ପ୍ରାକୃତିକ ସୌଂଧର୍ଯ୍ୟ ଭରା ରୋଳା ଜଳ ପ୍ରପାତରେ ଅସଂଖ୍ୟ ଭିଡ ପର୍ଯ୍ୟଟକଙ୍କ ଖୁସି କହିଲେ ନସରେ |


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ବଡ଼ଗଡ଼ ୦୪/୦୧/୨୦୧୬ :- ବଡ଼ଗଡ଼ ନିକଟ ପ୍ରାକୃତିକ ସୌଂଧର୍ଯ୍ୟରେ ଭରା ନୂତନ ପର୍ଯ୍ୟଟନ ସ୍ତଳୀ ରୋଳା ଜଳ ପ୍ରପାତ ପିକନିକ ସ୍ଥଳରେ ଅସଂଖ୍ୟ ଭିଡ ଦେଖିବାକୁ ମିଳିଛି |ଉକ୍ତ ଜଳପ୍ରପାତଟି ଗଂଜାମ ଜିଲ୍ଲା ଅନ୍ତର୍ଗତ ବଡ଼ଗଡ଼ ସହର ଠାରୁ ମୋହନ ଯିବା ମୁଖ୍ୟ ରାସ୍ତାରେ କିଛି ଦୂର ଯିବା ପରେ  ଶ୍ରୀଶ୍ରୀ ମା ଫୁଲ କାଶିନୀ ପିଠା ପର୍ଯ୍ୟଟକ ମାନଙ୍କ ଆକର୍ଷଣ ସ୍ତଳୀ, କିଛି ଦୂରରେ ଶ୍ରୀ ଶ୍ରୀ ମା ଡାଳଖାଇ ଆଉ କିଛି ଦୂର ପରେ ରୋଳା ଜଳ ପ୍ରପାତ ଫାଟକ ଦେଖିବାକୁ ମିଳେ ଯାହା ବଡ଼ଗଡ଼ ଠାରୁ ପ୍ରାୟ ସତ କିଲୋମିଟର ଦୂର,ମୁଖ୍ୟ ରାସ୍ତାରୁ ପ୍ରାୟ ଦେଢ଼ କିଲୋମିଟର କାଚା ରାସ୍ତା ଦେଇ ଯିବାପରେ ବାଘମରା ଗ୍ରାମ ନିକରରୁ ୨୦୦ ମିଟର ଦୂରରେ ରହିଥିବା ଦେଖିବାକୁ ମିଳିଛି | ଉକ୍ତ ଜଳ ପ୍ରପାତଟି ବହୁ ପୁରାତନ ହେଲେବି ଗମନା ଗମନ ଅସୁବିଧା କାରଣରୁ ଲୋକ ଲୋଚନକୁ ଆସିନଥିଲା ବୋଲି ବାଘମରା ବାସିନ୍ଦା କହିଥିଲେ | ବାଘମରା ଗ୍ରାମର ଜଙ୍ଗଲ ସୁରକ୍ଷା ସମିତି କମିଟି ଓ ବଡ଼ଗଡ଼ ବନା ଅଂଚଳ ଅଧିକାରୀ ମାନଙ୍କ ଅନୁମାନ ଏବଂ ଅକ୍ଲାନ୍ତ ପରିଶ୍ରମରେ ଉକ୍ତ ସ୍ଥଳୀର ବିକାଶ ହୋଇପାରିଛି |ସୂଚନା ମୁତାବକ ବାଘମରା ଗ୍ରାମର ଜଙ୍ଗଲ ସୁରକ୍ଷା ଖାତାରେ ଥିବା ବଳକା ରେଞ୍ଜରଙ୍କ ନିର୍ଦେଶ କ୍ରମେ ଟଙ୍କାକୁ ଖର୍ଚ କରି ଜଙ୍ଗଲ ସୁରକ୍ଷା ବିଭାଗଙ୍କ ସହଯୋଗରେ ଗ୍ରାମର ଦୁଇ ପାଖରେ ଥିବା ନାଳ ଉପରେ ସିମେଣ୍ଟ ପାଇପ ଯୋଗେ ଅସ୍ଥାୟୀ ପୋଲ ନିର୍ମାଣ କରିବା ଯୋଗୁ ରୋଳା ଜଳ ପ୍ରପାତ ପିକନିକ ସ୍ଥଳ ପର୍ଯ୍ୟନ୍ତ ଯାତାୟାତ ସୁଗମ ହୋଇପାରିଥିଲା | ଗତ ଦୁଇ ବର୍ଷ ହେବ ଉକ୍ତ ସ୍ଥାନରେ ପର୍ଯ୍ୟଟକ ମାନଙ୍କ ଗହଳି ଚହଳି ବଢ଼ିବାରେ ଲାଗିବାରୁ ବଡ଼ଗଡ଼ ବନା ଅଂଚଳ ଅଧିକାରୀ ଅଂଜନୀ କୁମାର ନାୟକ ରେଞ୍ଜରଙ୍କ ତତ୍ୱ ଅଵଧାନରେ ଉକ୍ତ ସ୍ଥଳର ବିକାଶ ଓ ସଫେଇ ସକାଶେ ବାଘମରା ଗ୍ରାମର ଲୋକମାନଙ୍କୁ ଦାଇତ୍ୱ ଦେଇଥିବା ବେଳେ ସେମାନଙ୍କ ଦରମା ବାବଦକୁ ବାଘମରା ଗ୍ରାମ ନିକଟରେ ଏକ ଚେକ ଗେଟ ନିର୍ମାଣକାରୀ ବୁଲି ଆସୁଥିବା ଯାତ୍ରୀ ମାନଙ୍କ ଠାରୁ ବସ ଚାଲାକ ପାଇଁ ୧୦୦/- ଟଙ୍କା,କାର ପାଇଁ ୫୦/- ଟଙ୍କା, ତିନି ଚକିଆ ୩୦/- ଟଙ୍କା ଓ ଦୁଇ ଚକିଆ ପାଇଁ ୧୦ ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି | ଉକ୍ତ ପର୍ଯ୍ୟଟନ ସ୍ଥଳୀକୁ ଯିବା ପାଇଁ ରାସ୍ତା ସୁବିଧା ନଥିବା ସ୍ଥଳେବି ଚଳିତ ବର୍ଷ ପ୍ରାୟ ପ୍ରତେକ ଦିନ ୨୦୦୦ରୁ ଅଧିକ ପର୍ଯ୍ୟଟକ ସୋସିଆଲ ମିଡ଼ିଆ ଦେଖି ଓଡ଼ିଶାର ବିଭିର୍ନ ଜାଗାରୁ ଆସି ମଉଜ କରୁଥିବା ଦେଖିବାକୁ ମିଳିଛି | ପ୍ରାକୃତିକ ସୌଂଧର୍ଯ୍ୟରେ ଭରା ନୂତନ ପର୍ଯ୍ୟଟନ ସ୍ତଳୀ ରୋଳା ଜଳ ପ୍ରପାତର ଭିତି ଭୂମି ବିକାଶ ପାଇଁ ଯେପରି ଗାଡି ରଖିବାପାଇଁ ସ୍ତଳୀ,ପିଲାମାନଙ୍କ ସୁବିଧା ପାଇଁ ପାର୍କ,ସୁରକ୍ଷା ଦେବାପାଇଁ ସୁରକ୍ଷା କର୍ମୀ,ମହିଳା ମାନଙ୍କ ପାଇଁ ସୁବିଧା,ଟଇଲେଟ, ସେଲ୍ଫି ପଇଟି ଓ ଲୋକ ମାନଙ୍କ ସୁବିଧା ପାଇଁ ବଜାର ଭଳି ସୁବିଧା ଦେବାପାଇଁ ଯଦି ସରକାର ପଦକ୍ଷେପ ନିୟନ୍ତି ଏହା ସାରା ଭାରତ ବର୍ଷରେ ଏକ ସୁନ୍ଦର ପର୍ଯ୍ୟଟନ ସ୍ତଳୀ ରୂପେ ପରିଗଣିତ ହୋଇପାରିବ ବୋଲି ଅନୁମାନ କରାଯାଇଛି | 

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନ୍ୟୂଜୁ ଓଡିଶା

Post a Comment

Previous Post Next Post