ଅଭାବୀ ବିକ୍ରିର ନଗ୍ନ ଚିତ୍ର ଟୋକେନ ନପାଇ ଆନ୍ଧ୍ରା ଚାଲାଣ ହେଉଛି ଓଡ଼ିଶା ଧାନ l


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ରୁଗୁମୁ ତା ୨୭/୦୧/୨୦୨୬ ମଙ୍ଗଳବାର:-ଆନ୍ଧ୍ରା ଚାଲାଣ ହେଉଛି ଓଡ଼ିଶା ଧାନ l ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ପ୍ରତିଦିନ ଆନ୍ଧ୍ରାକୁ ଚାଲାଣ ହେଉଛି ହଜାର ହଜାର ବସ୍ତା ଧାନ l ଏଥିପାଇଁ ବିଭିର୍ନ ଗ୍ରାମାଞ୍ଚଳରେ ରାତି ରାତି ଡେରା ପକାଇ ଧାନ ନେଉଛନ୍ତି କିଛି ଅସାଧୁ ବ୍ୟବସାୟୀ l ସୂଚନା ଅନୁସାରେ ଓଡ଼ିଶାର ଧାନ ମଣ୍ଡିରେ ଧାନ ବିକ୍ରି କରିବାକୁ ଏଯାଏଁ ଚାଷୀକୁ ଟୋକେନ ମିଳିନଥିବା ବେଳେ ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଚାଷୀ ମାନଙ୍କ ଠାରୁ କମ ଦରରେ ଧାନ କିଣି ଆନ୍ଧ୍ରା ଓ ୟୁପିକୁ ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଛି l ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ରୁଗୁମୁ ଓ ଓଳମ୍ବା ପଞ୍ଚାୟତର  ବିଭିର୍ନ ଗ୍ରାମରୁ ଆନ୍ଧ୍ରା ଧାନ ଚାଲାଣ ପାଇଁ ଦୁଇଟି ଟ୍ରକରେ ଧାନ ଲୋଡ ହୋଇ ରହିଛି l ଏଥିପାଇଁ ଆନ୍ଧ୍ରାର AP 39 UU 7299 ନାମକ ଏକ ଟ୍ରକରେ ୪୦୦ ରୁ ଉର୍ଦ୍ଧ୍ବ ବସ୍ତା ଧାନ ଲୋଡ ହୋଇ ଥିବା ବେଳେ ଅନ୍ୟ ଏକ ଟ୍ରକରେ  ଧାନ ଲୋଡିଙ୍ଗ ଚାଲିଥିବା ଦେଖିବାକୁ ମିଳିଛି l ପ୍ରଶାସନ ଆଖିରେ ଧୂଳି ଦେଇ ଏଭଳି ପ୍ରେତେକ ଦିନ ହଜାର ହଜାର ବସ୍ତା ଓଡ଼ିଶାର ଧାନ ଆନ୍ଧ୍ରା ଚାଲାଣ ହେଉ ଥିବା ବେଳେ ପ୍ରଶାସନ ଜାଣି ଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଦେଖିବାକୁ ମିଳିଛି | ଅନ୍ୟ ପଟେ କଟଣି ଛଟଣି ହେଉନଥିବା ନିଜେ ନୋଡାଲ ଅଫିସର କହୁଥିବା ବେଳେ ମିଲର ମାନନେ ଚାଷୀଙ୍କ ଠାରୁ ଏକ କୁଇଂଟଲ ଉପରେ ବଳକା ୫କିଲୋ ୭୦୦ଗ୍ରାମ ଧାନ ନେଉଥିବା ସୂଚନା ମିଳିଛି | ଯଦି ସମସ୍ତ ଅଧିକାରୀ ନିଜ କର୍ତବ୍ୟ ଠିକ ଢଙ୍ଗରେ କରୁଛନ୍ତି ତେବେ ଏଭଳି ଚାଷୀ କାହିଁକି ଅସୁବିଧା ଭୋଗୁଛନ୍ତି ? ଅସାଧୁ ମିଲର ମାନଙ୍କ ଉପରେ ସରକାର କେବେ ଅଙ୍କୁଶ ଲଗାଇବ ? ଏହାର ସ୍ଥାଇ ସମାଧାନ କେବେ ହେବ ତାହା ଦେଖିବାକୁ ବାକି ରହିଲା |

 ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନିଯୁଜୁ ଓଡିଶା

Post a Comment

Previous Post Next Post