍ଚମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିଛି ଏମକେସିଜି କଲେଜ ଡାକ୍ତରୀ ଛାତ୍ରଛାତ୍ରୀ ଙ୍କ ବେଣ୍ଡ ରିଦମ ଏକ୍ସ ପରିବେଷଣ.


