ରୁଗୁମୁ ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ର,ସୂଚନା ନଥିବାରୁ ଲୋକଙ୍କ ଦେଖା ନାହିଁ |

 


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ରୁଗୁମୁ ତା ୨୭/୦୧/୨୦୨୬ ମଙ୍ଗଳବାର :- ଆଜି ରୁଗୁମୁ ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି | ଉକ୍ତ କାର୍ଯ୍ୟକ୍ରମଟି ରୁଗୁମୁ ପଞ୍ଚାୟତର ପଞ୍ଚାୟତ ଭବନ ଠାରେ ଦୁତୀୟ ଥର ପାଇଁ ଅନୁଷ୍ଠିତ ହୋଇଥିବା ବେଳେ ସକାଳ ୧୦:୦୦ ଘଣ୍ଟା ସମୟରେ ପ୍ରଦୀପ ପ୍ରଜ୍ୱଳନ, ଅତିଥି ସ୍ୱାଗତ ପରେ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ପ୍ରାୟ ଦିନ ୨:୦୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଦେଖିବାକୁ ମିଳିଛି | କାର୍ଯ୍ୟକ୍ରମରେ ସରକାରଙ୍କ ସମସ୍ତ ବିଭାଗୀୟ କାର୍ଯ୍ୟରତ ଅଧିକାରୀ ମାନେ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ଅସୁବିଧା ବୁଝିବା ପାଇଁ ଉପସ୍ଥିତ ଥିବା ବେଳେ ଅଭିଯୋଗ କାରୀଙ୍କ ଦେଖା ନଥିବା ଅତି ଚିନ୍ତାର ବିଷୟ ପାଲଟି ଥିଲା | ଉକ୍ତ କାର୍ଯ୍ୟକ୍ରମରେ ଧରାକୋଟ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ଜେନା, ଧରାକୋଟ ତହସିଲଦାର ଶ୍ରୀ ଲମ୍ବୋଦର ମାରାଣ୍ଡି ,ଅତିରିକ୍ତ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଶ୍ରୀ ସୁଶୀଲ ପଟନାୟକ ,ସିଡିପିଓ ମେଡମ,ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଅଞ୍ଜନ କୁମାର ଦାସ,ଗୃହ ବିଭାଗ,ଶ୍ରମ ଅଧିକାରୀ,କୃଷି ଅଧିକାରୀ,ଯୋଗାଣ ଅଧିକାରୀ,ନାଗରିକ ସୁରକ୍ଷା ଅଧିକାରୀ,ଶକ୍ତି ବିଭାଗ,ରାଜସ୍ବ ବିଭାଗ,ପୋଲିସ ଅଧିକାରୀ,ପଞ୍ଚାୟତ ଅଧିକାରୀ ଇ.ଆଶୁତୋଷ ଦୋରା ,ଏ.ଡି.ଇ.ଓ ଶ୍ରୀ ବିଦେଶୀ ଗୌଡ଼ ,ଏ.ପି.ଓ ନନ୍ଦିନୀ ଦାସ, ଡବ୍ଲୁ.ଇ.ଓ. ଅନନ୍ୟ ପଣ୍ଡା, ଏ.ସି.