ଧରାକୋଟ ବ୍ଲକର ବିଭିର୍ନ ପଞ୍ଚାୟତରେ ସ୍ୱୟଂସହାୟିକା ଗୋଷ୍ଟି ମାନଙ୍କ ଧାନ ମଣ୍ଡି ଉଦ୍ଘାଟନ |

 


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୩୧/୧୨/୧୦୨୫ :- ଆଜି ଧରାକୋଟ ବ୍ଲକ ଅନ୍ତର୍ଗତ ବିଭିର୍ନ ପଞ୍ଚାୟତରେ ସ୍ୱୟଂସହାୟିକା ଗୋଷ୍ଟି ମାନଙ୍କ ଧାନ ମଣ୍ଡି ଉଦ୍ଘାଟନ ହୋଇଯାଇଛି | ଓଲମ୍ବା ଗ୍ରାମର ବାଙ୍କେଶ୍ଵରୀ ସହି ଗୋଦାମ ଗୃହ ଠାରେ ମା ଭୈରବୀ ସ୍ୱୟଂସହାୟିକା ଗୋଷ୍ଟିର ଧାନ ମଣ୍ଡି ଉଦ୍ଘାଟନୀ ଉଛବରେ ସ୍ୱୟଂସହାୟିକା ଗୋଷ୍ଟି ସଭା ନେତ୍ରୀ ଶ୍ରୀମତୀ ବାୟାଣୀ ସ୍ୱାଇଁ,ସମ୍ପାଦିକା ରୀନା ଗୌଡ଼,ଡାଟା ଏଣ୍ଟ୍ରି ଅପରେଟର ଲିପି ସ୍ୱାଇଁ,ସ୍ଥାନିତ ସରପଞ୍ଚ ଶ୍ରୀ ସୁଦର୍ଶନ ସ୍ୱାଇଁ,ସମିତି ସଭ୍ୟ ଶ୍ରୀ କୃଷ୍ଣ ଚନ୍ଦ୍ର ଗୌଡ଼,ସରପଞ୍ଚ ପ୍ରତିନିଧି ଶ୍ରୀ ସମୀର ସ୍ୱାଇଁ ଉପସ୍ଥିତ ଥିଲେ | ସେହିପରି ମଛାକୋଟ ପଞ୍ଚାୟତର ମା ବ୍ରମହୁଣୀ ଦେବୀ ସ୍ୱୟଂସହାୟିକା ଗୋଷ୍ଟି ,ସବା ପଞ୍ଚାୟତର ମା ତାରିଣୀ ଦେବୀ ସ୍ୱୟଂସହାୟିକା ଗୋଷ୍ଟିରେ ବିଜେପି ରାଜ୍ୟ କୃଷକ ସଂଯୋଜକ ଶ୍ରୀ ସୁନୀଲ ମହାନ୍ତି,୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ଟୁକୁନା ଗୌଡ଼,ମାଣିକ୍ୟପୁର ମଣ୍ଡଳ ସଭାପତି ଟୁକୁଣା ନାୟକ,ଧରାକୋଟ ମଣ୍ଡଳ ସଭାପତି ପ୍ରଭାକର ପ୍ରଧାନ,ଦେବାଶିଷ ଭାଇ,ମାନସ ଭାଇ,ମିଥୁନ ଭାଇ ଓ ଅନେକ ବିଜେପି କର୍ମୀ ଉପସ୍ଥିତ ଥିବା ବେଳେ ଓଲମ୍ବା ପଞ୍ଚାୟତର ନୁଆଁ କାଶେଇ ଗ୍ରାମରେ ଥିବା ମା ଗ୍ରାମଦେବତୀ ସ୍ୱୟଂସହାୟିକା ଗୋଷ୍ଟିର ସଭା ନେତ୍ରୀ ଶ୍ରୀମତୀ ପ୍ରେମ ବିଷୋୟୀ,ସମ୍ପାଦିକା ରିତା ଗୌଡ଼,ଡାଟା ଏଣ୍ଟ୍ରି ଅପରେଟର ବିଭୁପ୍ରିୟ ସମେତ ଅନେକ ଚାଷୀଙ୍କ ଉପସ୍ତିତିରେ ଧାନ ମଣ୍ଡି ଉଦ୍ଘାଟନ ହୋଇଥିବା ବେଳେ ସମସ୍ତ ମଣ୍ଡିର ମୁଖ୍ୟ ଅତିଥି ରୂପେ  ଧରାକୋଟ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶ୍ରୀ ସଂଗ୍ରାମ ଜେନା,ସହକାରୀ ଯନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ଯେ.