ଧରାକୋଟ ବ୍ଲକ ମାଣିକ୍ୟପୁର ପଞ୍ଚାୟତର ଧାନ ମଣ୍ଡି ଉଦ୍ଘାଟନ ବେପାରୀ ଖୁସି ଚିନ୍ତାରେ ଚାଷୀ |

 


ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା ଧରାକୋଟ ୨୬/୧୨/୧୦୨୫ :- ଆଜି ଧରାକୋଟ ବ୍ଲକ ସ୍ତିତ ଯାନିବିଲି ଆର.ମ.ସି ଗୋଦାମ ଗୃହ ଠାରେ ସାମୁହିକ ଧାନ ମଣ୍ଡି ଉଦ୍ଘାଟନ ହୋଇ ଯାଇଛି | ଧରାକୋଟ ବ୍ଲକ ସ୍ତିତ ମାଣିକ୍ୟପୁର ପଞ୍ଚାୟତର ମାଣିକ୍ୟପୁର ମା ଭେରୁଣ୍ଡେଇ ମନ୍ଦିର ଗୋଦାମ ଗୃହ ପରିସର ମଧ୍ୟରେ ଧାନ ମଣ୍ଡି ଉଦ୍ଘାଟନ କରାଯାଇଥିବା ଯାଇଥିବା ଦେଖିବାକୁ ମିଳିଛି |ଉକ୍ତ ଧାନ ମଣ୍ଡି ସୋସାଇଟିର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପଟନାୟକ,ସମ୍ପାଦକ ଶ୍ରୀ ଟୁନା ଛଟେଇ,ସେକ୍ରେଟାରୀ ଶ୍ରୀ ରାମକୃଷ୍ଣ ଚୌଧୁରୀ,ପୂର୍ବତନ ସରପଞ୍ଚ ଶ୍ରୀ ଶାନ୍ତନୁ କୁମାର ବିଷୋୟୀ, ମାଣିକ୍ୟପୁର ଆର.ଆଇ ଶ୍ରୀ ସ.ଜାଗା ରାଓ ସମେତ ଅନେକ ଅଗ୍ରଣୀ ଚାଷୀ ମାନଙ୍କ ଉପସ୍ତିତିରେ ମଣ୍ଡି ଉଦ୍ଘାଟନ ହୋଇଥିବା ଦେଖିବାକୁ ମିଳିଛି |ଉକ୍ତ ମଣ୍ଡି ପରିସର ମଧ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ ସମସ୍ତ ମୁଖ୍ୟ ଅଥିତି ନିଜ ନିଜ ମନ୍ତବ୍ୟ ଦେଇଥିବା ବେଳେ ସୋସାଇଟି ସେକ୍ରେଟାରୀ କହିଥିଲେ ଚଳିତ ବର୍ଷ ଭଲ ଧାନ ହୋଇଛି ସରକାରଙ୍କ ନିର୍ଦେଶ ପାଳନ କରି ଉପଯୁକ୍ତ ସମୟରେ ମଣ୍ଡିରେ ଚାଷୀ ଭାଇ ମାନେ ଧାନ ବିକ୍ରୟ କରନ୍ତୁ | ସାଧାରଣ ଶ୍ରେଣୀ ଧାନ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ବଜାର ମୂଲ୍ୟ ୨୩୬୯ ଟଙ୍କା ଥିଲା ବେଳେ ଓଡିଶା ସରକାର ଦେଉଥିବା ଇନ୍ପୁଟ ସପସିଡ଼ି ୭୩୧ ଟଙ୍କା ଧାର୍ଯ୍ୟ କରିଛନ୍ତି ଯାହା ଗତ ବର୍ଷ ତୁଳନାରେ ୬୯ ଟଙ୍କା କାମ | ଗତ ବର୍ଷ ଚାଷୀ ୩୧୦୦ ଟଙ୍କା ପାଉଥିବା ବେଳେ ଚଳିତ ବର୍ଷ ତାହା ଅପରିବର୍ତ୍ତିତ ଥିବା ଦେଖିବାକୁ ମିଳିଛି | କେନ୍ଦ୍ର ସରକାର ଦେଇଥିବା ବର୍ଦ୍ଧିତ ୬୯ ଟଙ୍କା ରାଜ୍ୟ ସରକାର ଗତ ବର୍ଷର ଇନ୍ପୁଟ ସପସିଡ଼ିରୁ କାଟି ଦେଇଥିବା ବେଳେ ଲୋକଙ୍କ ମନରେ ଅସନ୍ତୋଷ କେକହିବାକୁ ମିଳିଥିଲା | ଧାନ ବିକ୍ରି ପାଇଁ ସରକାରୀ ନିୟମକୁ ଦେଖି ଲୋକଙ୍କ ମନରେ ଛନକା ପଶିଛି କଟଣି ଛଟଣି କେତେ ହେବ? ଅଖା ସୁତୁଲି ନା ଜରି ଯଦି ସୁତୁଲି ଚାଷୀକୁ ଅଖା କିଏ ଦେବ? ଚାଷୀ ମିଲର ପାଖକୁ ଧାନ ନେବା ନ ମଣ୍ଡିକୁ ଆଣି ଦେବ ? ମାଣ୍ଡିରେ ଯଦି ଧାନ ଖରାପ ପ୍ରମାଣିତ ହୁଏ ତେବେ କ'ଣ ହେବ ପୁଣି ତାକୁ ଘରକୁ ନେବେକୁ ପଡିବ କି ? ମଣ୍ଡିକୁ ଚାଷୀ ନିଜ ଖର୍ଚରେ ଧାନ ଆଣି ଦେବେ ନ ମିଲର ଖର୍ଚ ଦେବେ ? ଏଭଳି ଅନେକ ପ୍ରଶ୍ନ ଉଠିଥିବା ଦେଖିବାକୁ ମିଳିଛି |

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

            ମୋ ନ୍ୟୂଜୁ ଓଡିଶା

Post a Comment

Previous Post Next Post