ଭଞ୍ଜନଗର (ଚିନ୍ମୟ କୁମାର ବେବର୍ତ୍ତା) ଗରୀବ ଅସହାୟ ଓ ଦୁଖୀ ମାନଙ୍କୁ ସର୍ବଦା ସହାୟତାର ହାତ ବଢାଉଥିବା ବିପଦର ବନ୍ଧୁ ଅନୁଷ୍ଠାନ ସଦସ୍ୟ ମାନେ ଜଣେ ଗରୀବ ବ୍ୟକ୍ତି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଅବସ୍ଥା ରହିଥିବା ବେଳେ ଗତକାଲି ତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରି ପୁଣି ମାନବିକତାର ପରିଚୟ ପ୍ରଦାନ କରିଛନ୍ତି। ସୋରଡ଼ା ବ୍ଳକ ଗୁଡିବନ୍ଧ ଗ୍ରାମର ରଞ୍ଜନ ପ୍ରଧାନ(୪୦) ଦୀର୍ଘ ବର୍ଷ ହେଲା ଭଞ୍ଜନଗର ବାଉଁଶଲୁଣ୍ତି ଠାରେ ରହି ଆସୁଥିବା ବେଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଅତି ଗରୀବ ଶ୍ରେଣୀର ହୋଇଥିବାରୁ ଉନ୍ନତ ଚିକିତ୍ସା କରିବାରେ ବାଧା ଉପୁଜିଥିଲା। ଏହାପରେ ମଧ୍ୟ ଭଞ୍ଜନଗର ଠାରୁ ଆରମ୍ଭ କରି କଟକ ବଡ ମେଡିକାଲ ଠାରେ ତାଙ୍କ ଚିକିତ୍ସା ହୋଇଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ଘଟିବା ପରେ ପରିବାର ସଂପୂର୍ଣ୍ଣ ଅସହାୟ ହୋଇପଡିଥିବାରୁ ପୂର୍ବରୁ ସହାୟତାର ହାତ ବଢାଇଥିବା ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ମାନେ ତାଙ୍କ ଘରେ ପହଞ୍ଚି ଦୁଖ ପ୍ରକାଶ କରିବା ସହ ନିକଟସ୍ଥ ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିଲେ। ଏଭଳି ନିସ୍ବାର୍ଥପର ସେବା ନିମନ୍ତେ ବିପଦର ବନ୍ଧୁ ଅନୁଷ୍ଠାନକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି। ଅନୁଷ୍ଠାନର ଅରକ୍ଷିତ ପରିଚ୍ଛା,ପ୍ରଦିପ କୁମାର ଜେନା,ଶୂଳପାଣି ଶତପଥୀ,ଅନୁପମ ବାନାର୍ଜି,ଚରଣ ପଲୋଇ,ବିନାୟକ ଗୌଡ,ଦେବବ୍ରତ ନାୟକ,ଭାର୍ଗବ ପାତ୍ର,ପ୍ରମୋଦ ପ୍ରଧାନ,କ୍ଷିରୋଦ ଗୌଡ, ଜଗନ୍ନାଥ ପ୍ରଧାନ,ବିଶ୍ୱରଂଜନ ପଟନାୟକ, ପ୍ରଭାକର ନାୟକ, ସଚିନ ବିଷୋୟୀ ଓ ବହୁ ସଦସ୍ୟ ମୃତ ରଞ୍ଜନଙ୍କ ପରିବାର ସହ ଏହି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ। ଏହି ଅନୁଷ୍ଠାନ ବିଭିନ୍ନ ସମୟରେ ଗରବୀ ଲୋକଙ୍କୁ ଖାଦ୍ୟ ପ୍ରଦାନ କରିବା ଠାରୁ ଆରମ୍ଭ କରି ରକ୍ତଦାନ ଶିବିର,ମାନସିକ ବିକୃତ ଲୋକଙ୍କୁ ଉଦ୍ଧାର,ଅର୍ଥ ଅଭାବରୁ ଶିକ୍ଷାରୁ ବଞ୍ଚିତ ପିଲାଙ୍କୁ ସହାୟତା,ଚିକିତ୍ସା ପାଇଁ ସହାୟତା ପ୍ରଦାନ କରୁଥିବା ବେଳେ ଗତ କରୋନ କାଳରେ ଅଜଣା ଶବକୁ ମଧ୍ୟ କାନ୍ଧ ଦେଇ ବେଶ ପ୍ରଶଂସୀତ ହୋଇଥିଲା।


