ଅଲୋଡ଼ା ହେଲା ନବଜାତ, ନାଳ ରେ ଭାସୁଛି ମୃତଦେହ

 


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ଜଗନ୍ନାଥ ପ୍ରସାଦ : ଘଟିଛି ଏକ ଅଭାବନୀୟ ଘଟଣା I ଅଲୋଡା ହେଉଛି ନବଜାତ ଶିଶୁ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଖମାର ପଲ୍ଲୀ ପଞ୍ଚାୟତରେ।  ପଟ୍ଟାଧାର ଗୁହାଣିଆ ନାଳ ଶଙ୍ଖତଳେ   ନବଜାତ ଶିଶୁର ମୃତଦେହ ଭାସୁଥିବା  ଦେଖିବାକୁ ମିଳିଛି। ଶିଶୁଟିକୁ କେହି ଜନ୍ମ କରିବା ପରେ ଏଭଳି ଫିଙ୍ଗି ଦେଇଥିବା ଜଣାପଡିଛି।ଅନ୍ୟପକ୍ଷରେ ନବଜାତଟି ଝିଅ ନା ପୁଅ ସେନେଇ ଜଣାପଡିନାହିଁ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଚର୍ଚ୍ଚା କୁ ଖୋରାକ ଯୋଗାଇଛି  । ଖବର ଲେଖିବା ସୁଦ୍ଧା କୌଣସି ପ୍ରଶାସନ ପହଞ୍ଚି ନ ଥିବାରୁ ମୃତ ଶିଶୁଟିକୁ ଉଦ୍ଧାର କରାଯାଇ ନାହିଁ। ନାଳ ରେ ଭାସୁଛି । ଅଞ୍ଚଳ ଲୋକମାନେ ଘଟଣା ସ୍ଥଳରେ ପଂହଁଚି ଦୂରରୁ ଦେଖି ନିଜ ମୋବାଇଲ ରେ ଫୋଟ ଉଠାଉଥିବା ଦେଖିବାକୁ ମିଳିଛି । କୌଣସି କୁମାରୀ ନିଜର ଅବାଞ୍ଚିତ ପାପ କୁ ଲୁଚାଇବା ପାଇଁ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଇଛି ।

Post a Comment

Previous Post Next Post