ବ୍ରହ୍ମପୁର ତା ୧.୧୦.୨୦୨୫ ତାରିଖରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ , ଗଂଜାମ ଜିଲ୍ଲା କମିଟିର ଏକ ବୈଠକ ସ୍ଥାନୀୟ ଲଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସଭାପତି ଡି.ମୋହନ ରାଓ ସଭାପତିତ୍ୱ କରିଥିଲେ। ମହାସଂଘର କାର୍ଯ୍ୟକାରୀ ସଭାପତି ତଥା ସଂଗ୍ରାମର ବାର୍ତ୍ତା ମାସିକ ପତ୍ରିକାର ସମ୍ପାଦକ ନିର୍ମଳ ଚନ୍ଦ୍ର ଦାସ ଓ ମହାସଂଘର ସାଧାରଣ ସମ୍ପାଦକ ତଥା ସଂଗ୍ରାମର ବାର୍ତ୍ତାର ମୁଦ୍ରଣ ଦାୟିତ୍ୱରେ ଥିବା ଗୋକୁଳା ନନ୍ଦ ବେହେରା ଅତିଥିଭାବେ ଯୋଗଦେଇଥିଲେ।
ସର୍ବପ୍ରଥମେ ସମ୍ପାଦକ ଶଙ୍କର୍ଷଣ ପାତ୍ର ଅତିଥିମାନଙ୍କ ପରିଚୟ ଦେଇଥିଲେ। ସଭାପତି ଡି.ମୋହନ ରାଓ ଆଜିର ବୈଠକ ମୁଖ୍ୟତଃ ରାଜ୍ୟ ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଏକମାତ୍ର ମୁଖପତ୍ର ମାସିକ ପତ୍ରିକାର ୪୭ ତମ ଜୟନ୍ତୀ ପାଳନ ଗଂଜାମ ଜିଲ୍ଲାର ବ୍ରହ୍ମପୁରଠାରେ କରିବାପାଇଁ ପ୍ରସ୍ତୁତି ବୈଠକ। ଏହାର ଦାୟିତ୍ୱ ଗଂଜାମ ଜିଲ୍ଲା ସଙ୍ଗଠନକୁ ଦିଆଯାଇଛି। ମୁଖ୍ୟ ଅତିଥିଦ୍ବୟ ସଂଗ୍ରାମର ବାର୍ତ୍ତା ମାସିକ ପତ୍ରିକା ୧୯୭୮ ମସିହାରେ କର୍ମଚାରୀ ମାନଙ୍କ ସମସ୍ୟା ଓ ସମାଧାନ ର କାର୍ଯ୍ୟକ୍ରମଗୁଡିକୁ ତଳ ସ୍ଥାରରେ ଥିବା ସମସ୍ତ କର୍ମଚାରୀଙ୍କ ନିକଟରେ ପହଞ୍ଚିବାପାଇଁ ଉଦୟନାଥ ମହାପାତ୍ର , ରାଜେନ୍ଦ୍ର ରାଉତ ଓ ଜଗବନ୍ଧୁସାହୁଙ୍କପରି ନେତୃତ୍ବଙ୍କ ଉଦ୍ୟମରେ ପ୍ରକାଶିତ ହୋଇଥିଲା। ଉତ୍ଥାନ ପତନଦେଇ ଏହିବର୍ଷ ଏହା ୪୭ ବର୍ଷରେ ପହଂଚିପାରିଛି । ଜନ୍ମବାର୍ଷିକୀ ପାଳନ ଗଂଜାମ ଜିଲ୍ଲା ସୁରୁଖୁରୁରେ କରିପାରିବ ବୋଲି ଜଣାଇଥିଲେ।
ଏହି ପ୍ରସଙ୍ଗରେ ରାଜ୍ୟ ଉପଦେଷ୍ଟା କେ.ନାଂଦେଷୁ ସେନାପତି ସଭ୍ୟ ନଳିନିକାନ୍ତ ମିଶ୍ର, ଏମ୍.ନରସିଂହ, ଯୁଗ୍ମସମ୍ପାଦକ ମହର୍ଷି ସିଂ, ସହସମ୍ପାଦକ ଡି. ଗୁରୁମୂର୍ତୀ ପାତ୍ର ପ୍ରସ୍ତାଵମାନ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର, ଟି.ଯୋଗେଶ୍ୱର ରାଓ, H. ତୁମ୍ବେଶ୍ୱର ରେଡ୍ଡୀ , ବି.ରାଙ୍ଗା ପାତ୍ର, ନାରାୟଣ ପାଣିଗ୍ରାହୀ , ଦେବରାଜ କୋଠିଆ,ସୁଧାଂଶୁ ରାଉତ, ବିଜୟ ଚନ୍ଦ୍ର ଦାସ,ରାଧା କୃଷ୍ଣ ପଣ୍ଡା, ଯୋଗଦେଇଥିଲେ।
କେ.ଏନ୍.ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।
ଡି.ମୋହନ ରାଓ, ସଭାପତି,
ଗଂଜାମ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘ।
088951 20127


