ଅର୍ଥ ଅଭାବରୁ ରୋଗ ଶଯ୍ୟାରେ ଅତି ଦୟନୀୟ ଅବସ୍ଥାରେ ପବିତ୍ର

 


(ମୋ ନ୍ୟୁଜ ଓଡ଼ିଶା)

ବୁଗୁଡ଼ା,୧୬/୦୯(ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ ପଥରବଣୀ ଗାଁର ପବିତ୍ର ନାୟକ ଦୀର୍ଘ ଦିନ ହେଲା କୌଣସି ଏକ ଅଜଣା ରୋଗରେ ରୋଗ ସହିତ ଲଢେଇ କରୁଛନ୍ତି।ରୋଜଗାର କରିବା ବୟସରେ ରୋଗ ଶଯ୍ୟାରେ ବଞ୍ଚିବା ପାଇଁ ଖଟ ଶଯ୍ୟାରେ ସଂଘର୍ଷ କରୁଛନ୍ତି ଓ ରୋଗ ଯନ୍ତ୍ରଣା ରେ ଛଟପଟ ହୋଇ ବଞ୍ଚିବାର ରାହା ଖୋଜୁଛନ୍ତି।ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।ଦୀର୍ଘ ପାଞ୍ଚ ବର୍ଷ ହେଲା ରୋଗ ଶଯ୍ୟାରେ ପଡି ମଉଳି ଯାଇଛି ବଞ୍ଚିବାର ଆଶା,ପରିବାର କହିଲେ ବୃଦ୍ଧ ବାପା, ସ୍ତ୍ରୀ ଏବଂ ପାଞ୍ଚ ଛୁଆ। ପରିବାର ପ୍ରତିପୋଷଣ ପାଇଁ ପବିତ୍ର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବାବେଳେ ହଠାତ୍ ଦିନେ ତାଙ୍କ ଜୀବନରେ କଳାବାଦଲ ଘୋଟି ଆସିଲା, ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଗଲେ।ଯାହାଫଳରେ ପରିବାର ପ୍ରତିପୋଷଣ କଷ୍ଟ କର ହୋଇପଡ଼ିଲା।ସ୍ୱାମୀଙ୍କୁ ଭଲ କରିବାପାଇଁ ସ୍ତ୍ରୀ ମିନାକ୍ଷୀ ଅଣ୍ଟା ଭିଡି ପରର ମୂଲ ଲାଗି ଅନେକ ମେଡ଼ିକାଲରେ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଅନ୍ୟ ପଟେ ବୃଦ୍ଧ ଶଶୁର ଏବଂ ପାଞ୍ଚ ଛୁଆଙ୍କ ପାଇଁ ଦାନ ଯୋଗାଡ଼ କରିବା କଷ୍ଟକର ହୋଇ ପଡ଼ିଛି।ଏହି ପରିପ୍ରେକ୍ଷୀରେ  ଚିକିତ୍ସା ଅଭାବରୁ ଶରୀର ଅସୁସ୍ଥ ଓ ଦୁର୍ବଳ ହେବାରେ ଲାଗିଛି। ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆବଶକ୍ୟ ପଡୁଥିବାରୁ ପରିବାର ଲୋକେ ଏତେ ଟଙ୍କା ପାଇଁ ସକ୍ଷମ ନୁହଁନ୍ତି।ଗରୀବ ପରିବାର ସାଙ୍ଗକୁ ରୋଜଗାର ବୋଲି କିଛି ନାହିଁ ।ଦୀର୍ଘଦିନ ଧରି ରୋଗଶଯ୍ୟାରେ ପବିତ୍ର ପଡିରହିଥିବା ହେତୁ ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ।

ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ। ମନ୍ତ୍ରୀଙ୍କ ସହାୟତାରେ ସେ ସ୍ୱାମୀଙ୍କୁ ଧରି ବ୍ରହ୍ମପୁର ବଡ଼ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ ସେଠାରେ ଏକ ମାସ ରହିଲା ପରେ ମଧ୍ୟ୍ୟ କୌଣସି ସୁଫଳ ଚିକିତ୍ସା ମିଳିଲା ନାହିଁ।ବର୍ତ୍ତମାନ ପବିତ୍ର ଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେଉଥିବାବେଳେ ନିଜ ଛୁଆ ଙ୍କ ଭବିଷ୍ୟତ ପାଇଁ ନିଜ ସ୍ୱାମୀଙ୍କ ସୁଫଳ ଚିକିତ୍ସା ନିମନ୍ତେ ସେ ଏହି ସମୟରେ ସାହାଯ୍ୟ ଓ ସହଯୋଗ ପାଇଁ ସରକାର ଓ ଜନ ସାଧାରଣଙ୍କୁ ଆକୁଳ ନିବେଦନ କରିଛନ୍ତି।

Post a Comment

Previous Post Next Post