ମିଥ୍ଯା ଥିଲା ବଳାତ୍କାର ମାମଲା ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

  


କୋଦଳା (୨୩/୧୧ /୨୦୨୫) 

ବଳତ୍କାର ମାମଲାରେ ନିର୍ଦୋଷରେ ଖଲାସ ହେଲେ ଅଭିଯୁକ୍ତ ।ଗତ ୧୭ ଅପ୍ରେଲ ୨୦୨୨ ରେ ଏଭଳି ଏକ ଅଭିଯୋଗରେ ଜେଲ୍ ରେ ଦିନ କାଟୁଥିବା ଅଭିଯୁକ୍ତ ଶେଷରେ ନିର୍ଦୋଷରେ ଖଲାସ ହୋଇଛନ୍ତି। ଘଟଣାଟି ହେଉଛି କବିସୂର୍ଯ୍ୟନଗର ଥାନା କବିସୂର୍ଯ୍ୟନଗର ର ଅରବିନ୍ଦ ସାହିରେ। ରାଜନୈତିକ ଉଦ୍ଦେଶ୍ୟ ରଖି ମିଥ୍ଯା ବଳତ୍କାର ମାମଲାରେ କବିସୂର୍ଯ୍ୟନଗର ଅରବିନ୍ଦ ସାହିର ଶିବରାମ ବେହେରା ଛନ୍ଦି ହୋଇ ଯାଇଥିଲେ। ପୋଲିସ ଗିରଫ କରି ତାଙ୍କୁ ଜେଲ୍ ପଠାଇ ଦେଇଥିଲା। ତେବେ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କୋର୍ଟ ରାୟ ପ୍ରକାଶ କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ପୀଡିତାଙ୍କୁ ସାକ୍ଷୀ ଭାବେ ପୋଲିସ ଗ୍ରହଣ କରି ନଥିବା ବେଳେ ଏନେଇ ହାଇକୋର୍ଟ କଂ ଆଦେଶ ପରେ ପୀଡିତାଙ୍କୁ ସାକ୍ଷୀ ଭାବେ ଗ୍ରହଣ କରାଯାଇଥିଲା। ଏତଲା ଅନୁସାରେ ସେଭଳି କିଛି ହୋଇ ନଥିବା କୋର୍ଟ ଜାଣିବାକୁ ପାଇଥିଲେ। ଘଟଣାରେ ଡାକ୍ତରକଂ ରିପୋର୍ଟ ରେ ମଧ୍ୟ କୌଣସି ବଳତ୍କାର ହୋଇଥିବା ଜଣାପଡି ନଥିଲା। ମୋଟ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କୋର୍ଟ ଶେଷରେ ଅଭିଯୋଗକୁ ମିଥ୍ଯା ବୋଲି ଜାଣିବା ପରେ ଅଭିଯୁକ୍ତ ଶିବରାମ ବେହେରାଙ୍କୁ କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ବିଶ୍ୱ ରଞ୍ଜନ ବେହେରା ନିର୍ଦୋଷରେ ଖଲାସ କରିଛନ୍ତି।


Post a Comment

Previous Post Next Post