ଇ କନ୍ୟାକୁମାରୀ ମେଡ଼ାମ, ମଣ୍ଡି ସୁପରବାଈଜର ସୁଶାନ୍ତ ନାୟକ,ପି.ଓ ଅର୍ଚନା ପ୍ରଧାନ, ନୋଡାଲ ଅଫିସର ରଂଜିତା ସବାର, ସମେତ ଅନେକ ମହିଳା ପୁରୁଷ ଚାଷୀଙ୍କ ଉପସ୍ଥିତ ରହି ମାଣିକ୍ୟପୁର ମଣ୍ଡଳର ୪ଟି ସ୍ଥାନରେ ଧାନ ମଣ୍ଡି ଉଦ୍ଘାଟନ କରିଥିବା ଦେଖିବାକୁ ମିଳିଛି |ଉକ୍ତ ମଣ୍ଡି ପରିସର ମଧ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ ସମସ୍ତ ମୁଖ୍ୟ ଅଥିତି ନିଜ ନିଜ ମନ୍ତବ୍ୟ ଦେଇଥିବା ବେଳେ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ କହିଥିଲେ ଚଳିତ ବର୍ଷ ଭଲ ଧାନ ହୋଇଛି ସରକାରଙ୍କ ନିର୍ଦେଶ ପାଳନ କରି ଉପଯୁକ୍ତ ସମୟରେ ମଣ୍ଡିରେ ଚାଷୀ ଭାଇ ମାନେ ଧାନ ବିକ୍ରୟ କରନ୍ତୁ | ସାଧାରଣ ଶ୍ରେଣୀ ଧାନ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ବଜାର ମୂଲ୍ୟ ୨୩୬୯ ଟଙ୍କା ଥିଲା ବେଳେ ଓଡିଶା ସରକାର ଦେଉଥିବା ଇନ୍ପୁଟ ସପସିଡ଼ି ୭୩୧ ଟଙ୍କା ଧାର୍ଯ୍ୟ କରିଛନ୍ତି ଗତ ବର୍ଷ ଚାଷୀ ୩୧୦୦ ଟଙ୍କା ପାଉଥିବା ବେଳେ ଚଳିତ ବର୍ଷ ତାହା ଅପରିବର୍ତ୍ତିତ ଥିବା ଦେଖିବାକୁ ମିଳିଛି | ଧାନ ବିକ୍ରି ପାଇଁ ସରକାରୀ ନିୟମକୁ ଦେଖି ଲୋକଙ୍କ ମନରେ ଛନକା ପଶିଛି ଚଳିତ ବର୍ଷ ସୁତିଲି ଅଖାରେ ଧାନ ଦେବାପାଇଁ ନିର୍ଦେଶ ଥିବା ବେଳେ ବର୍ତମାନ ସୁଦ୍ଧା ଚାଷୀ ଅଖା ପାଇନଥିବା ସ୍ୱଷ୍ଟ ସୂଚନା ମିଳିଛି |ଚାଷୀଙ୍କ ମନରେ ଅନେକ ପ୍ରଶ୍ନ କଟଣି ଛଟଣି କେତେ ହେବ? ଅଖା ସୁତୁଲି ନା ଜରି ଯଦି ସୁତୁଲି ଚାଷୀକୁ ଅଖା କିଏ ଦେବ? ଚାଷୀ ମିଲର ପାଖକୁ ଧାନ ନେବା ନ ମଣ୍ଡିକୁ ଆଣି ଦେବ ? ମାଣ୍ଡିରେ ଯଦି ଧାନ ଖରାପ ପ୍ରମାଣିତ ହୁଏ ତେବେ କ'ଣ ହେବ ପୁଣି ତାକୁ ଘରକୁ ନେବେକୁ ପଡିବ କି ? ମଣ୍ଡିକୁ ଚାଷୀ ନିଜ ଖର୍ଚରେ ଧାନ ଆଣି ଦେବେ ନା ମିଲର ଖର୍ଚ ଦେବେ ? ଏଭଳି ଅନେକ ପ୍ରଶ୍ନ ଉଠିଥିବା ଦେଖିବାକୁ ମିଳିଛି |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନ୍ୟୂଜୁ ଓଡିଶା

Post a Comment

Previous Post Next Post