ଶଙ୍କର ପାଣିଗ୍ରାହୀ, ଧରାକୋଟ ମୋ ନିଯୁଜୁ ଓଡିଶା ୨୭/୧୦/୨୦୨୫ ମଙ୍ଗଳବାର :- ଧରାକୋଟ ବ୍ଲକ ଅଞ୍ଚଳରେ ଗତ କାଲିଠାରୁ ବାତ୍ୟା ମୋନ୍ଥାର ପ୍ରଭାବ ଦେଖିବାକୁ ମିଳିଛି ୧୭ତାରିଖ ଦିନ ୧୧:୦୦ଘଣ୍ଟା ଠାରୁ ବର୍ଷା ଜାରି ରହିଥିବାବେଳେ ସମୟ ସମୟରେ ବର୍ଷା ବନ୍ଦ ହୋଇ ପୁଣି ବର୍ଷା ହେଉଥିବା ଦେଖିବାକୁ ମିଳୁଛି କେତେବେଳେ ଅଧିକ ତ ଆଉ କେତେବେଳେ କାମ ପରିମାଣରେ ବର୍ଷା ଝିପି ଝିପି ହୋଇ ବରଷିବାକୁ ଲାଗିଛି | ବର୍ତମାନ ସୁଦ୍ଧା ପବନର କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲେବି ଉକ୍ତ ବର୍ଷା ପ୍ରଭାବରେ ବହୁତ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି | ଧାନ ଏହି ସମୟରେ କିଛି ପଚି ଯାଇଥିବା ବେଳେ କିଛି ଧାନ ବାହାରି ସାରିଛି ଓ ଆଉ କିଛି ଧାନ ବାହାରିବା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି |ବାତ୍ୟା ମୋନ୍ଥାର ପ୍ରଭାବରେ ବହୁତ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି | ଚାଷୀଙ୍କ କହିବା ଅନୁସାରେ ଯଦି ଆଗାମୀ ସମୟରେ ଆହୁରି ବର୍ଷା ଓ ପବନ ହୁଏ ତାହାହେଲେ ଧାନ ଫସଲ ବିଲରେ ପଡି ବହୁତ ନଷ୍ଟ ହେବାର ସମ୍ଭାବନା ଅଛି | ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ସମୟରେ ବର୍ଷା ଓ ପବନର ଗତି ବଢିବା ସମ୍ଭାବନା ଅଛି ବୋଲି ଜାଣିବା ପରେ ଚାଷୀ ମାନଙ୍କ ଚିନ୍ତା ବଢି ଯାଇଛି | ସୂଚନା ଥାଉକି ଗତ ବର୍ଷ ତୁଳନାରେ ଏହି ବର୍ଷ ଧାନ ଫସଲ ବହୁତ ଭଲ ହୋଇଥିଲା, ଧାନ ରୁଆ ସମୟରୁ ସଠିକ ସମୟରେ ବର୍ଷା ଓ ସଠିକ ପରିମାଣର ଖରା ତାହା ଧାନ ଫସଲକୁ ସାହାଯ୍ୟ କରିଥିଲା | ବାତ୍ୟା ମୋନ୍ଥାର ପ୍ରଭାବ ଚାଷୀ ମନରେ ଫସଲ ଅଧିକ ଅମଳର ଆଶା ମଳିନ କରିଦେଇଥିବା ଦେଖିବାକୁ ମିଳିଛି ଓ ଏହି ଅଞ୍ଚଳରେ ଚାଷୀ ଚିନ୍ତାରେ ଥିବା ଜଣାପଡିଛି |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା


