ସାରା ପାଇଁ ଚାଷୀ ହନ୍ତସନ୍ତ ସରକାରଙ୍କ ଅପାରକତା ପାଦରେ*

 


*ମୋ ନିଯଜୁ ଓଡିଶା ମାଣିକ୍ୟପୁର ୧୧/୦୯/୨୦୨୫ ଗୁରୁବାର:- ଆଜି ମାଣିକ୍ୟପୁର ସୋସାଇଟି ଘର ଆଗରେ ସାର ପାଇଁ ହଜାର ହଜାର ଚାଷୀ ରୁଣ୍ଡ ହୋଇଥବା ଦେଖିବାକୁ ମିଳିଛି | ବହୁତ ଚାଷୀ ପ୍ରାୟ ରାତି ୩ଟାରୁ ଆସି ସୋସାଇଟି ଦୁଆର ସାମ୍ନାରେ ନିଜ ଆଧାର କାର୍ଡ ଜେରକ୍ସ ରଖି ଅଫିସ ଖୋଲିବା ଅପେକ୍ଷାରେ ଜଗି ରହିଥିଲେ | ସଖାଳ ୯:୩୦ ରେ ସସାଇଟି ସେକେରେଟି ଆସି ଦେଖିଲେ ପ୍ରାୟ ତିନୋଟି ପଞ୍ଚାୟତ ମାଣିକ୍ୟପୁର, ମଛାକୋଟ ଓ ସାବା ପଞ୍ଚାୟତର ୧୦୦୦ରୁ ଉର୍ଧ ଚାଷୀ ରୁଣ୍ଡ ହୋଇଥିବା ଦେଖି ସେ ସମସ୍ତଙ୍କୁ କହିଲେ ସାର ମାତ୍ର ୪୦୦ ପେକେଟ ଆସିଛି ସାରକଙ୍କର ନିର୍ଦେଶ ଅନୁସାରେ ଯେଉଁମାନେ ସୋସାଇଟିରୁ ଋଣ ଓ ସୋସାଇଟିରେ ମଣ୍ଡି କରିଥିବେ ମୁ ସେମାନଙ୍କୁ ସାର ଦେଇପାରିବି, ତାହା ଶୁଣି ଉପସ୍ଥିତ ସମସ୍ତ ଚାଷୀ ପ୍ରତିବାଦ କରିବାରୁ ସେକେରେଟି ଅଫିସ ବନ୍ଦକରି ନିଜ ଘରକୁ ଚାଲିଯାଇ ବଡ଼ଗଡ଼ ଥାନା ଆଧିକାରୀଙ୍କୁ ଖବରଦେଲେ ପରେ ଥାନା ଅଧିକାରୀ ଆସି ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ ପରବର୍ତୀ ସମୟରେ ଆଧିକ ସାର ଆସିଲେ ସମସ୍ତଙ୍କୁ ଖବର ଦେଇ ସାର ବଣ୍ଟନ କରାଯିବ ବୋଲି କହିଥିବା ଜଣାପଡିଛି | ଉପସ୍ଥିତ ଚାଷୀ ମାନଙ୍କ ପ୍ରତିକ୍ରିୟାରୁ ଜାଣିବାକୁ ପାଇଲୁ ଯେ ଚଳିତ ବର୍ଷ ବଜାରରେ ସାରାର ନିଅଁଟ ଓ ସରକାରୀ ଯୋଗାଣ ପ୍ରକ୍ରିୟା ତରଫରୁ କୌଣସି ସାର ନ ଆସିବା ଯୋଗୁ ତାଙ୍କ ଜମିରେ ସାର ପଡି ପାରୁନି ତେଣୁ ଧାନ ଯେଭଳି ବଢିବା କଥା ସେଭଳି ବଢିପାରୁନି ଯଦି ସାର ନମିଳେ ନିଶ୍ଚିତ ଧାନ ଅମଳ କମିବାର ସମ୍ଭାବନା ରହିଛି | ଏହି ଭଳି ସାର ଆଭାବ ଆଗରୁ କେବେ ହୋଇନଥିଲା ଏହା ବର୍ତମାନ ସରକାରର ଅପରକତାକୁ ପାଦରେ ପକାଇଥିବା କହିଥିଲେ | ଆମେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିକ୍ରିୟାରୁ ଜାଣିବାକୁ ପାଇଲୁ ଯେଉଁ ଜାଗାରେ ପ୍ରାୟ ୧୫୦୦ରୁ ୨୦୦୦ ପେକେଟ ସାରାର ଆବଶ୍ୟକ ସେହି ଜାଗାରେ ମାତ୍ର ୪୦୦ ପେକେଟ ସାର ଆଣି ସମସ୍ତ ଚାଷୀଙ୍କୁ ଡାକିବା ଅନୁଚିତ ବୋଲି କହିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କର ସମାନ ପ୍ରତିକ୍ରିୟା ଶୁଣିବାକୁ ମିଳିଥିଲା | ଆମେ ସୋସାଇଟି ସେକେରେଟିଙ୍କ ପ୍ରତ୍କ୍ରିୟା ନେବାପାଇଁ ଚେଷ୍ଟା କରିଥିବା ବେଳେ ସେ ସଠିକ ଭାବେ କିଛି କହିନଥିଲେ |* 


*ମାଣିକ୍ୟପୁରରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ*

Post a Comment

Previous Post Next Post