(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)
ବ୍ରହ୍ମପୁର : ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ଭାବେ ମହୀଶୂର ରୁ ବ୍ରହ୍ମପୁର ର ମହିଳା ଇପାରି.ସ୍ଵାତୀ ଭାରତ ଆଇକୋନିକ ଆୱାର୍ଡ଼ ରେ ସମ୍ମାନୀତ ହୋଇଛନ୍ତି । ପ୍ରେମ୍ ନଗର୍ ପ୍ରଥମ ଲାଇନ ନିବାସୀ ଇପାରୀ ଶ୍ରୀକାନ୍ତ ଙ୍କ ଧର୍ମପତ୍ନୀ ସ୍ଵାତୀ ଏପରି ସମ୍ମାନ ପାଇ ଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ଭାରତ ର ବିଭିନ୍ନ ରାଜ୍ୟରୁ ପ୍ରାୟ ୬୦୦ ଜଣ ମହିଳା ଭାଗ ନେଇଥିବା ବେଳେ ସ୍ଵାତୀ ଓଡ଼ିଶା ରୁ ଜଣେ ଶ୍ରେଷ୍ଠ ମହିଳା ଉଦ୍ୟଗୀ ଭାବେ ଏପରି ସମ୍ମାନ ପାଇଛନ୍ତି। ମହିଶୂର ର ରିଜେଣ୍ଟ ନାମକ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଆଇକନ ଅଫ ବିଉଟି ଟ୍ରାଂସ୍ଫଫରମେସନ ତରଫରୁ ଏପରି ଭାରତ ଆଇ କନ୍ ଆୱାର୍ଡ଼ ୨୦୨୫ ସ୍ଵାତୀ ଙ୍କୁ ପ୍ରଦାନ କରାଯାଇଛି ।ତାଙ୍କୁ ଏକ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ।ଏହା ପୂର୍ବରୁ ସ୍ଵାତୀ ଙ୍କୁ ଭୁବନେଶ୍ୱର ଠାରେ ଥିବା ନ୍ୟୁ ମାରୀୟାନ ହୋଟେଲ୍ ସମ୍ମିଳନୀ କକ୍ଷରେ ଓଡିଶା କର୍ପୋରେଟ ଫାଉଣ୍ଡେସନ ତଥା ଓସିଏଫ ତରଫରୁ ମଧ୍ୟ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ଭାବେ ସମ୍ମାନ ମିଳିଥିଲା। ସୂଚନା ଯୋଗ୍ୟ ସ୍ଵାତୀ ଭୁବନେଶ୍ଵର ଠାରେ କୀଟ ରେ ଆଇଟି ଶିକ୍ଷା ଶେଷ କରିବା ପରେ ମୁମ୍ବାଇ ଠାରେ ଏକ କଂପାନୀ ରେ ତିନି ବର୍ଷ କାମ କରିଥିଲେ ।ପରେ ସେ ଚାକିରୀ ଛାଡ଼ି ବ୍ରହ୍ମପୁର ଠାରେ ,ନିଜର ଫାସନିକ ସଲୋନ ସହ ଇପାରି ଜୁଏଲର ର ଦାୟିତ୍ଵ ଗ୍ରହଣ କରି ତାଙ୍କର ପାରିବାରିକ ବ୍ୟବସାୟ ବୃଦ୍ଧି କରିବାରେ ସହଯୋଗ କରି ଆସୁଛନ୍ତି ।


