ସାନଖେମୁଣ୍ଡି ନିବରଚନା ମଣ୍ଡଳୀ ବିଜେପି ବିଧାୟକ ପାର୍ଥି ଇଂ.ଉତ୍ତମ କୁମାର ପାଣିଗ୍ରାହୀଙ୍କ ଜନ ସମର୍ଥନରେ ବିରୋଧୀ ଛାନିଆ |*


*ଶଙ୍କର ପାଣିଗ୍ରାହୀ ଧରାକୋଟ ୩୦/୦୯/୨୦୨୫ :-ସାନଖେମୁଣ୍ଡି ଅଞ୍ଚଳରେ ଦୀର୍ଘ ଦଶ ଦୀନ ଧରି ଚାଲିଥିବା ମା ଦଶଭୁଜାଙ୍କ ଅନେକ ପୂଜା ମଣ୍ଡପ ଓ ଦେବୀ ମନ୍ଦିର ବୁଲି ମାଙ୍କ ଦର୍ଶନ କରୁଛନ୍ତି ସାନଖେମୁଣ୍ଡି ବିଜେପି ବିଧାୟକ ପାର୍ଥି ଇଂ ଉତ୍ତମ କୁମାର ପାଣିଗ୍ରାହୀ | ଆଜି ଜାହଡା ପଞ୍ଚାୟତ ପୁକଟପୁଞ୍ଜି ଗ୍ରାମର ଦୁର୍ଗା ମନ୍ଦିର କମିଟି ମାନଙ୍କ ଅନୁରୋଧ କ୍ରମେ ଶ୍ରୀ ପାଣିଗ୍ରାହୀ ଉକ୍ତ ଗ୍ରାମର ଦୁର୍ଗାମନ୍ଦିର ମହା ନବନି ପୂଜା ପୂର୍ଣାହୁତି  ଅବସରରେ ଶତାଧିକ କର୍ମୀଙ୍କ ସହ ସନ୍ଧ୍ୟା ୫ଘଣ୍ଟା ସମୟରେ "ମା"ଙ୍କ  ଦର୍ଶନ କରିଥିବା ଦେଖିବାକୁ ମିଳିଛି | ସେହି ଭଳି ଜାହଡା ଗ୍ରାମର ପୂଜା କମିଟି ମାନଙ୍କ ଅନୁରୋଧ କ୍ରମେ ଉକ୍ତ ଗ୍ରାମର ଦୁର୍ଗା ପୂଜା ମଣ୍ଡପରେ ସମସ୍ତ କର୍ମୀ ମାନଙ୍କ ସହ ସନ୍ଧ୍ୟା ୭ ଘଣ୍ଟା ସମୟରେ ପହଁଚି ମାଙ୍କ ଆଳତି ଦର୍ଶନ କରିଥିବା ଦେଖିବାକୁ ମିଳିଛି | ତାହା ସହିତ ଲୋକମାନଙ୍କ ସହ ମିଶି ସେମାନଙ୍କର ସମସ୍ୟା ସମାଧାନ ଦିଗରେ ମଧ୍ୟ ଆଲୋଚନା କରୁଥିବା ଦେଖିବାକୁ ମିଳିଛି | ଶ୍ରୀ ପାଣିଗ୍ରାହୀଙ୍କ ସହ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଶ୍ରୀ ସୁନୀଲ ମହାନ୍ତି,ଧରାକୋଟ ଯୁବ ମୋର୍ଚା ସଂଯୋଜକ ଦେବାଶିଷ ମିଶ୍ର,ଯୁବ ସହ ସଂଯୋଜକ ମାନସ ନାୟକ,ଜାହଡା ମଣ୍ଡଳ ପ୍ରତିନିଧି ଗରିବ ନାୟକ,ଧରାକୋଟ ମଣ୍ଡଳ ସଭାପତି,ଧରାକୋଟ ପ୍ରତିନିଧି,ମାଣିକ୍ୟପୁର ମଣ୍ଡଳ ସଭାପତି,ମାଣିକ୍ୟପୁର ମଣ୍ଡଳ ପ୍ରତିନିଧି ସହ ଅନେକ ଯୁବ ସକ୍ରିୟ କର୍ମୀ "ମା"ଙ୍କ ଦର୍ଶନ କରିଥିବା ଦେଖିବାକୁ ମିଳିଛି |* 

       *ଶ୍ରୀ ପାଣିଗ୍ରାହୀଙ୍କ ଏଭଳି ଜନ ସମର୍ଥନ ଦେଖି ଅନ୍ୟ ରାଜନୈତିକ ଦଳରେ କମ୍ପନ ସୃଷ୍ଟ ହେଉଥିବା ଝଲକ ଜାହଡା ଗ୍ରମରେ ଦେଖିବାକୁ ମିଳିଥିବା ସୂଚନା  | କିଛି ଦୁର୍ବୁଦ୍ଧି ଲୋକ ଶ୍ରୀ ପାଣିଗ୍ରାହୀଙ୍କ ଉପସ୍ତିତିରେ କୌଣସି କାରଣରୁ  ଦୁର୍ଗା ମଣ୍ଡପ ଆଗରେ ନିଜ କାର ଛିଡା କରି ଅନେକ ଖରାପ ଭାଷାରେ ଉକ୍ତ ମଣ୍ଡପ କମିଟିଙ୍କ ସହ ଗାଳି ଗୁଲଜ କରିଥିବା ଦେଖିବାକୁ ମିଳିଛି  | ଶ୍ରୀ ପାଣିଗ୍ରାହୀ ନିକଟସ୍ଥ ଥାନା ଅଧିକାରୀ ସହ କଥାହୋଇ ଉକ୍ତ ଘଟଣାର ତଦନ୍ତ ପାଇଁ ଓ ଉକ୍ତ ଖାଲ ପ୍ରବୃତି ଲୋକଙ୍କୁ ଗିରଫ କରିବା ପାଇଁ କହିଥିବା ସୂଚନା ମିଳିଛି |*                  ଧରାକୋଟ ରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ 

           ମୋ ନିଯୁଜୁ ଓଡିଶା

Post a Comment

Previous Post Next Post