ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର : ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ


ଭଞ୍ଜନଗର (ଚିନ୍ମୟ କୁମାର ବେବର୍ତ୍ତା) ଗଞ୍ଜାମ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ପାଳନ ଅବସରରେ ଜିଲ୍ଲା ର 42 ଜଣ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ମାନ ପ୍ରଦାନ କରାଯାଇଛି l ଏଥିରେ ସାହିତ୍ୟ ବିଷୟରେ ନିଜର ପାରଦର୍ଶିତା ଓ ନୂତନ ଜ୍ଞାନ କୌଶଳ ଓ ଶିକ୍ଷଣ ସାମଗ୍ରୀକୁ ପ୍ରୟୋଗ କରି ଭାଷା ଶିକ୍ଷା କୁ ସହଜ ଓ ବୋଧଗମ୍ୟ କରାଇପାରିଥିବା ଶ୍ରୀବତ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ପତି ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଦ୍ୱାରା ଗଞ୍ଜାମ ଜିଲ୍ଲା ପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ସମ୍ମାନିତ କରିଛନ୍ତି l ସେ ଏହି ପୁରସ୍କାର ବିଦ୍ୟାଳୟର ପ୍ରଥମ ଶିକ୍ଷକ ଭାବେ ପାଇପାରିଥିବାରୁ ବିଦ୍ୟାଳୟରେ ଖୁସିର ଲହରୀ ଖେଳି ଯାଇଛି l ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ମିଶ୍ରଙ୍କ ଅଧ୍ୟକ୍ଷତାରେ, କ୍ଲଷ୍ଟର CRCC ଶ୍ରୀଯୁକ୍ତ ଦୁତୀକୃଷ୍ଣ ଲେଙ୍କା ଓ ପୂର୍ବତ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗାୟତ୍ରୀ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ପତି ଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି l ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ର ବାର୍ତା ମିଳିବାରେ ଲାଗିଛି l

Post a Comment

Previous Post Next Post