ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ମାଣିକ୍ୟପୁର ୨୬/୦୧/୨୦୨୬- ଆଜି ସାରା ଭାରତରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ ହେଉଥିବା ବେଳେ ଆଜିର ଦିନରେ ବି.ଆର ଆମ୍ବେଦକରଙ୍କ ଦ୍ୱାରା ଲିଖିତ ସମ୍ବିଧାନ ସ୍ଥାପନ ଦିବସ ବା ଗଣତନ୍ତ୍ର ଦିବସ ରୂପେ ପାଳିତ ହେଉଅଛି | ଏହି ଦିନଟି ଆମ ସମ୍ବିଧାନର ମହାନତା ଏବଂ ବୀର ସଂଗ୍ରାମୀଙ୍କ ତ୍ୟାଗକୁ ସ୍ମରଣ କରିବାର ଦିନ। ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ମାଣିକ୍ୟପୁର ବୀଣା ଛଟେଇ ଉଚ୍ଚ ବିଦ୍ୟାଳୟର ୭୭ତମ ଗଣତନ୍ତ୍ର ଦିବସ ଉଛବରେ ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଜେନା ଇପସ୍ଥିତ ଥିବା ଦେଖିବାକୁ ମିଳିଛି | ଶ୍ରୀ ଜେନା ନିଜ ଅଭି ଭାଷଣରେ କହିଛନ୍ତି ଆମ ଭାରତର ସମ୍ବିଧାନ ପୃଥିବୀର ସବୁଠାରୁ ବଡ ସମ୍ବିଧାନ ଏହା ଦ୍ୱାରା ଆମ ଦେଶର ଅଖଣ୍ଡତା ବଜାଇରଖିବା ସହ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧିରଖିଛି | ବୀଣା ଛଟେଇ ଉଚ୍ଚ ବିଦ୍ୟାଳୟ ମୋ ପାଇଁ ଏକ ଆଦର୍ଶ ବିଦ୍ୟାଳୟ ଏହି ବିଦ୍ୟାଳୟରେ ସଂସ୍କାର ଶିଖାଯାଏ ଓ ଏଠାରୁ ଅନେକ ଛାତ୍ର କୃତି ହାସଲ କରି ଅନେକ କର୍ମ କ୍ଷେତ୍ରରେ ନିୟୋଜିତ ହୋଇଥିବା କହିଥିଲେ | ଉକ୍ତ ଉଛବରେ ବିଦ୍ୟାଳୟର ସଭାପତି ଅଶୋକ କୁମାର ସୁବୁଧି,ମାଣିକ୍ୟପୁର ପୋଷ୍ଟ ମାଷ୍ଟ୍ର ମନୋଜ ଛଟେଇ,ସମାଜ ସେବି ନିରଜ ଛଟେଇ, ସାବା ପୂର୍ବତନ ସରପଞ୍ଚ ହାଂବୁଲୁ ବିଷୋୟୀ, ବିଦ୍ୟାଳୟ କମିଟି ବୃଦ,ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ସମସ୍ତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପତାକା ଉତ୍ତାଳନ ହୋଇଥିବା ଦେଖିବାକୁ ମିଳିଛି | ଏହି ବିଦ୍ୟାଳୟଟି ଶ୍ରୀ ଜେନାଙ୍କ ଅତି ପ୍ରିୟ ବିଦ୍ୟାଳୟ ହୋଇଥିବାରୁ ପ୍ରତି ବର୍ଷ ଗଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଓ ବାର୍ଷିକ ଉଛବରେ ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ମନ ବଳ ବଢ଼ୁଥିବା କହିଥିଲେ |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