ପି ଆମେରେସ ବେହେରା, ସ୍ୱାସ୍ଥ୍ୟ କର୍ମୀ,ସମିତି ସଭ୍ୟ ପ୍ରତିନିଧି ଶ୍ରୀ ମନୋଜ କୁମାର ପତ୍ର,ସରପଞ୍ଚ ପ୍ରଥିନି ଗୀତାଞ୍ଜଳି  ସ୍ୱାଇଁ , ସରପଞ୍ଚ ପ୍ରତିନିଧି ସୁଧାକର ସ୍ୱାଇଁ ,ସମିତି ସଭ୍ୟ ବନବାସ ବେହରା ,ନ୍ୟାୟ ସରପଞ୍ଚ ଓ ଅନେକ ସ୍ବେଚ୍ଛାସେବୀଙ୍କ ସହ ଅନେକ ବରିଷ୍ଠ ରାଜନେତା କର୍ମୀଙ୍କ ମିଳିତ ଉପସ୍ଥିତ ଥିବା ଦେଖିବାକୁ ମିଳିଛି | ସୂଚନା ଥାଉକି ସରକାରଙ୍କ ଏଭଳି ଜନ ଶୁଣାଣି କାର୍ୟ୍ଯକରମର ମୁଖ୍ୟ ଉଦ୍ଧେଷ୍ୟ ଲୋକଙ୍କ ସମସ୍ୟାକୁ ମୂଳରୁ ଉତ୍ପାଟନ କରିବା ଏବଂ ସମସ୍ତ ସରକାରୀ ସୁବିଧା ଲୋକଙ୍କ ପାଖକୁ ସୁବିଧାରେ ପହଞ୍ଚାଇବା, ମାତ୍ର ଯଦି କୌଣସି ଅଭିଯୋଗ କାରି ଜନ ଶୁଣାଣି ସ୍ଥଳରେ ପହଁଚିବେ ନାହିଁ   କିଭଳି ଲୋକଙ୍କ ସମସ୍ୟା ସମାଧାନ ହୋଇପାରିବ, ଲୋକଙ୍କ ପର୍ଯ୍ୟନ୍ତ ଖବର ପହଁଚି ପାରିଲା ନାହିଁ ନା ରୁଗୁମୁ ପଞ୍ଚାୟତରେ  କୌଣସି ଅଭିଯୋଗ ନାହିଁ ତାହା  ଦେଖିବାକୁ ବାକି ରହିଲା | ନିଜେ ସରପଞ୍ଚ କିଛି ଲୋକଙ୍କୁ ଜୋର ଜବରଦସ୍ତ ଅଭିଯୋଗ ଦେବାପାଇଁ କହିଥିବା ଦେଖିବାକୁ ମୁଲିଛି | ୧୬ ଜଣ ଅଭିଯୋଗ କାରି ପହଁଚି  ଅଭିଯୋଗ ଦାଖଲ କରିଥିବା ସୂଚନା ଧରାକୋଟ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଦେଇଥିଲେ |ସମସ୍ୟା ମଧ୍ୟରେ ଲୋକଙ୍କୁ ବାର୍ଦ୍ଧକ୍ୟ ଭାତ,ରାସନ କାର୍ଡ,ପି.ମ.ଆବାସ,ସାମୁହିକ ସମସ୍ୟା ଭଳି ସମସ୍ୟା ଦେଖିବାକୁ ମିଳିଛି | ଯେଉଁ କାର୍ଯ୍ୟ କ୍ରମରେ ସମସ୍ତ କର୍ମଚାରି ନିଜ ହେଡ଼କ୍ଵାଟର ଛାଡି ସାରା ଦିନ ସମୟ ଅତିବାହିତ କରି ଲୋକ ସେବାରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ସମାଧାନ କରିବା ଉଦେଶ୍ୟରେ ଥିବା ବେଳେ ଅଭିଯୋଗ କାରି ନଥିଲେ |ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ସ୍ୱାଗତ ଯୋଗ୍ୟ କିନ୍ତୁ ଯଦି ଆଜିର କାର୍ଯ୍ୟକ୍ରମ ଭଳି ସମସ୍ତ ପଞ୍ଚାୟତରେ ଘଟେ କି ଭଳି ଲୋକଙ୍କ ସମସ୍ୟା ସମାଧାନ ହେବେ? କାହିଁକି ଅଭିଯୋଗ କାରି ନଥିଲେ ଏହା ନିଶ୍ଚିତ ତଦନ୍ତ ପରିସର ଭୁକ୍ତ ହେବ ଉଚିତ |      

  ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

Post a Comment

Previous Post Next Post