ଶଙ୍କର ପାଣିଗ୍ରାହୀ,ମାଣିକ୍ୟପୁର ତା୧୬/୦୯/୨୦୨୫:- ଆଜି ପୁଣି ସାର ପାଇଁ ଚାଷୀ ହନ୍ତସନ୍ତ,ଏହି ଘଟଣା ଦେଖିବାକୁ ମିଳିଛି ମାଣିକ୍ୟପୁର ସମବାୟ ସମିରି ଗୃହ ଆଗରେ | ଗତ ୧୧ ତାରିଖ ଠାରୁ ଆଧାର କାର୍ଡ ପକାଇ ପ୍ରାୟ ୧୦୦୦ରୁ ଉର୍ଧ ଚାଷୀ ସାର ପାଇଁ ଚାହିଁ ରହି ଥିବା ବେଳେ ଆଜି ପୁଣି ସମିତି କାର୍ଯ୍ୟାଳୟ ଆଗରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି | ସମବାୟ ଅଧିକାରୀଙ୍କ କହିବା ଅନୁସାରେ ଆଜି ତିନିଟି ପଂଚାୟତର ୧୫୦୦ରୁ ଉର୍ଧ ଚାଷୀ ସାର ନେବାପାଇଁ ଏକତ୍ରିତ ହୋଇଛନ୍ତି ସତ ମାତ୍ର ଯାହାର ଯେତେ ଏକର ଜମି ଥାଉନା କାହିଁକି ପ୍ରତେକ ପରିବାର ପିଛା ମାତ୍ର ଗୋଟିଏ ବସ୍ତା ସାର ଦେବା ବନ୍ଦବୋସ୍ତ ହୋଇଥିବା ଦେଖିବାକୁ ମିଳିଛି | ପ୍ରକାଶ ଥାଉକି ଯଦି ଏଭଳି ହୁଏ ତାହା ହେଲେ ଚାଷୀ ମାନଙ୍କର ଜମିରେ ସଠିକ ରୂପେ ସାର ନପଡ଼ିବାର ସ୍ଥାନୀୟ ଚାଷୀ ଭାଇ ମାନେ କହିଥିଲେ ଓ ଏହି କାରଣରୁ ଅମଳ କମିବାର ସମ୍ଭାବନା ଅଧିକ ମାତ୍ରାରେ ରହିଥିବା କହିଥିଲେ | ସମବାୟ ସମିତି ଅଧିକାରୀଙ୍କ କହିବା ଅନୁସାରେ ବର୍ତମାନ ଗୋଦାମରେ ୧୧୦୦ ପାକେଟ ସାର ରହିଥିବା ବେଳେ ପାଖରେ ନେବା ପାଇଁ ୧୫୦୦ରୁ ଅଧିକ ଚାଷୀ ସମିତି ଆଗରେ ରହିଛନ୍ତି, ଚାଷୀଙ୍କୁ ଆହୁରି ଅଧିକ ସାର ଆବଶ୍ୟକ ତେଣୁ ଆମ ଚାନେଲ ମାଧ୍ୟମରେ ସରକାରଙ୍କୁ ଅନୁରୋଧ ଚାଷୀଙ୍କ ଆବଶ୍ୟକତା ଅନୁସାରେ ଆହୁରି ସାର ଯୋଗାଇ ଦେଲେ ଆମ ଅଞ୍ଚଳର ଚାଷୀ ମାନେ ଉପକୃତ ହେବେ ବୋଲି କହିଛନ୍ତି |
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯଜୁ ଓଡିଶା


