ଶୁକ୍ରବାର କୋଦଳା ର ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ଜାତୀୟ ସଂଗୀତ ବନ୍ଦେ ମାତରଂ ର 150 ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଛି ! କୋଦଳା ଥାନାଧିକାରୀ ସୁବାଷ ଚନ୍ଦ୍ର ବେହେରା ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ପାଳନ ହୋଇଥିବା ବେଳେ ସମସ୍ତ ଥାନା କର୍ମକର୍ତ୍ତା ଉପସ୍ଥିତ ଥିଲେ, ତତ ସହିତ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଉପାଧ୍ୟକ୍ଷ୍ୟ ରଞ୍ଜିତା ସେଠୀ, ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ କାଉନସିଲର ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ,ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ, କୋଦଳା ଠାରେ ବନ୍ଦେ ମାତରମ ର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଦିବା 10 ଘଟିକା ସମୟରେ ବନ୍ଦେ ମାତରମ ସଂଗୀତ, ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀଙ୍କ ଦ୍ୱାରା ଆବୃତ୍ତି ମହାବିଦ୍ୟାଳୟ ର ଅଧକ୍ଷ ରଘୁନାଥ ମୁଦୁଲି ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ଯଥା କୁଇଜ଼, ଓଡ଼ିଆ ରଚନା,ଓଡ଼ିଆ କବିତା ଲିଖନ ଓ ଚିତ୍ରାଙ୍କନ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ କୁ ଓଡ଼ିଆ ଅଧ୍ୟାପିକା ରଂଜୁବାଳା ନନ୍ଦ ପରିଚାଳନା କରିଥିଲେl ବିଭିନ୍ନ ପ୍ରତିଯୋଗିତା ପାଇଁ ଅଧ୍ୟାପକ ସାଗର ଚାନ୍ଦ ପାତ୍ର, ସପନ କୁମାର ଦାଶ, ଭବାନୀ ଶଙ୍କର ଆଚାର୍ଯ୍ୟ, କାହ୍ନୁ ଚରଣ ପାଳ ଆଦି ଅଧ୍ୟାପକ ଏବଂ ଅପରାଜିତା ପାତ୍ର, ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ, ସୁଶ୍ରୀ ମନୀଷା ପଟନାୟକ, ସାଗରିକା ଦାଶ, ଡ଼କ୍ଟର ଜ୍ୟୋସ୍ନା ରାଣୀ ସାହୁ, ଗୃହଲକ୍ଷ୍ମୀ ସାହୁ, ସୁସ୍ମିତା ମହାପାତ୍ର ଓ ସୁଶ୍ରୀ ଭୁବନେଶ୍ୱରୀ ରାୟସାମନ୍ତ ବିଚାରକ ଭାବେ ରହିଥିଲେl ତପସ୍ୱିନୀ କରଣ, ଶ୍ରୀ ଲିପୁନ ମାଝୀ ଆଦି କାର୍ଯ୍ୟକ୍ରମ କୁ ପରିଚାଳନାରେ ସହଯୋଗ କରିଥିଲେ l


