୨୩ତମ ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

 


ଭଞ୍ଜନଗର ( ଚିନ୍ମୟ କୁମାର ବେବର୍ତ୍ତା) ସ୍ଥାନୀୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ତାର ୨୩ତମ ପ୍ରତିଷ୍ଠା ଦିବସ ଏବଂ ଅନୁଷ୍ଠାନ ଦ୍ୱାରା ପରିଚାଳିତ ‘ଆମ ଖବର’ର ୫ମ ସ୍ୱନକ୍ଷତ୍ର ଦିବସ ଆସନ୍ତା ଅକ୍ଟୋବର ମାସରେ ପାଳନ କରିବା ପାଇଁ ସ୍ଥିର କରାଯାଇଛି। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ସଂସଦର କାର୍ଯ୍ୟାଳୟରେ ସଭାପତି ଡକ୍ଟର ଅଶୋକ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ସ୍ୱାଗତ ଜଣାଇବା ପରେ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ଚଳିତ ବର୍ଷର ଅନୁଷ୍ଠିତ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିବା ସହିତ ସମସ୍ତ ସଦସ୍ୟଙ୍କ ମତାମତ ଲୋଡ଼ିଥିଲେ। ପରେ ଅକ୍ଟୋବର ୧୯ ତାରିଖ ରବିବାର ଦିନ ଅନୁଷ୍ଠାନର ୨୩ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ଲୋହରାଖଣ୍ଡି’ର ପୂଜା ସଂଖ୍ୟା ଉନ୍ମୋଚିତ ହେବାକୁ ସ୍ଥିର କରାଯାଇଥିଲା। ସାରସ୍ୱତ ସ୍ରଷ୍ଟାମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଏହି ବର୍ଷ ଠାରୁ ଆରମ୍ଭ କରାଯାଇଥିବା ‘ସ୍ମୃତି ସମ୍ମାନ’ ପ୍ରଦାନ କରିବା ନେଇ ଖୁବ୍‍ ଶୀଘ୍ର ଏକ କମିଟି ଗଠନ କରାଯିବା ନେଇ ନିଷ୍ପତ୍ତି ନିଆଗଲା। ସାହିତ୍ୟିକ, ସମାଜସେବୀ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଉପସଭାପତି ରୀତାରାଣୀ ମହାପାତ୍ର, ସହ ସମ୍ପାଦକ ତ୍ରିନାଥ ବେହେରା, ରଞ୍ଜୁଲତା ବେହେରା, କୋଷାଧ୍ୟକ୍ଷ ପୁରୁଷୋତ୍ତମ ମହାପାତ୍ର, ମିଡ଼ିଆ ସଂଯୋଜକ ରଞ୍ଜିତ ଜେନା, ନବ କୁମାର ବିଷୋୟୀ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ସଦସ୍ୟା ବିଷ୍ଣୁପ୍ରିୟା ପତି ଧନ୍ୟବାଦ ପ୍ରଦାନ କରିଥିଲେ।

Post a Comment

Previous Post Next Post