ଜିଲୁଣ୍ଡି କ୍ଲଷ୍ଟରସ୍ତରୀୟ 'ସୁରଭି'


ଭଞ୍ଜନଗର (ଚିନ୍ମୟ କୁମାର ବେବର୍ତ୍ତା) ଭଞ୍ଜନଗର   ବ୍ଲକ୍ ଅନ୍ତର୍ଗତ ଜିଲୁଣ୍ଡି ମା ବୈଷ୍ଣବୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ'ସୁରଭି 'ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସରୋଜଲକ୍ଷ୍ମୀ ଦାଶ ଙ୍କ ତତ୍ତ୍ୱାବଧାନ ତଥା ସିଆରସିସି କାଳୀ ଚରଣ ସାହୁ ଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ଲୋପାମୁଦ୍ରା ରଥ ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ କଇଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଜ୍ଞାନୀ କୁମାରୀ ମହାପାତ୍ର , ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ସିଂହାସନୀ ପତି ଯୋଗଦେଇ ଥିଲେ।ଶିଶୁ ମାନଙ୍କ ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନ ପାଇଁ ସରକାରଙ୍କ ଏଇ ସୁରଭି କାର୍ଯ୍ୟକ୍ରମ ନିଆରା ବୋଲି ମତ ପ୍ରକାଶ ପାଇଥିଲା। ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ରଥ ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି ନିମନ୍ତେ ପାଠପଢା ସହ ଏପରି କାର୍ଯ୍ୟକ୍ରମ ରେ ନିଜକୁ ସାମିଲ୍ କରି ସାରା ଦୁନିଆ କୁ ମହକାନ୍ତୁ ବୋଲି କହିଥିଲେ।ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରଞ୍ଜିତ କୁମାର ଆରୁଖ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ରଣ ବିଜୟ ପ୍ରଧାନ, ଶିକ୍ଷାବିତ୍ ଚନ୍ଦ୍ରଶେଖର ଆଚାର୍ଯ୍ୟ,ଜିଲୁଣ୍ଡି ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଟିକିନି ବିଷୋୟୀ ପ୍ରମୁଖ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଜ୍ୟୋତିରଞ୍ଜନ ବିଷୋୟୀ। ୧୬ଟି ବିଦ୍ୟାଳୟର ୧୮୦ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Post a Comment

Previous Post Next Post