ଉସ୍ତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ତାତିଲେ ଅଞ୍ଚଳ ବସି*


*ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା, ଉସ୍ତା ତା-୦୬/୧୧/୨୦୨୫:- ଧରାକୋଟ ବ୍ଲକ ଅନ୍ତର୍ଗତ ବଳରାମପୂର ପଞ୍ଚାୟତରେ ଥିବା ଉସ୍ତା ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗତ ଦୁଇ ବର୍ଷ ଧରି ଲାଗି ରହିଥିବା ଶିକ୍ଷକ ଅଭାବକୁ ନେଇ ଆଜି ଉସ୍ତା ଗ୍ରାମବାସୀଙ୍କ ସହ ଉସ୍ତା ବିଦ୍ୟାଳୟରେ ପାଠ ପଢ଼ୁଥିବା ସମସ୍ତ ଅଭିଭାବକ ଆଜି ରାସ୍ତାକୁ ଓଲ୍ହାଇ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସମସ୍ତ ଶିକ୍ଷକଙ୍କୁ ଦୀର୍ଘ ୪ଘଣ୍ଟା ଅଟକ ରଖିଥିବା ଦେଖିବାକୁ ମିଳିଛି | ଉକ୍ତ ବିଦ୍ୟାଳୟରେ ପ୍ରାୟ ୪୦୪ ଛାତ୍ର ଛାତ୍ରୀ ପାଠ ପଢିଥିବା ବେଳେ ଯେଉଁ ସ୍ଥାନରେ ୧୦ ଜଣାରୁ ଉର୍ଧ ଶିକ୍ଷକ ଦରକାର ବୋଲି ସୂତ୍ରରୁ ଜଣାପଡିଛି କିନ୍ତୁ ଉକ୍ତ ସ୍ଥାନରେ ମାତ୍ର ୬ ଜଣ ଶିକ୍ଷକ ରେକଡ଼ରେ ରହିଥିବା ବେଳେ ସେଥି ମଧ୍ୟରୁ ଦୁଇଜଣ ଶିକ୍ଷକଙ୍କୁ ସି.ଆର.ସି ପଦବୀ ଓ ଆଉ ଜଣଙ୍କୁ ଅନ୍ୟତ୍ର ଡେପୁଟେସନ ରେ ପାଠ ଯାଇଥିବା ବେଳେ ବର୍ତମାନ ମାତ୍ର ୩ ଜଣ ଶିକ୍ଷକଙ୍କ ଜରିଆରେ ବିଦ୍ୟାଳୟ ଚାଲୁଥିବା ସୂଚନା ମିଳିଛି | ଏଭଳି ପରିସ୍ଥିତିରେ ଉସ୍ତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିଅଁଟିୟା ଶିକ୍ଷକ ପଦବୀ ପୁରାଣ କରିବା ବଦଳରେ ବିଦ୍ୟାଳୟରୁ ଶିକ୍ଷକ ଅନ୍ୟତ୍ର ପଠାଇବା ତମାମ ବିଦ୍ୟାଳୟ ପ୍ରତି ଏକ ଖାମ ଖିଆଲ ମନଭାବ ଭଳି ମନେ ହେଉଥବା ନଜରକୁ ଆସିଛି | ଯେଉଁ ଜାଗାରେ ସରକାର ଶିକ୍ଷାକୁ ନେଇ ବହୁତ ଯୋଜନା ଚଳାଉ ଥିବା ବେଳେ ଏଭଳି ପରିସ୍ଥିତି ସରକାରଙ୍କୁ ଅଡୁଆରେ ପକାଇଥିବା ଭଳି ଜଣାପଡୁଛି | ଗ୍ରାମ ବାସୀଙ୍କ କହିବା ଅନୁସାରେ ଉକ୍ତ ଉସ୍ତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆହୁରି ଅନେକ ସମସ୍ୟା ରହିଛି ପିଇବା ପାଣି ସମସ୍ୟା,ଶୌଚାଳୟ ଅପରିସ୍କାର,ସଫେଇ କର୍ମଚାରୀ ଉସ୍ତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚତୃପର୍ସରେ ବାଉଂଡେରୀ,ପିଲାଙ୍କ ବସିବା ପାଇଁ ଶ୍ରେଣୀ ଗୃହ, ଶ୍ରେଣୀ ଗୃହରେ ଲାଇଟ ଓ ପଙ୍ଖା ଭଳି ଅନେକ ଅସୁବିଧା ରହିଥିବା ଦର୍ଶାଇଥିଲେ | ସମସ୍ତ ଅଭିଭାବକ ମାନଙ୍କ କହିବା କଥା ଆମର ଦାବି ପୁରାଣ କର ନଚେତ ଆମ ପିଲାମାନଙ୍କ ଟି.ସି ଦିୟ ଆମେ ଆମ ପିଲାଙ୍କୁ ଅନ୍ୟତ୍ର ଜୈନ କରିବୁ କାରଣ ଆଗକୁ ପରୀକ୍ଷା ମାତ୍ର ଦୁଇ ମାସ ରହିଲା ଆମେ ଆମ ପିଲାର ଭବିଷ୍ୟତ ଖରାପ କରିବାକୁ ଚାହୁଁନୁ ବୋଲି ପ୍ରକାଶ କରିଥିଲେ |ଯଦି ଆଗାମୀ ଦିନରେ ଏହାର ସ୍ଥାଇ ସମାଧାନ ନ ହୁଏ ତାହା ହେଲେ ବିଦ୍ୟାଳୟରେ ତାଲା ପକାଇବା ସହ ରାସ୍ତା ରୋକ କରିବା ଚେତାବନୀ ଦେଇଥିଲେ ଗ୍ରାମବାସୀ | ଏ ସମସ୍ୟା ନେଇ ସ୍କୁଲ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିଶ୍ ଚନ୍ଦ୍ର ଦଳାଇ ଧରାକୋଟ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଅବଗତ କରାଇଥିଲେ । ବ୍ଲକ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁଙ୍କ ସହ ଯୋଗ ଯୋଗ ବେଳେ ସେ କହିଥିଲେ ଆସନ୍ତା କାଲି ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପାଇଁ ଜଣେ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଦିଆ ଯିବ । ଏହାସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରୁ ସୂଚନା ମିଳିଛି ଯେ ଆସନ୍ତା   15 କିମ୍ବା 16 ତାରିଖରେ ଶିକ୍ଷକ ମାନଙ୍କ ନିଯୁକ୍ତି ମେଳା ପରେ  ତୁରନ୍ତ ନବମ ,ଦଶମ ଶ୍ରେଣୀ ପାଇଁ ଆବଶ୍ୟକୀୟ ଶିକ୍ଷକ ପଦବୀ ପୂରଣ କରାଯାଇ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆ ଯିବ ବୋଲି ପ୍ରତିଶ୍ରୁତି ମିଳିଥିବା କଥା ସ୍କୁଲ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ଠାରୁ ପ୍ରକାଶ । ଏତେ ସବୁ ଘଟଣା ଘଟିଥିଲେ ମଧ୍ୟ କୌଣସି ପଦାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିଲେ ଯାହାକି ଧରାକୋଟ ବ୍ଲକ ର ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ରହିଥିବା ବିଦ୍ୟାଳୟର ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଇଁ ପରିତାପର ବିଷୟ ପାଲଟିଥିବା ଦେଖିବାକୁ ମିଳିଛି  । ଆଗାମୀ 15ଦିନ ମଧ୍ୟରେ ସମସ୍ତ ସମସ୍ୟା ର ସମାଧାନ ନହେଲେ ପୁଣି ଛାତ୍ର ଛାତ୍ରୀ ଓ ଅଭିଭାବକ ଫାଟକ  ସମ୍ମୁଖ ରେ ଧାରଣା ପାଇଁ ଅଭିଭାବକ ମାନେ ନିଷ୍ପତି ନେଇଛନ୍ତି ।କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଏଠାରୁ ବଦଳି ହୋଇ ଅନ୍ୟତ୍ର ଚାଲିଯାଇଥିବା ଯୋଗୁ ତାହାକୁ ନେଇ ଶିକ୍ଷକ ସମସ୍ୟା ଜୋର୍ ଧରି ଶିକ୍ଷାଦାନରେ ବ୍ୟାଘାତ ସ୍ତୃଷ୍ଟି ହୋଇଛି । ସେହି ପରି ଗତ ସରକାର ସମୟରେ ବିଦ୍ୟାଳୟ ଭିତିଭୂମି ର ବିକାଶ ପାଇଁ 5t ଅନୁଦାନରୁ ଆସିଥିବା  50ଲକ୍ଷ ଟଙ୍କା ସଠିକ୍ ବିନିଯୋଗ ନହୋଇ ବାଟମାରଣା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ବିଦ୍ୟାଳୟର ପାଚେରୀ,ଶ୍ରେଣୀ ଗୃହ,ଖେଳପଡ଼ିଆ ଅସମ୍ପୂର୍ଣ୍ଣ ରହିଛି । ଯାହାକି ବ୍ଲକ ପ୍ରଶାସନର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧରାକୋଟ ବ୍ଲକ ପ୍ରଶାସନ ର ଅପାରଗତା ଯୋଗୁଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏହି ବିଦ୍ୟାଳୟର 404 ଜଣ ଛାତ୍ର ଛାତ୍ରୀଙ୍କ ସୁନେଲି ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି ।* 


*ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ନିଯୁଜୁ* 

          *ମୋ ନିଯୁଜୁ ଓଡିଶା*

Post a Comment

Previous Post Next Post