*ଶଙ୍କର ପାଣିଗ୍ରାହୀ ମୋ ନିଯୁଜୁ ଓଡିଶା,ମଙ୍ଗଳପୁର ୦୮/୧୧/୨୦୨୫ ଶନିବାର:- ଆଜି ଧରାକୋଟ ବ୍ଲକ ସବା ପଞ୍ଚାୟତ ସ୍ତିତ ମଙ୍ଗଳପୁର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଧରାକୋଟ ବ୍ଲକ ଅଧୀନସ୍ଥ କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସମିଳନୀ ପାଳିତ ହୋଇଯାଇଛି | ଧରାକୋଟ ବ୍ଲକର କୃଷକ ଉତ୍ପାଦକ କମ୍ପାନୀର ସଞ୍ଚାଳନ ଦାୟିତ୍ୱରେ ଥିବା ତମାମ ସାଵସ୍ୟ ଉପସ୍ଥିତ ରହି ସଭା ସଂଚାଳ କରିଥିଲେ ସେମାନେ ହେଲେ ସୁଦର୍ଶନ ଗମାଙ୍ଗ (ଡ଼ାଇରେକ୍ଟର),ଦଣ୍ଡପାଣି କାର୍ଜି (MD), ଭଜରାମ ମଲ୍ଲିକ (ଚେର ପର୍ସନ),ଭବାନୀ କାର୍ଜୀ (BOD),ଲେମ୍ବୁଦର ଦାସ (BOD),କୃଷ୍ଣ ଚନ୍ଦ୍ର ଛଟେଇ (BOD),ପଙ୍କଜ ମଲ୍ଲିକ (BOD),ଗୀତାଞ୍ଜଳି ମଲ୍ଲିକ (BOD) ଓ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ସକାଳ NGO ତରଫରୁ ମୁଖ୍ୟ କର୍ମକର୍ତା ଗୌରୀ ଶଙ୍କର ମିଶ୍ର (ସେକ୍ରେଟାରୀ ) ତଥା ତାଙ୍କ ସହଯୋଗୀଙ୍କ ସହ ଅନ୍ୟ ମାନେ FPO, BPC ର BOD; OLM, ମିଶନ ଶକ୍ତି କର୍ମଚାରୀ, ସରପଞ୍ଚ, PRI ସଦସ୍ୟଙ୍କ ସହିତ SACAL ର ସଚିବ, ମୋହନା ଗଜପତି ଜିଲ୍ଲା PHF BPC ର ପୂର୍ବତନ ସଚିବ, TFPCL ର ଅଧ୍ୟକ୍ଷ, BPC; FA-SACAL ଏବଂ CRP ମାନଙ୍କର ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମଟି ଏକ ଚମତ୍କାର ସଫଳତା ଥିଲା, ଯାହା ସମ୍ପ୍ରଦାୟକୁ ଏକତ୍ରିତ କରିଥିଲା ଏବଂ DFPCL ଏବଂ ଯୋଜନାର ଏକ ଭାବନା ଏବଂ ଲକ୍ଷ୍ୟକୁ ପ୍ରୋତ୍ସାହିତ କରିଥିଲା। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ଦୀର୍ଘ ଦିନ ହେବ ଚାଲୁଥିବା ଫାର୍ମର୍ସ ପ୍ରଡ୍ୟୁସର ଲିମିଟେଡର କମ୍ପାନୀ ସଠିକ ପ୍ରଚାର ପ୍ରସାର କରି କୃଷକ ମାନଙ୍କ ପର୍ଯ୍ୟନ୍ତ ସେଥିରୁ ମିଳୁଥିବା ଲାଭ ବିଷୟରେ ସଠିକ ବାର୍ତା ପହଞ୍ଚାଇବା ଓ ଅଧିକରୁ ଅଧିକ ଅଂଶୀଦାର କୃଷକ ମାନଙ୍କୁ କମ୍ପାନୀ ସହ ସାମିଲ କରିବା | ଏହି କମ୍ପାନୀ ସହ ଯେକୌଣସି ଚାଷୀ ସାମିଲ ହୋଇପାରିବେ ଯଦି ସାମିଲ ହୁଅନ୍ତି ସରକାରଙ୍କ ତରଫରୁ ମିଳୁଥିବା ତମାମ ସୁବିଧା ଯେଭଳି ସାରା,ବିହନ,କୀଟ ନାଶକ,କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ ଓ ଚାଷ ସମ୍ବନ୍ଦୀୟ ଉର୍ନତ ଜ୍ଞାନ କୌଶଳ ପାଇବା ସହ ଚାଷୀ ଉଚିତ ମୂଲ୍ୟରେ ତାର ଉପଦାକ ବିକ୍ରୀକରିବାର ସୁବିଧା ପାଇବା ଭଳି ଅନେକ ସୁବିଧା ପାଇପାରିବେ ବୋଲି ସୂଚନା ଦେଇଥିଲେ |*
*ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ନିଯୁଜୁ*
*ମୋ ନିଯୁଜୁ ଓଡିଶା*


